୭ ବର୍ଷରେ ଏଲ୍‌ପିଜି ଦର ୨ ଗୁଣା

ନୂଆଦିଲ୍ଲୀ,୯।୩
ଗତ ୭ ବର୍ଷରେ ରନ୍ଧନ ଗ୍ୟାସ ବା ଏଲ୍‌ପିଜି ଦର ୨ ଗୁଣ ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲରୁ ଟିକସ ସଂଗ୍ରହ ୪୫୯% ବଢିଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସୂଚନା ଦେଇଛନ୍ତି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ସେ କହିଛନ୍ତି, ୨୦୧୪ ମାର୍ଚ୍ଚ ପହିଲାରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ଦର ୪୧୦.୫ ଟଙ୍କା ଥିଲା। ଚଳିତ ମାସରେ ସମାନ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା ରହିଛି। ରନ୍ଧନ ଗ୍ୟାସ ଏବଂ ପିଡିଏସ୍‌ କିରୋସିନ ଉପରେ ସବସିଡି ହଟାଇବା ଲାଗି କିଛି ମାତ୍ରାରେ ମୂଲ୍ୟ ବୃଦ୍ଧି କରାଯାଉଛି। ସେ ପୁଣି କହିଛନ୍ତି, ଗତ କିଛି ମାସ ଧରି ଏଲ୍‌ପିଜି ଦର ବଢିଛି। ୨୦୨୦ ଡିସେମ୍ବରରେ ସିଲିଣ୍ଡର ପିଛା ଏହା ୫୯୪ ଟଙ୍କା ରହିଥିଲା। ବର୍ତ୍ତମାନ ଦର ୮୧୯ ଟଙ୍କା ରହିଛି।
ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଉପଲବ୍ଧ ହେଉଥିବା କିରୋସିନ ମାର୍ଚ୍ଚ ୨୦୧୪ରେ ୧୪.୯୬ ଟଙ୍କାରେ ବିକ୍ରି ହେଉଥିଲା। ଏହା ଚଳିତ ମାସ ସୁଦ୍ଧା ୩୫.୩୫ ଟଙ୍କା ଛୁଇଁଛି। ସୂଚନାଯୋଗ୍ୟ, ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ବର୍ଦ୍ଧିତ ଉତ୍ପାଦ ଟିକସ ଏବଂ ଭାଟ ଯୋଗୁ ଇନ୍ଧନ ଦର ଆକାଶ ଛୁଆଁ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ମୂଲ୍ୟ, ଏକ୍ସଚେଞ୍ଜ ରେଟ, ଟିକସ, ପରିବହନ ଭଡା ଏବଂ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚକୁ ବିଚାରକୁ ନେଇ ତେଲ କମ୍ପାନୀ ଦର ନିର୍ଦ୍ଧାରଣ କରୁଥିବା ପ୍ରଧାନ ମତ ପ୍ରକାଶ କରିଛନ୍ତି। ସେହିଭଳି ତେଲ ଟିକସ କଥା ବିଚାରକୁ ନେଲେ ୨୦୧୩ରେ ଏହି ବାବଦ ଟିକସ ୫୨,୫୩୭ କୋଟି ଟଙ୍କା ରହିଥିଲା। ୨୦୧୯-୨୦ରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ସରକାର ୨.୧୩ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋକ୍‌ସିଙ୍କୁ ଦିଆଯିିବ ଏୟାର ଆମ୍ବୁଲାନ୍ସ ସହାୟତା

ନୂଆଦିଲ୍ଲୀ,୨୩-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶନିବାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଏକ ସତ୍ୟପାଠ...

ଷ୍ଟକ୍‌ ବଜାରରେ ଛାଇଗଲା ୩୭୦ ଧାରା ପ୍ରଭାବ

ମୁମ୍ବାଇ,୭-୮: ଦେଶର ଷ୍ଟକ୍‌ ବଜାର ପାଇଁ ଅନେକଗୁଡ଼ିଏ ନକରାମତ୍କ ସୂଚନା ରହିଥିଲେ ସୁଦ୍ଧା ସୋମବାର ଜମ୍ମୁ-କଶ୍ମୀରରେ ୩୭୦, ୩୫ଏ ଧାରା ଉଚ୍ଛେଦ ସୂଚନା ଛାଇ ରହିଥିଲା।...

ନାଲ୍‌କୋ ନିବେଶ କରିବ ୩୦ ହଜାର କୋଟି

  ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ) ୨୦୨୭-୨୮ ଆର୍ଥତ୍କ ବର୍ଷ ସୁଦ୍ଧା ସମ୍ପ୍ରସାରଣ ଯୋଜନା ଅଧୀନରେ ପ୍ରାୟ ୩୦ ହଜାର କୋଟି...

ହିଣ୍ଡାଲ୍‌କୋ ଦ୍ୱାରା ବିକଶିତ ହୋଇଛି ଆଲୁମିନିୟମ ପଣ୍ୟବାହୀ ରେକ୍‌

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ହିଣ୍ଡାଲ୍‌କୋ ପକ୍ଷରୁ ଭାରତର ପ୍ରଥମ ସମସ୍ତ ଆଲୁମିନିୟମ ଫ୍ରେଟ-ରେଳ ରେକ୍‌ ଚଳାଚଳର ଶୁଭାରମ୍ଭ କରାଯାଇଛି। ଯାହା ପଣ୍ୟ...

କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ...

ବେତନ କାଟ କରିବନି ଇଣ୍ଡିଆ ଇଙ୍କ

ମୁମ୍ବାଇ,୨୨-୩: କରୋନା ପ୍ରଭାବରେ ଏବେ ଭାରତୀୟ କମ୍ପାନୀଗୁଡିକ ଅନେକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କିମ୍ବା ବେତନ ହ୍ରାସ କରିବେନି।...

୧୫% ବଢ଼ିଛି ଏଫ୍‌ଡିଆଇ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ୧୫% ବଢିଛି। ଏହି ଅବଧିରେ ମରିସସ୍‌ ଏଫ୍‌ଡିଆଇ ୪ର୍ଥ ସ୍ଥାନରେ...

ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ

ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର...

Advertisement
Archives

Model This Week