ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଉଠା ଦୋକାନୀ ଓ ମାର୍କେଟ ବିଲ୍ଡିଂ ଦୋକାନୀଙ୍କ ମଧ୍ୟରେ ପୁଣି ଥରେ କନ୍ଦଳ ଆରମ୍ଭ ହୋଇ ଯାଇଛି। ଉଠାଦୋକାନୀଙ୍କ ପ୍ରାଦୁର୍ଭାବରେ ବ୍ୟତିବ୍ୟସ୍ତ ହୋଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନେଇ କୌଣସି ବାଟ ଫିଟିନାହଁି, ସେ ପର୍ଯ୍ୟନ୍ତ ମାର୍କେଟରୁ ଅଳିଆ ଉଠିବ ନାହିଁ ବୋଲି ଆସୋସିଏସନ୍‌ ଜିଦି ଧରି ବସିଛି। ଗତ ୪ଦିନ ହେବ ଏଠାରୁ ଅଳିଆ ଉଠାଇବାକୁ ଦିଆଯାଉ ନାହିଁ। ଫଳରେ ମାର୍କେଟର ଅନେକ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇ ଗଲାଣି। ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ଲୋକ ଯାତାୟାତ କରୁ ଥିବାରୁ ଏଭଳି ପରିବେଶ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅପରପକ୍ଷେ ରାଜଧାନୀର ମାର୍କେଟ ବିଲ୍ଡିଂରେ ଉଠାଦୋକାନୀମାନେ ଜବରଦଖଲ କରି ଆସୁଥିତ୍ବାରୁ ବଡ ବଡ ଦୋକାନୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି। ବିଶେଷକରି ପାର୍କିଂ ସମସ୍ୟା ଦେଖାଦେଉଛି। ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବାରମ୍ବାର ବିଏମସି ଓ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। ଆସୋସିଏସନର ସହ ସମ୍ପାଦକ ରଞ୍ଜିତ୍‌ ମହାନ୍ତିଙ୍କ କହିବା ଅନୁଯାୟୀ, ଗତ ସପ୍ତାହ ତଳେ ଏ ସମସ୍ୟା ସମ୍ପର୍କରେ ଆମେ ବିଏମ୍‌ସିରେ ଅଭିଯୋଗ କରିଥିଲୁ। ସେମାନେ ଏହାର ସମାଧାନ କରିବା ପରିବର୍ତ୍ତେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାକୁ ପଠାଇ ଦେଲେ। ଥାନାକୁ ଯିବାକୁ ସେମାନେ ବିଏମ୍‌ସିକୁ ଯିବାକୁ କହୁଛନ୍ତି। ଏପରିକି ବିଏମ୍‌ସି କମିଶନର ୨ଥର ଆମକୁ ସାକ୍ଷାତ୍‌ କରିବାକୁ ସମୟ ଦେଇ ମଧ୍ୟ ଶେଷରେ ସମୟ ନାହିଁ କହି ଫେରାଇ ଦେଉଛନ୍ତି। ସେହିପରି କମିଶନରଙ୍କ ପାଖକୁ ଯିବାରୁ ସେ ମଧ୍ୟ ନିରାଶ କଲେ। ତେଣୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି। ୭ ବର୍ଷ ତଳେ ମାର୍କେଟ ଆସୋସିଏସନ ଏହି ସମାସ୍ୟା ବିଏମସି ଓ ପୁଲିସର ଦୃଷ୍ଟି ଆକର୍ଷଣ କରିବାରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। ତତ୍କାଳୀନ ପୋଲିସ କମିଶନର ଆର.ପି .ସିଂ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନେବାରୁ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଙ୍ଗ ଭିତରୁ ଉଠିବାକୁ ବାଧ୍ୟ ହୋଇଥିଲେ। କରୋନା କଟକଣା କୋହଳ ହେବାପରେ ପୁର୍ନବାର ଉଠା ଦୋକାନୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି। ମୂଳ ଦୋକାନୀମାନେ ବ୍ୟବସାୟ କଲେ ସରକାରଙ୍କୁ ଜିଏସ୍‌ଟି ଦେଉଛନ୍ତି। ହେଲେ ଉଠାଦୋକାନୀମାନେ କିଛି ଦାଦାବଟି ଦେଇ ମୁଖ୍ୟ ଦୋକାନୀମାନଙ୍କ ପାଇଁ ସମସ୍ୟା ପାଲଟିଛନ୍ତି। ବିଏମ୍‌ସି ଏହାକୁ ଅଣଦେଖା କରୁଥିବାରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଏଥିପ୍ରତି ଦୃଷ୍ଟି ଦେବାକୁ ଆସୋସିଏସନ୍‌ ଦାବି କରିଛି। ମାର୍କେଟ ବିଲ୍‌ଡିଙ୍ଗ ପରିସର ସଫା କରିବା ପାଇଁ ପ୍ରତିମାସରେ ୬୦ ରୁ ୭୦ ହଜାର ସଂଘ ଖର୍ଚ୍ଚ କରୁଛି। ଆସୋସିଏସନ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଏଠାରେ ଚେୟାର ଓ ଲାଇଟ ଖୁମ୍ବ, ଫାଉଣ୍ଟେନ ଆଦି ଯେଉଁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ତାହା ଏବେ ଭାଙ୍ଗିରୁଜି ଯିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri