ଉଚ୍ଛେଦ ନେଇ ଅସନ୍ତୁଷ୍ଟ ଉଠାଦୋକାନୀ

ବଇଣ୍ଡା,୯ା୩(ଡି.ଏନ୍‌.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ୩ ବର୍ଷ ତଳେ ବଜାରରୁ ୫ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଥଇଥାନ କି କ୍ଷତିକପୂରଣ ଦିଆଯାଇ ନ ଥିଲା। ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହେଉ ନ ଥିଲା। ଦୀର୍ଘଦିନ ଧରି ରୋଜଗାର ହରାଇ ଘରେ ବସିବା ପରେ ସମ୍ପୃକ୍ତ ଉଠାଦୋକାନୀଙ୍କ ମଧ୍ୟରୁ ଶତାଧିକ ଜଣ ବଜାରରେ ପୁନଃ ଦୋକାନ ଦେଇଥିଲେ। ହେଲେ ପରିବାର ପାଇଁ କିଛି ଉପାର୍ଜନ କରିବା ପୂର୍ବରୁ ସେମାନଙ୍କୁ ପୁଣି ଉଚ୍ଛେଦ କରାଯାଉଛି। କରୋନା ସମୟରେ ଲୋକଙ୍କୁ ରୋଜଗାର ଦେବାକୁ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ନେଇ ବଇଣ୍ଡା ବଜାର ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
କିଶୋରନଗର ବ୍ଲକର ବଇଣ୍ଡା ବଜାର ଆଠମଲ୍ଲିକ ଉପଖଣ୍ଡର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ୪ ଲେନ୍‌ କାର୍ଯ୍ୟ ପାଇଁ ୨୦୧୭-୧୮ରେ ବଇଣ୍ଡା ବଜାରରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ ଆରମ୍ଭ ହୋଇ ନ ଥିଲା। ଏଥିସହ ବଜାରରୁ ଉଠାଯାଇଥିବା ବ୍ୟବସାୟୀମାନଙ୍କୁ ଥଇଥାନ କି କ୍ଷତିପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହା ବିରୋଧରେ ଉଠା ଦୋକାନୀ ସଂଘ ପକ୍ଷରୁ କୋର୍ଟର ଆଶ୍ରୟ ନିଆଯାଇଥିଲା। ଜିଲାପାଳ, ସମ୍ବଲପୁର ଆର୍‌ଡିସି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା। ବଜାର ନିକଟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଯାଇ ୩ ବର୍ଷ ତଳୁ ଦୋକାନୀଙ୍କୁ ଉଚ୍ଛେଦ କରିବା ନେଇ ବହୁବାର ସଂଘ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଥଇଥାନ ଓ କ୍ଷତିପୂରଣ ଦାବି କରାଯାଇଥିଲା। ତେବେ ଦୀର୍ଘଦିନ ଧରି ବ୍ୟବସାୟ ହରାଇଥିବା ବହୁ ଉଠାଦୋକାନୀ ବଜାରରେ ପୁଣି ଦୋକାନ ଦେଉଥିବା ବେଳେ ଗତ ଜାନୁୟାରୀ ୩୦ ତାରିଖରୁ ସର୍ଭିସ ରୋଡ୍‌ କରୁଥିବା ଠିକା ସଂସ୍ଥା ମାର୍ଚ୍ଚ ୭ ତାରିଖଠାରୁ ସେଥିରେ ଭାରିଯାନ ଚଳାଚଳ ଆରମ୍ଭ ସହ ଓରଭ ବ୍ରିଜ୍‌ ନିର୍ମାଣ ପାଇଁ ଗାତ ଖୋଳାଉଛି। ଏଥିପାଇଁ ଉଠାଦୋକାନୀମାନଙ୍କୁ ବିନା ଥଇଥାନ ଓ କ୍ଷତିପୂରଣରେ ଉଚ୍ଛେଦ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ସେହିପରି ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ସେଠାରେ ବ୍ୟବସାୟୀମାନେ ସ୍ଥାୟୀ ଭାବେ ଦୋକାନ ଦେଇପାରୁ ନାହାନ୍ତି। ପ୍ରଶାସନର ତଦାରଖ ଅଭାବରୁ ନିର୍ମାଣ ତ୍ୱରାନ୍ବିତ କରୁ ନ ଥିବା ଠିକା ସଂସ୍ଥା ବର୍ଷ ବର୍ଷ ଧରି ବିଳମ୍ବ କରିବା ସହ ବ୍ୟବସାୟରେ ବାଧା ପହଞ୍ଚାଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉଠାଦୋକାନୀଙ୍କୁ କ୍ଷତିପୂରଣ ଦେବା ସହ ଥଇଥାନ କରିବାକୁ ବଇଣ୍ଡା ଛକ ବିକାଶ ପରିଷଦ ଓ ବଜାର କମିଟି ପକ୍ଷରୁ ଦାବି ହୋଇଛି।

ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ
ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ କ୍ଷତିପୂରଣ ଯୋଗାଇ ଦିଆଯାଉ ନାହିଁ। ଏ ନେଇ ଜିଲା ପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। କିନ୍ତୁ ପଦକ୍ଷେପ ନିଆଯାଉ ନ ଥିବାରୁ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ରମେଶ କୁମାର ବେହେରା, କଦଳୀମୁଣ୍ଡା
ରାସ୍ତା କାମ ବିଳମ୍ବ ଯୋଗୁ ହଇରାଣ
ବଜାର ଉଚ୍ଛେଦର ୩ ବର୍ଷ ପରେ ମଧ୍ୟ ଏଠାରେ ରାସ୍ତା ନିର୍ମାଣ ସମ୍ପର୍ଣ୍ଣ ହୋଇପାରୁନି। ମାତ୍ର ୧ ମାସ ହେବ କିଛିଟା କାର୍ଯ୍ୟ କରାଯାଉଛି। ଠିକା ସଂସ୍ଥା ବହୁ ବିଳମ୍ବ କରୁଥିବାବେଳେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ବ୍ୟବସାୟୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ସରୁନି
ବଇଣ୍ଡା ବଜରରେ ବସ୍‌ଷ୍ଟାଣ୍ଡ ସହ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ। ଏହା ସମ୍ପୂର୍ଣ୍ଣ ହୋଇଥିଲେ ହୁଏତ କିଛି ସମସ୍ୟା ସମାଧାନ ହୁଅନ୍ତା। କେଉଁଠି ଉଠାଦୋକାନୀମାନେ ଭଲରେ ବ୍ୟବସାୟ କରିପାରିବେ ସେ ନେଇ ପ୍ରଶାସନ ଦୃଷ୍ଟି ଦେଉ।
-ଗିରୀଶ ଚନ୍ଦ୍ର ବେହେରା, ବଜାର କମିଟି ସମ୍ପାଦକ
ଲକ୍ଷେ ଟଙ୍କା ଲେଖାଏ କ୍ଷତିପୂରଣ ମିଳୁ
ସମସ୍ତ ଉଠାଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏକ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଯୋଗାଇ ଦିଆଯାଉ। ଏଥିସହ ସରକାରୀ ଦୋକାନ ଗୃହ ପ୍ରଦାନ କରାଗଲେ ବ୍ୟବସାୟୀମାନେ ଦୀର୍ଘଦିନ ଧରି ସହିଥିବା କ୍ଷତି ଭରଣ କରିପାରିବେ।
-ଅରବିନ୍ଦ ସାହୁ, ବ୍ୟବସାୟୀ
ସରକାରଙ୍କୁ ଅବଗତ କରାଯିବ
ଉଠାଦୋକାନୀଙ୍କ ସମସ୍ୟା ଓ ଥଇଥାନ ସମ୍ପର୍କରେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ସେମାନେ କିଭଳି ରୋଜଗାର ସହ ଜୀବିକା ବଞ୍ଚାଇପାରିବେ ସେ ନେଇ ପଦକ୍ଷେପ ନିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri