ବିଳମ୍ବରେ ଅଣ୍ଡା, ଛତୁଆ ବଣ୍ଟନ ନେଇ ଅସନ୍ତୋଷ

ରସୁଲପୁର,୧୧ା୧୦ (ଡି.ଏନ.ଏ.): ରସୁଲପୁର ବ୍ଲକ ସମନ୍ବିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମାନପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଛତୁଆ ବଣ୍ଟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ଏ ନେଇ ରସୁଲପୁର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରଣୀଙ୍କ ସମେତ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି ଅଭିଭାବକ ଜୟନ୍ତ ଦଳାଇ, ବାଉରୀ ବନ୍ଧୁ ନାୟକ, ଶ୍ରୀଧର ନାୟକ, କୁନା ଦଳାଇ, ପୂର୍ଣ୍ଣଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି ା
ସରକାରୀ ନିୟମ ମୁତାବକ ପ୍ରତିମାସ ୧ତାରିଖରେ ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତୀ, ୩ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା, ଛତୁଆ, ବାଦାମ ଲଡୁ, ସୁଜି ଆଦି ବଣ୍ଟନ କରାଯାଉଛି ା ହେଲେ ମାନପୁର କେନ୍ଦ୍ରରେ ଉପରୋକ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଚଳିତ ମାସ ୧ ତାରିଖ ବଦଳରେ ୧୦ ତାରିଖରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ା ବିଳମ୍ବରେ ଖାଦ୍ୟ ସାମଗ୍ରୀ ବଣ୍ଟନକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ା ଏଭଳି ବେଆଇନ କାର୍ଯ୍ୟକୁ ନେଇ ହିତାଧିକାରୀ ଓ କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ା କେତେଜଣ ହିତାଧିକାରୀ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଥିଲେ ା ଏହି ଘଟଣାରେ ଗାଁର କେତେଜଣ ମୁରବୀ ହସ୍ତକ୍ଷେପ କରିବାରୁ ବିବାଦର ଆପୋସ ସମାଧାନ ହୋଇଥିଲା ା ଏ ନେଇ କର୍ମୀ ରଶ୍ମିତା ବୋଇତାଇଙ୍କୁ ପଚାରିବାରୁ ଅକ୍ଟୋବର ୧ତାରିଖ ଶନିବାର ଥିଲା। ସେଦିନ ସେ ନିଜ କେନ୍ଦ୍ରରେ ଅଣ୍ଡା ଛତୁଆ ବାଣ୍ଟିଥିଲେ ା ପରେ ଦୁର୍ଗାପୂଜା ଛୁଟି ପଡିବାରୁ ଏଥରକ ବିଳମ୍ବରେ ସାମଗ୍ରୀ ବଣ୍ଟା ଯାଇଥିବା ସେ ସ୍ବୀକାର କରିଛନ୍ତି ା ସୂଚନାଯୋଗ୍ୟ, ଉକ୍ତ କେନ୍ଦ୍ରକୁ ନେଇ ୨୦୧୧ରୁ ବିବାଦ ଲାଗି ରହିଛି ା ସେହି ମାମଲା କୋର୍ଟରେ ବିଚାରଧୀନ ରହିଛି ା ଫଳରେ କେନ୍ଦ୍ରରେ କର୍ମଚାରୀ ଓ ସହାୟିକା କାମରେ ଯୋଗ ଦେଉନାହାଁନ୍ତି ା ଉକ୍ତ କେନ୍ଦ୍ର ଦାୟିତ୍ୱ ବାହାବଳପୁର ଅଙ୍ଗନୱାଡି କେନ୍ଦ୍ରର କର୍ମଚାରୀ ରଶ୍ମୀତା ବୋଇତାଇଙ୍କ ଉପରେ ନ୍ୟସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri