ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ନେଇ ଅସନ୍ତୋଷ

କଳିଙ୍ଗନଗର,୧ା୧(ଡି.ଏନ.ଏ.): ଦାନଗଦି ପଞ୍ଚାୟତ ସମିତିର ୧୦ମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର ପରିଚାଳନାଗତ ତ୍ରୁଟି ଯୋଗୁ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ନେଇ ଅଧ୍ୟକ୍ଷା ନାୟକ, ଉପାଧ୍ୟକ୍ଷ ସୁଧାଂଶୁ ଶେଖର ଭଞ୍ଜ, ଜିଲା ପରିଷଦ ସଭ୍ୟ ସୁଶାନ୍ତ ସାମଲ ଓ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ଅଭିଯୋଗ ଉଠାଇ ବିଭାଗୀୟ ଯନ୍ତ୍ରୀ ରଶ୍ମିତା ନାଥଙ୍କୁ ବିଭିନ୍ନ ପ୍ରକଳ୍ପର ସ୍ଥିତାବସ୍ଥା ସମ୍ପର୍କରେ ଉତ୍ତର ମାଗିଥିଲେ। ବାରମ୍ବାର ବୈଠକରେ ଆର୍‌ଡବ୍ଲ୍ୟୁଏସଏସ ଏସ୍‌ଡିଓ ଅନୁପସ୍ଥିତ ରହୁଥିବା ବେଳେ ବିଭାଗୀୟ କାର୍ଯ୍ୟଧାରା ସ୍ବଚ୍ଛ ଢଙ୍ଗରେ ହେଉ ନ ଥିବା ଅଭିଯୋଗ ହୋଇଥିଲା।
ଡିଏମ୍‌ଏଫ ପାଣ୍ଠିରେ ହେବାକୁ ଥିବା ସୌରଶକ୍ତି ଚଳିତ ପାନୀୟ ଜଳ ପ୍ରକଳ୍ପ କାମ ଆଗେଇ ପାରୁ ନ ଥିବା ଓ ଅନେକ ସ୍ଥାନରେ ନିମ୍ନମାନର କାମ ହେଉଥିଲେ ମଧ୍ୟ ବିଭାଗୀୟ ଅଙ୍କୁଶ ନ ଥିବାରୁ ପ୍ରତିନିଧିମାନେ ବିଡିଓ ମଣି ପ୍ରସାଦ ମିଶ୍ରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପାନୀୟ ଜଳ ପ୍ରକଳ୍ପ କାମ କରୁଥିବା ଠିକା ସଂସ୍ଥା ଗ୍ରାମ୍ୟ ରାସ୍ତାଗୁଡ଼ିକ ମନଇଚ୍ଛା ଖୋଳି କାମ କରୁଥିବା ଓ ଅନୁମତି ନ ଥାଇ ଜଙ୍ଗଲ ଜମି ନଷ୍ଟ କରୁଥିବା ନେଇ କେତେକ ସରପଞ୍ଚ ଓ ସମିତିସଭ୍ୟ କହିଥିଲେ। ବୈଠକରେ ବିଦ୍ୟୁତ୍‌ ଓ ସ୍ବାସ୍ଥ୍ୟ ବିଭାଗର ତଳ କର୍ମଚାରୀ ଆସିଥିବାରୁ ଉପସ୍ଥିତ ଲୋକ ପ୍ରତିନିଧି ତୀବ୍ର ସମାଲୋଚନା କରିଥିଲେ। ଡିଲରଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ହିତାଧିକାରୀ ସମସ୍ୟାରେ ପଡ଼ୁଛନ୍ତି। ଯୋଗାଣ ନିରୀକ୍ଷକ ଓ ବିଡିଓ ଏହାକୁ ଗୁରୁତର ସହ ନେବାକୁ ପ୍ରତିନିଧିମାନେ ଦାବି ରଖିଥିଲେ। ବ୍ଲକ କାର୍ଯ୍ୟାଳୟ ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲକ ଅନୁଦାନ ବିନିଯୋଗ କରିବାକୁ ଉପାଧ୍ୟକ୍ଷ ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ। ବୈଠକରେ ଲୋକନାଥ ଧୀର ଓ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri