ଖରାଛୁଟିକୁ ନେଇ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର,୨୫।୪(ସ୍ବ.ପ୍ର): କରୋନା ମହାମାରୀ ପାଇଁ ଦୁଇ ବର୍ଷ ବ୍ୟବଧାନ ପରେ ବିଦ୍ୟାଳୟ ଗୁଡିକରେ ପାଠପଢା ସ୍ବାଭାବିକ ହେବାରେ ଲାଗିଛି। ସରକାରୀ ସ୍ତରରେ ଛାତ୍ରୀଛାତ୍ରୀଙ୍କ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ ଠିକଣା ସମୟରେ ଶେଷ କରିବା ତପତ୍ରତା ପ୍ରକାଶ ପାଇଛି। ଏହିକ୍ରମରେ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଦିନିଆ ସ୍କୁଲ ଛୁଟିକୁ ହ୍ରାସ କରାଯାଇଛି। ଏହା ସହିତ ସକାଳ ୬ରୁ ୯ ଟା ଯାଏ ବିଦ୍ୟାଳୟରେ ପାଠପଢା ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତିକୁ ନେଇ ଅଭିଭାକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧୁ ଧୁ ଖରାରେ ବିଦ୍ୟାଳୟରୁ ଫେରିବା ପିଲାମାନଙ୍କ ପାଇଁ କଷ୍ଟଦାୟକ ବୋଲି ଅନୁଭବ କରି ଖରା ଦିନିଆ ଛୁଟିକୁ ବଢାଇବା ପାଇଁ ଦାବି ଜୋର ହେବାକୁ ଲାଗିଲାଣି। ପ୍ରଚଣ୍ଡ ରୌଦ୍ରତାପରେ କୋମଳମତି ଶିଶୁମାନେ ବିଦ୍ୟାଳୟରୁ ଘରକୁ ଫେରିବା କଷ୍ଟ ଦାୟକ। ବର୍ତ୍ତମାନ ସକାଳ ୯ଟା ସମୟରେ ତାପମାତ୍ର ଅତ୍ୟଧିକ ବୃଦ୍ଧି ପାଉଛି। ଯାହାକୁ ଛାତ୍ରଛାତ୍ରୀମାନେ ସହ୍ୟକରିବା ଅସମ୍ଭବ। ଏପରିକି ଅନେକ ବିଦ୍ୟାଳୟରେ ନିରବଛିନ୍ନ ବିଦ୍ୟୁତ୍‌ ସଂଯୋଗରେ ମଧ୍ୟ ପ୍ରତିବନ୍ଧକ ରହିଛି। ବ୍ରିଜ କୋର୍ସ ପାଇଁ ଅଦ୍ୟାବଧି କୌଣସି ନିର୍ଦ୍ଦେଶାବଳୀ ଆସିନାହିଁ କିମ୍ବା ପ୍ରସ୍ତୁତି ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ହୋଇ ଅଧିକାଂଶ ଜିଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଛି। ଏଭଳି ଉତ୍ତପ୍ତ ସମମୟରେ ଗ୍ରୀଷ୍ମ ଅବକାଶ ହେବା କଥା, ମାତ୍ର ଜୁନ୍‌ ୬ ରୁ ୧୬ ବେଳକୁ ମୌସୁମୀ ସ୍ବାଭାବିକ ଅବସ୍ଥାକୁ ଆସିଯାଇଥିବ ସେଭଳି ସମୟରେ ନ ଦେଇ ବରଂ ଏବେ କରାଗଲେ ଭଲ ହୁଅନ୍ତା। ଏଣୁ ଏହାକୁ ପୁନର୍ବିଚାର କରାଯାଇ, ଜୁନ୍‌ ୬ ରୁ ୧୬ ଛୁଟି କରା ନ ଯାଇ ମେ’ ୪ ରୁ ମାସ ଶେଷ ଯାଏ କୋମଳମତି ପିଲାଙ୍କ ହିତକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଗଲେ ଅତ୍ୟନ୍ତ ଭଲ ହୁଅନ୍ତା।
-ଦେବାଶିଷ ପଣ୍ଡା(ଶିକ୍ଷାବିତ୍‌, ଘସିପୁରା)

କରୋନା କଟକଣା ଅବଧି ମଧ୍ୟରେ ବିଦ୍ୟାଳୟ ବନ୍ଦ ରହିଥିବାରୁ ଶିକ୍ଷା କ୍ଷେତ୍ରରେ ବହୁବର୍ଗର ଶିଶୁ ଅବହେଳିତ ହୋଇଛନ୍ତି। ଶିଶୁମାନଙ୍କ ଶୈକ୍ଷିକ ବାତାବରଣକୁ ଫେରାଇ ଶ୍ରେଣୀ ଶିକ୍ଷା, ବୈଦ୍ଧିକ ତଥା ମାନସିକ ସ୍ତରରେ ସୁସ୍ଥ ସବଳ ରଖିବା ଦୃଷ୍ଟିରେ ରଖି ଗ୍ରୀଷ୍ମ ଅବକାଶକୁ ନେଇ ସରକାର ଏ ନିଷ୍ପତି ସମ୍ପୁର୍ଣ୍ଣ ଠିକ୍‌। ଗୁଳୁଗୁଳି ଓ ରୌଦ୍ର ତାପକୁ ନେଇ ସମୟ ନିର୍ଘଣ୍ଟ ହୋଇଛି। ଶିକ୍ଷା, ଶିକ୍ଷକ ଓ ଶୈକ୍ଷିକ ବାତାବରଣକୁ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।
-ଆଇନଜୀବୀ ଭାଗୀରଥି ଦାଶ
(ଶିଶୁ ଅଧିକାର କର୍ମୀ, ଆନନ୍ଦପୁର)

ସକାଳ ୬ଟାରୁ ବିଦ୍ୟାଳୟକୁ ଅସିବା କଷ୍ଟକର। ସଅଳ ଉଠି ନିତ୍ୟକର୍ମ ଶେଷ ପୂର୍ବକ ବିଦ୍ୟାଳୟରେ ପହଞ୍ଚିବାବେଳକୁ କିଛି ପିରିୟଡ୍‌ ଶେଷ ହୋଇଯାଇଥିବ। ଏତେ ଶୀଘ୍ର ପାଠପଢାର ସୁବିଧା ମିଳିବ କେମିତି। ପୁଣି ପ୍ରକୃତ ଗରମ ସମୟରେ ଛୁଟି ଦିଆ ନ ଯାଇ ଜୁନ୍‌ ମାସରେ ଛୁଟି, ସରକାରଙ୍କ ନିଷ୍ପତ୍ତି ଠିକ୍‌ ନାହିଁ। ଏହାକୁ ପରିବର୍ତ୍ତନ କରାଯିବା ଆବଶ୍ୟକ। ଏପ୍ରିଲ୍‌ ଶେଷ କିମ୍ବା ମେ’ରୁ ଜୁନ୍‌ ପର୍ଯ୍ୟନ୍ତ ଛୁଟି କରାଯିବା ଆବଶ୍ୟକ।
-ଜିତେନ୍ଦ୍ର ବେହେରା( ୫ମ ଶ୍ରେଣୀ ଛାତ୍ର)

ଭାରତ ଏକ ଗ୍ରୀଷ୍ମ ପ୍ରବାହ ଦେଶ ହୋଇଥିବାରୁ ନିର୍ଦ୍ଦିଷ୍ଟ ସମୟରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥାଏ। ଗ୍ରୀଷ୍ମ ପ୍ରବାହ ପାଇଁ ଲୋକମାନେ ଘରୁ ବାହାରକୁ ନ ଯିବାକୁ ମଧ୍ୟ ସରକାରୀ ସ୍ତରରେ ସଚେତନ କରାଯାଇଥଏ। ହେଲେ ପିଲାମାନଙ୍କ କ୍ଷେତ୍ରରେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଛୁଟି ସମୟ ପୂର୍ବରୁ ଜିରୋ କାଜୁଆଲଟିକୁ ଦୃଷ୍ଟିରେ ରଖାଯାଇ ଖରାଛୁଟି ଘୋଷଣା କରାଯାଇଥାଏ। ଶିକ୍ଷକମାନେ କରୋନା ମହାମାରୀ ସମୟରେ ଅନଲାଇନ୍‌, ୟୁଟ୍ୟୁବ୍‌, ଅଭିଭାବକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶିକ୍ଷା ଭରଣା କରିବାରେ ଯଥା ସାଧ୍ୟ ଉଦ୍ୟମ କରିଛନ୍ତି। ଏଣୁ ଏହି ୬ ରୁ ୯ ସମୟ ଏବଂ ଖରାଛୁଟିକୁ କମାଇବା ସମ୍ପୂର୍ଣ୍ଣ ଭାବେ ଅମୂଳକ। ରାଜ୍ୟରେ ଅଧିକାଂଶ ବିଦ୍ୟାଳୟରେ ଅଦ୍ୟାବଧି ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ ସମସ୍ୟାର ସୁଧାର ଆସିପାରିନି, ଏଣୁ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇ ପୂର୍ବଭଳି ଗ୍ରୀଷ୍ମଛୁଟି ସମୟ ଅନୁସାରେ ହେବା ଉଚିତ୍‌।
-ବିବେକାନନ୍ଦ ବେହେରା(ଶିକ୍ଷାବିତ୍‌, ଆନନ୍ଦପୁର)


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri