ନୂଆ ସଫେଇ ସଂସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୩।୯ (ବ୍ୟୁରୋ): ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତଥାପି ଏହାକୁ ଗୁରୁତର ସହ ନ ନେଇ ନୂଆ ସଫେଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଇ ଚାଲିଛି। ଫଳରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମନମୁଖି କାର୍ଯ୍ୟ କରୁଥିବାରୁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ସହରର ପରିବେଶ ସୁଧୁରୁ ନ ଥିବାବେଳେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗତ କିଛିଦିନ ଧରି ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦାରୁଠେଙ୍ଗବାସୀ ବାରଣ କରିଥିଲେ। ଫଳରେ ରାଜଧାନୀ ଏକ ପ୍ରକାର ଆବର୍ଜନାମୟ ହୋଇ ପଡିଥିଲା। ତେବେ ୩୧ ତାରିଖରେ ବିଏମ୍‌ସି ଓ ଦାରୁଠେଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି। ଏବେ ପ୍ରତିଦିନ ସହରର ଅଳିଆ ଡମ୍ପିଂୟାର୍ଡକୁ ଯାଉଛି। ଏହାସତ୍ତ୍ୱେ ସହରର ବିଭିନ୍ନ ଓ୍ବାର୍ଡରେ ଅଳିଆ ଗଦା ହୋଇ ରହିଥିବା ଦେଖାଯାଉଛି। ବିବାଦ ତୁଟିଥିଲେ ବି ସଫେଇ ଦାୟିତ୍ୱରେ ଥିବା ନୂଆ ସଂସ୍ଥା ଆଓ୍ବାରଲ୍ୟାଣ୍ଡ୍‌ ଏବଂ ଗ୍ରୀନ୍‌ ସର୍କଲ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ଏପରି ସ୍ଥିତି ଲାଗି ରହିଥିବା ଅଭିଯୋଗ ହେଉଛି। ସଂସ୍ଥାର କାର୍ଯ୍ୟ ପ୍ରଣାଳୀରେ ସଫେଇ କର୍ମଚାରୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏ ସମ୍ପର୍କରେ ଶନିବାର ବିଏମ୍‌ସି ମଜଦୁର ସଂଘ ସହିତ ଆଓ୍ବାରଲ୍ୟାଣ୍ଡ ସଂସ୍ଥାର ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଆବଶ୍ୟକ ମେଶିନ ଓ ଅନ୍ୟାନ୍ୟ ଜିନିଷପତ୍ର ଅଭାବରୁ ଅଧିକାଂଶ ସ୍ଥାନରୁ ଅଳିଆ ଉଠିପାରୁ ନାହିଁ। ଏପରିକି ସମସ୍ତ ସଫେଇ କର୍ମଚାରୀଙ୍କୁ ସଂସ୍ଥା ପକ୍ଷରୁ ଝାଡୁ ମଧ୍ୟ ପ୍ରଦାନ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି। କେବଳ କାମଚଳା ଭାବେ ଅଳିଆ ଓଳାଇ ଗୋଟିଏ ଗୋଟିଏ ସ୍ଥାନରେ ଜମା କରାଯାଉଛି। କହିବାକୁ ଗଲେ ନୂଆ ସଂସ୍ଥାଗୁଡ଼ିକ ଏ ପର୍ଯ୍ୟନ୍ତ ପୂରା ପ୍ରସ୍ତୁତ ହୋଇ ନାହାନ୍ତି।
ଅଗଷ୍ଟ ୧୬ରୁ ନୂଆ ସଂସ୍ଥା ଆଓ୍ବାରଲ୍ୟାଣ୍ଡ୍‌ ଏବଂ ଗ୍ରୀନ୍‌ ସର୍କଲ ୨ଟି ଜୋନ୍‌ର ୧୩ଟି ଓ୍ବାର୍ଡରେ ସଫେଇ ଦାୟିତ୍ୱ ନେଇଛନ୍ତି। ଆଓ୍ବାରଲ୍ୟାଣ୍ଡ ଅଧୀନରେ ଓ୍ବାର୍ଡ ନଂ. ୪୬, ୫୨, ୬୩, ୬୨, ୬୪, ୬୫ ଏବଂ ୬୬ ଥିବାବେଳେ ପ୍ରାୟ ୪ଶହ ସଫେଇ କର୍ମଚାରୀ ରହିଛନ୍ତି। ସେହିପରି ଗ୍ରୀନ୍‌ ସର୍କଲକୁ ଓ୍ବାର୍ଡ ନଂ. ୫୪, ୫୮, ୫୯, ୬୦, ୬୧ ଏବଂ ୬୭ର ସଫେଇ ଦାୟିତ୍ୱ ଦିଆଯାଇଛି। ସଂସ୍ଥା ଅଧୀନରେ ପ୍ରାୟ ୨୮୦ କର୍ମଚାରୀ କାମ କରୁଛନ୍ତି। ନୂଆ ସଂସ୍ଥାର କାମକୁ ଅନେକ କର୍ପୋରେଟର ନାପସନ୍ଦ କରିଛନ୍ତି। ସରଞ୍ଜାମ ଅଭାବ ସହ ୫ଟି ଲୋକ ସ୍ଥାନରେ ଏହି ସଂସ୍ଥାଗୁଡ଼ିକ ଗୋଟିଏ ଲୋକ ଲଗାଉଛନ୍ତି। ଫଳରେ ଶତପ୍ରତିଶତ ସଫେଇ ହୋଇ ପାରୁନାହିଁ। ଏନେଇ ବିଏମ୍‌ସିର କର୍ପୋରେଶନ ବୈଠକରେ ମଧ୍ୟ କର୍ପୋରେଟଣମାନେ ପ୍ରଶ୍ନ ଉଠାଇଥିଲେ। କର୍ପୋରେଶନ ଗଠନ ହେବା ପରେ ବି କର୍ପୋରେଟଙ୍କ ସହ କୌଣସି ଆଲୋଚନା ନ କରି ନୂଆ ସଫେଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଯୋଗ୍ୟତା ନ ଥିବା ବିଭିନ୍ନ ସଂସ୍ଥାକୁ କାମ ଦିଆଯାଇଥିବାରୁ କର୍ପୋରେଟରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏତେ ଅଭିଯୋଗ, ଅସନ୍ତୋଷ ପରେ ବି ବିଏମ୍‌ସି ନୂତନ ସଂସ୍ଥାର କାର୍ଯ୍ୟକୁ ତଦାରଖ କରୁ ନାହିଁ କି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri