କଲେଜ ପରିଚାଳନା କମିଟି ସଭାପତି ନିଯୁକ୍ତି ନେଇ ଅସନ୍ତୋଷ

ଲୋଇସିଂହା,୨୦ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଚୟନକୁ ନେଇ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ଚୟନ କରାଯାଇଥିବାରୁ ଛାତ୍ର୍ର ଏବଂ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚୟନ କରାଯାଇଥିବା ନାମକୁ ବାତିଲ କରି ସ୍ଥାନୀୟ ଶିକ୍ଷାବିତ୍‌ଙ୍କ ନାମ ସୁପାରିସ କରି ନିଯୁକ୍ତ କରିବାକୁ ଦାବି ହୋଇଛି। ଗୁରୁବାର ଏନେଇ ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ଜରିଆରେ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକାରୀ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ପୂର୍ବରୁ କଲେଜଗୁଡ଼ିକର ସଭାପତି ସ୍ଥାନୀୟ ବିଧାୟକ ରହିଆସୁଥିଲେ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୂତନ ପରିଚାଳନା ସମିତି ପାଇଁ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିବା ୩ ଜଣ ବ୍ୟକ୍ତିଙ୍କ ନାମ ପ୍ରସ୍ତାବ ଦେବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଥିଲା। ଲୋଇସିଂହା କଲେଜ ପକ୍ଷରୁ ସୁବର୍ଣ୍ଣପୁର ଜିଲା ତରଭା କଲେଜରୁ ଅବସରଗ୍ରହଣ କରିଥିବା ଡ.ପ୍ରହଲ୍ଲାଦ ଶତପଥୀ, ପୁଷ୍ପାଳି ମିଶ୍ର ଓ ଲୋଇସିଂହା କଲେଜର ପ୍ରାକ୍ତନ ଅଧ୍ୟକ୍ଷ କାହ୍ନୁଚରଣ ଦର୍ଜିଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଲୋଇସିଂହା ଏବଂ କଲେଜ ସହ ପରିପୂରକ ନ ଥିବା ବଲାଙ୍ଗୀର ସହରର ନିବାସୀ ପୁଷ୍ପାଳି ମିଶ୍ରଙ୍କୁ ନିଯୁକ୍ତ କରଯାଇଛି। ଏହା ଜଣାପଡ଼ିବା ପରେ ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧ୍ୟକ୍ଷ ଗୋବିନ୍ଦ ସାହୁ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘବର୍ଷ ହେଲା ସେ ଅଧ୍ୟାପନା କରିଆସୁଛନ୍ତି। କଲେଜ ପ୍ରତିଷ୍ଠାତା ସଦସ୍ୟ ଏବଂ ଅଞ୍ଚଳରେ ବହୁ ଶିକ୍ଷାବିତ ରହିଛନ୍ତି। ମାତ୍ର ଲୋଇସିଂହା ଅଞ୍ଚଳର ୩ ଜଣ ଶିକ୍ଷାବିତ୍‌ଙ୍କ ନାମ ପ୍ରସ୍ତାବ ନ ଦେଇ ବାହାର ୨ ଜଣଙ୍କ ନାମ ପ୍ରସ୍ତାବ ଦେବା ଅଞ୍ଚଳବାସୀଙ୍କ ପାଇଁ ବିଡ଼ମ୍ବନା ବୋଲି ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ କହିଛନ୍ତି। ଭୂତନାଥ ନାଏକ, ଶଙ୍କର ସାହୁ, ସରପଞ୍ଚ ନବକିଶୋର ନାଏକ,ସରୋଜ ବିଶ୍ୱାଳ,ଲଲିତ ପଧାନ, ରଞ୍ଜନ ବେହେରା, ପ୍ରକାଶ ମହାରଣା, ହୃଷୀକେଶ ବାରିକ, ଭାଗବତିଆ ଭୋଇ, ଶିବକୁମାର ଅଗ୍ରଓ୍ବାଲ, ଅରବିନ୍ଦ ସାହୁ ପ୍ରମୁଖ  ବିଡିଓଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri