ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ନେଇ ଅସନ୍ତୋଷ

କଳିଙ୍ଗନଗର,୧ା୧(ଡି.ଏନ.ଏ.): ଦାନଗଦି ପଞ୍ଚାୟତ ସମିତିର ୧୦ମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର ପରିଚାଳନାଗତ ତ୍ରୁଟି ଯୋଗୁ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ନେଇ ଅଧ୍ୟକ୍ଷା ନାୟକ, ଉପାଧ୍ୟକ୍ଷ ସୁଧାଂଶୁ ଶେଖର ଭଞ୍ଜ, ଜିଲା ପରିଷଦ ସଭ୍ୟ ସୁଶାନ୍ତ ସାମଲ ଓ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ଅଭିଯୋଗ ଉଠାଇ ବିଭାଗୀୟ ଯନ୍ତ୍ରୀ ରଶ୍ମିତା ନାଥଙ୍କୁ ବିଭିନ୍ନ ପ୍ରକଳ୍ପର ସ୍ଥିତାବସ୍ଥା ସମ୍ପର୍କରେ ଉତ୍ତର ମାଗିଥିଲେ। ବାରମ୍ବାର ବୈଠକରେ ଆର୍‌ଡବ୍ଲ୍ୟୁଏସଏସ ଏସ୍‌ଡିଓ ଅନୁପସ୍ଥିତ ରହୁଥିବା ବେଳେ ବିଭାଗୀୟ କାର୍ଯ୍ୟଧାରା ସ୍ବଚ୍ଛ ଢଙ୍ଗରେ ହେଉ ନ ଥିବା ଅଭିଯୋଗ ହୋଇଥିଲା।
ଡିଏମ୍‌ଏଫ ପାଣ୍ଠିରେ ହେବାକୁ ଥିବା ସୌରଶକ୍ତି ଚଳିତ ପାନୀୟ ଜଳ ପ୍ରକଳ୍ପ କାମ ଆଗେଇ ପାରୁ ନ ଥିବା ଓ ଅନେକ ସ୍ଥାନରେ ନିମ୍ନମାନର କାମ ହେଉଥିଲେ ମଧ୍ୟ ବିଭାଗୀୟ ଅଙ୍କୁଶ ନ ଥିବାରୁ ପ୍ରତିନିଧିମାନେ ବିଡିଓ ମଣି ପ୍ରସାଦ ମିଶ୍ରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପାନୀୟ ଜଳ ପ୍ରକଳ୍ପ କାମ କରୁଥିବା ଠିକା ସଂସ୍ଥା ଗ୍ରାମ୍ୟ ରାସ୍ତାଗୁଡ଼ିକ ମନଇଚ୍ଛା ଖୋଳି କାମ କରୁଥିବା ଓ ଅନୁମତି ନ ଥାଇ ଜଙ୍ଗଲ ଜମି ନଷ୍ଟ କରୁଥିବା ନେଇ କେତେକ ସରପଞ୍ଚ ଓ ସମିତିସଭ୍ୟ କହିଥିଲେ। ବୈଠକରେ ବିଦ୍ୟୁତ୍‌ ଓ ସ୍ବାସ୍ଥ୍ୟ ବିଭାଗର ତଳ କର୍ମଚାରୀ ଆସିଥିବାରୁ ଉପସ୍ଥିତ ଲୋକ ପ୍ରତିନିଧି ତୀବ୍ର ସମାଲୋଚନା କରିଥିଲେ। ଡିଲରଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ହିତାଧିକାରୀ ସମସ୍ୟାରେ ପଡ଼ୁଛନ୍ତି। ଯୋଗାଣ ନିରୀକ୍ଷକ ଓ ବିଡିଓ ଏହାକୁ ଗୁରୁତର ସହ ନେବାକୁ ପ୍ରତିନିଧିମାନେ ଦାବି ରଖିଥିଲେ। ବ୍ଲକ କାର୍ଯ୍ୟାଳୟ ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲକ ଅନୁଦାନ ବିନିଯୋଗ କରିବାକୁ ଉପାଧ୍ୟକ୍ଷ ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ। ବୈଠକରେ ଲୋକନାଥ ଧୀର ଓ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri