ଦଳୀୟ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଅଡୁଆ

କେନ୍ଦ୍ରାପଡ଼ା ଅଫିସ, ୨୫ା୧: ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ। ତେବେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରୁ କାହାର ଫୋନ ସୁଇଚ ଅଫ ତ ଆଉ କିଏ ଗଁା ଛାଡି ବାହାରକୁ ପଳାଇ ଯାଇଛନ୍ତି। ସୋମବାର ରାତି ସୁଦ୍ଧା ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷରେ ନ ଆଣି ପାରିଲେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଦଳୀୟ ନେତାମାନେ ରାତି ଉଜାଗର ରହି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି। ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ସରପଞ୍ଚ ପଦବୀ ପାଇଁ ଆଶାୟୀ ରହିଛନ୍ତି। ଏହା ଦଳ ବଦଳ ନେତା ଓ କର୍ମୀମାନଙ୍କ ପାଇଁ ଅଡୁଆ ହୋଇଛି। ଅସନ୍ତୁଷ୍ଟଙ୍କ ସମସ୍ୟା ସମାଧାନ ହୋଇ ନ ପାରିଲେ ଭୋଟ ଗଣିତ ଏପଟ ସେପଟ ସମ୍ଭାବନା ଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ରାଜନୈତିକ ବିଶ୍ଳେଷକ ବାନାମ୍ବର ସାହୁ, ପ୍ରଶାନ୍ତ କୁମାର ନାୟକ, ରାଧାକାନ୍ତ ମହାନ୍ତି ପ୍ରମୁଖ ଦର୍ଶାଇଛନ୍ତି, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବବର୍ଷଠାରୁ ସର୍ବାଧିକ ନାମାଙ୍କନପତ୍ର ଦାଖଲ ହୋଇଛି। ଏଥିମଧ୍ୟରୁ ଜିଲାର ୨୪୯ ପଞ୍ଚାୟତ ପାଇଁ ସମିତିସଭ୍ୟ ପ୍ରାର୍ଥୀ ୯୯୪ ଥିବା ବେଳେ ସରପଞ୍ଚ ପଦବୀ ପାଇଁ ସର୍ବାଧିକ ୧୨୮୫ ଜଣ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଦଳୀୟ ଅସନ୍ତୁଷ୍ଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀ ରହିଛନ୍ତି। ଅସନ୍ତୁଷ୍ଟଙ୍କ ମଧ୍ୟରେ କଂଗ୍ରେସ ଓ ଭାଜପା ଅପେକ୍ଷା ବିଜେଡିର ଅଧିକ ଅଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ବିଜୟ ସମ୍ଭାବନା ଥିବା ଏହି ପ୍ରାର୍ଥୀଙ୍କୁ ବିପକ୍ଷ ଦଳର ନେତାମାନେ ନିଜ ସପକ୍ଷକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଥିପାଇଁ ଦଳୀୟ ନେତାମାନେ ଅସନ୍ତୁଷ୍ଟଙ୍କୁ ନିଜ ପାଖକୁ ଫେରାଇ ଆଣି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସହିତ ଯୋଗାଯୋଗ ହୋଇ ପାରୁ ନ ଥିବାରୁ ନେତାମାନେ ସମସ୍ୟାରେ ପଡିଛନ୍ତି। ଅପରପକ୍ଷରେ ନିର୍ବାଚନ ବିଜ୍ଞପ୍ତିର ବହୁ ପୂର୍ବରୁ ଦଳ ବଦଳ କେନ୍ଦ୍ରାପଡ଼ା ଜିଲାରେ ନିତିଦିନିଆ ହୋଇଥିଲା। ଦଳ ବଦଳ କରିଥିବା ବହୁଚର୍ଚ୍ଚିତ ନେତାଙ୍କୁ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ଟିକେଟ ସହ ସମର୍ଥନ ଯୋଗାଇ ଦିଆଯାଇଛି। ତେବେ ଦଳବଦଳକାରୀ ନେତାଙ୍କୁ ନିର୍ବାଚନରେ ପ୍ରାର୍ଥୀ ଭାବେ ଦେଖିବାରୁ ଦଳୀୟ ପୂର୍ବ ନେତା ଓ କର୍ମୀମାନେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ସ୍ଥିତି ରହିଲେ ନିର୍ବାଚନୀ ଗଣିତ ସବୁ ଓଲଟପାଲଟ ହେବାର ସମ୍ଭାବନା ଅଧିକ ବୋଲି ବିଶ୍ଳେଷକମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସ ଓ ଜିଲା କଂଗ୍ରେସ ଯୁବ ସଭାପତି ସତ୍ୟପ୍ରିୟ ସାମଲ ପ୍ରମୁଖ କହିଛନ୍ତି, ଚଳିତ ନିର୍ବାଚନର ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପ୍ରତି କର୍ମୀଙ୍କ ଆସ୍ଥା ରହିଛି। ୨ରୁ ୩ଟି ପଞ୍ଚାୟତରେ ଅସନ୍ତୁଷ୍ଟ ସମସ୍ୟା ରହିଛି। ତେବେ ଏହାକୁ ଛାଡି ଦେଲେ ସବୁଠାରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ଜିତିବା ଆଶା ଉଜ୍ଜ୍ୱଳ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri