୧୦ ଦିନ ପରେ ବଳଦ ମାରିଲା, ଖାଇ ପାରିଲା ନାହିଁ : ଜିନ୍ନତକୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୦ ଦିନ ପରେ ଜଙ୍ଗଲକୁ ଚରିବାକୁ ଯାଇଥିବା ଏକ ବଳଦକୁ ସେ ଶିକାର କରିଥିଲା। ଏହାଦେଖି ଲୋକେ ଜୀବନ ବଞ୍ଚାଇବାକୁ ଜଙ୍ଗଲରୁ ବାହାରକୁ ଦଉଡି ଆସିଥିଲେ। ଏନେଇ ଜଙ୍ଗଲ ସନ୍ନିକଟ ଗ୍ରାମଗୁଡ଼ିକରେ ଅସନ୍ତୋଷ ତେଜିବାରେ ଲାଗିଛି।  ଉକ୍ତ ଗାଁ ରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକ ୧୦ଦିନ ହେଲା ବନ୍ଦ ରହିଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବଳଦକୁ ମାରି ଘୋଷାଡ଼ି ନେଇ ଖାଇବା ଆରମ୍ଭ କରିବା ଜାଣି ବନ ବିଭାଗର କର୍ମଚାରୀମାନେ ପହଞ୍ଚତ୍ବାରୁ ପେଟପୁରା ଖାଇ ନ ପାରି ଜିନ୍ନତ ଭୟରେ ଜଙ୍ଗଲ ମଧ୍ୟକୁ ପଳାଇଯାଇଛି। ଜିନ୍ନତକୁ ବନ କର୍ମଚାରୀଙ୍କ ଭୟ ଘାରିଥିବା ବେଳେ ବାଘକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।
       ସୂଚନାଯୋଗ୍ୟ, ଡିସେମ୍ବର ୯ରେ ମହାବଳ ବାଘୁଣୀ  ଜିନ୍ନତ ଶିମିଳିପାଳ ସୀମା ପାର୍‌ ହୋଇ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ବନଖଣ୍ଡ ଚକୁଳିଆ  ରେଞ୍ଜ ଅଞ୍ଚଳ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହି ଆସୁଛି। ସୋମବାର ରାଜାବସା ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ଲୋକେ ବାଘୁଣୀର ଗର୍ଜନ ଶୁଣି ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ।  ପରେ ସେ ଏକ ବଳଦକୁ ମାରି ଘୋଷାଡ଼ି ନେଇ ଖାଉଥିବା ସମୟରେ ବନ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଲୁଚିଯାଇଥିଲା। ସେଠାକାର ଦୁଇ ଜଙ୍ଗଲରେ ଜିନ୍ନତ ଚଳପ୍ରଚଳ କରୁଥିବାରୁ ଟ୍ରାକିଂ ସମ୍ଭବ ହୋଇପାରୁ ନାହିଁ ା ଫଳରେ ବାଘର ଗତିବିଧି ନୀରିକ୍ଷଣରେ ସାମାନ୍ୟ ଅଡୁଆ ପରିସ୍ଥିତି ଉପୁଜୁଥିବାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ନୟାନ୍ତ ହୋଇପଡିଛନ୍ତି। ଜିନ୍ନତକୁ ଧରିବା ପାଇଁ ବନ କର୍ମଚାରୀମାନେ ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ସଫଳ ହୋଇପାରୁ ନାହାନ୍ତି।
ଅନ୍ୟ ପକ୍ଷରେ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜଙ୍ଗଲରେ ଜିନ୍ନତ ଓ ଯମୁନା ବାଲ୍ୟକାଳରୁ ବିରାଟକାୟ ପ୍ରାଣୀ ହାତୀକୁ ଦେଖି ନ ଥିଲେ। ତେଶୁ ଶିମିଳିପାଳ ଅଭୟାରଣ୍ୟ ଓ ଝାଡ଼ଖଣ୍ଡ ଜଙ୍ଗଲରେ ହାତୀଙ୍କୁ ଦେଖି ଉଭୟ ବାଘୁଣୀ ଭୟାତୁର ହୋଇ ଜଙ୍ଗଲ ଛାଡ଼ିଥିବା ନେଇ ପରିବେଶବିତ୍‌ ସଂଯୁକ୍ତା ବସା କହିଛନ୍ତି। ଶିମିଳିପାଳ ପରିବେଶ ସହିତ ଖାପଖୁଆଇବାକୁ ଦୁଇ ବାଘୁଣୀ ସକ୍ଷମ ହୋଇପାରି ନ ଥିବାରୁ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲରେ ନିଜର ଟେରିଟୋରିଆଲ(ବାସସ୍ଥାନ) ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଝାଡ଼ଖଣ୍ଡ  ଗ୍ରାମ୍ୟ ଜଙ୍ଗଲରେ ବାଘର ଖାଦ୍ୟାଭାବ ଓ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରା ନ ଗଲେ ଉଭୟ ବାଘୁଣୀ ଓ ଲୋକଙ୍କ କ୍ଷତି ଘଟିବ ବୋଲି ଆଶଙ୍କା କରାଯାଉଛି ା ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ବାଘର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆ ନ ଗଲେ ଅଘଟଣ ଘଟିବା ସୁନିଶ୍ଚିତ ବୋଲି ପରିବେଶବିତ୍‌ ବସା କହିଛନ୍ତି। ସେହିପରି ଯମୁନା ମଧ୍ୟ କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚତ୍ଥିବାରୁ ତାର ଗତିବିଧିକୁ ନେଇ ଆବଶ୍ୟକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି।
ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡର ରାଜାବସା ଓ ବାଲେଶ୍ୱର ଜିଲା କୁଲଡ଼ିହା ଜଙ୍ଗଲକୁ ପଳାଇଥିବା ଦୁଇ ମହାବଳ ବାଘୁଣୀ ଜିନ୍ନତ ଓ ଯମୁନା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଟିଛନ୍ତି।  ଉଭୟଙ୍କ ଗତିବିଧି ଉପରେ ବନ ବିଭାଗର ପୃଥକ ଟିମ୍‌ ସମ୍ପୂର୍ଣ୍ଣ ନଜର ରଖିଛି। ରେଡିଓ କଲାର ମାଧ୍ୟମରେ ସେମାନଙ୍କ ଚଳପ୍ରଚଳ, ଖାଦ୍ୟପାନୀୟ ଗ୍ରହଣ ଓ ସ୍ଥିତି ଟ୍ରାକିଂ କରାଯାଉଛି। ତେବେ ଜଙ୍ଗଲରୁ ଜଙ୍ଗଲକୁ ମହାବଳ ବାଘୁଣୀ ଘୂରିବୁଲି ନିଜର ଟେରିଟୋରିଆଲ(ବାସସ୍ଥାନ) ପ୍ରସ୍ତୁତ କରିଥାନ୍ତି।  ବାଘ ଜଙ୍ଗଲରେ ବୁଲିବା ଏକ ସାଧାରଣ ପ୍ରକ୍ରିୟା ା ଖୁବ୍‌ଶୀଘ୍ର ଉଭୟ ବାଘୁଣୀ ଶିମିଳିପାଳକୁ ଫେରିବେ ବୋଲି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ପ୍ରକାଶ କରିଛନ୍ତି।  ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଉତ୍କୃଷ୍ଟ ବାସସ୍ଥଳୀ ଥିବା ସତ୍ତ୍ୱେ ଏହି ଦୁଇ ବାଘୁଣୀ ଜଙ୍ଗଲ ଛାଡ଼ିବା ଘଟଣା ବନ୍ୟପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି ା
ବାଘୁଣୀ ଦ୍ୱୟ ନିଜର ସୁରକ୍ଷିତ ବାସସ୍ଥଳୀ ଖୋଜିବାକୁ ଯାଇ ଦୀର୍ଘ କିମି ଅତିକ୍ରାନ୍ତ କରି ଅନ୍ୟ ଜଙ୍ଗଲକୁ ଚାଲିଯାଇଛନ୍ତି ା ଏପରିକି ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ରାଜାବସା ଗ୍ରାମ୍ୟ ଜଙ୍ଗଲରେ ୧୦ ଦିନ ହେଲା ରହିଥିବା ବେଳେ ଯମୁନା କୁଲଡିହା ଅଭୟାରଣ୍ୟରେ ପହଞ୍ଚତ୍ଛି।  ବାଘର ଜେନେଟିକ ପରିବର୍ତ୍ତନରେ ନିଆଯାଇଥିବା ମିଶନ ସଫଳ ହେବା ପରିବର୍ତ୍ତେ ବିଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିରେ ଆଂଶିକ ତ୍ରୁଟି ପରିଲକ୍ଷିତ ହେଉଥିବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳ ପରିବେଶ ଓ ପାଣିପାଗକୁ ଖାପଖୁଆଇବା ପାଇଁ ଦୁଇ ବାଘୁଣୀଙ୍କୁ ଏନ୍‌କ୍ଳୋଜରରେ ୨/୩ମାସ ପର୍ଯ୍ୟନ୍ତ ରଖିବାର ଆବଶ୍ୟକତା ରହିଥିଲା।  ଶିମିଳିପାଳ ବନ୍ୟଜନ୍ତୁଙ୍କୁ ଶିକାର କରିବାକୁ ସୁଯୋଗ ସୃଷ୍ଟି କରିବା ସହିତ ପାହାଡ଼ିଆ ଅଞ୍ଚଳରେ ୨ ବାଘୁଣୀ ଚଳପ୍ରଚଳ କରିବାର ଅଭ୍ୟାସ ପାଇଁ ଏନ୍‌କ୍ଲୋଜରକୁ ବୃଦ୍ଧି କରିବାର ଆବଶ୍ୟକତା ରହିଥିଲା। ମିଶନ ଆରମ୍ଭ କରିବା ପୂର୍ବରୁ ଏକ୍ସପର୍ଟଙ୍କ ସହାୟତା ଲୋଡିବା ସହ ମତାମତ ନେବା ମଧ୍ୟ ଆଶବ୍ୟକ ଥିଲା। ଶିମିଳିପାଳରେ ରହୁଥିବା ବାଘଙ୍କ ସୁରକ୍ଷା ଦିଗରେ ରହିଯାଇଥିବା ତ୍ରୁଟିର ସଂଶୋଧନ କରାଯାଇଥିଲେ ଶିମିଳିପାଳରେ ରହୁଥିବା ବାଘଙ୍କ ଜେନଟିକ ପରିବର୍ତ୍ତନରେ ସୁଧାର ଆସିପାରନ୍ତା।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri