ପିଲାଙ୍କୁ ନିମ୍ନମାନର ପୋଷାକ ବଣ୍ଟନ ନେଇ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,୧୩।୭,(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନରେ ବହୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ପୋଷାକ ବିତରଣକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ସ୍ତରରେ ଏହାର ତଦନ୍ତ ନିମନ୍ତେ ଅଭିଭାବକ ମହଲରେ ଦାବି କରାଯାଇଛି। ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ତାଙ୍କ ଚିଠି ନଂ. ୭୨୮୨/୧୯ା୬ା୨୦୨୩ ଅନୁଯାୟୀ, ସମଗ୍ର ଶିକ୍ଷା ଯୋଜନା ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ବିତରଣ କରାଯିବା ନିମନ୍ତେ ପତ୍ର ପ୍ରେରଣ କରିଛନ୍ତି। ଏ ନେଇ ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତରେ ୧୯୨ଟି ବିଦ୍ୟାଳୟର ୭,୬୩୩ଜଣ ଛାତ୍ରୀ ଓ ୫,୮୯୮ଜଣ ଛାତ୍ରଙ୍କୁ ପୋଷାକ ବିତରଣ ନିମନ୍ତେ ସରକାର ୮୧ ଲକ୍ଷ ୧୮ ହଜାର ୬୦୦ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ପ୍ରତି ଛାତ୍ରୀଛାତ୍ରଙ୍କୁ ୫ଶହ ଟଙ୍କା ମୂଲ୍ୟରେ ୨ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଚପଲ, ୨ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି’ ଶାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କା ମୂଲ୍ୟରେ ଗୋଟିଏ କ୍ୟାପ, ୨୦ ଟଙ୍କା ମୂଲ୍ୟରେ ଗୋଟିଏ ଆଇଡି କାର୍ଡ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପିଲାଙ୍କ ପାଇଁ ସରକାର ୧୦୦୦ଟଙ୍କା ଲେଖାଏ ମଞ୍ଜୁର କରିଛନ୍ତି। ଏହି ଅର୍ଥ ବିଦ୍ୟାଳୟ ପରିଚାଳନା କମିଟିକୁ ପଠାଇ ଦିଆଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ପୋଷାକ କ୍ରୟ କରି ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ନିଶ୍ଚିନ୍ତକୋଇଲି ବ୍ଲ୍ଳକର ବହୁ ବିଦ୍ୟାଳୟରେ ପ୍ରଶାସନିକ ଦାୟିତ୍ୱହୀନତା କାରଣରୁ ଏପର୍ଯ୍ୟନ୍ତ ପରିଚାଳନା କମିଟି ଗଠନ କରାଯାଇପାରିନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ସିଆର୍‌ସିସିମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏକ ନିର୍ଦ୍ଦିଷ୍ଟ ଏଜେନ୍ସିଠାରୁ ପୋଷାକ କ୍ରୟ କରିବାକୁ ଚାପ ପକାଉଥିବା ଚର୍ଚ୍ଚା ହେଉଛି। ଯେଉଁ ବିଦ୍ୟାଳୟଗୁଡ଼ିକରେ ପରିଚାଳନା କମିଟି ଅଛି, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କମିଟି ନିମ୍ନମାନର ପୋଷାକ କିଣି ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଏହି ପୋଷାକ ପିନ୍ଧିବା ପରେ ତାହା ଅଳ୍ପଦିନ ମଧ୍ୟରେ ଚିରି ଯାଉଥିବା ଅଭିଯୋଗ ହୋଇଛି। ତେବେ ବ୍ଲକର ବହୁ ବିଦ୍ୟାଳୟରେ ପରିଚାଳନା କମିଟି ନ ଥିବାରୁ ସିଆର୍‌ସିସି ଓ ପ୍ରଧାନ ଶିକ୍ଷକ ଡ୍ରେସ କ୍ରୟ କରୁଥିବାରୁ ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବୁହାଳୋ ସମିତିସଭ୍ୟ ଭବାନୀ ଶଙ୍କର ବେହେରା ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପରିଚାଳନା କମିଟି ନ ଥିବାରୁ ପ୍ରଧାନ ଶିକ୍ଷକ ଓ ସିଆରସିସି ପୋଷାକ ବିତରଣ କରୁଛନ୍ତି। କିନ୍ତୁ ସେହିମାନେ ମଧ୍ୟ ମାନ ପରଖୁଛନ୍ତି। ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ପଚାରିବାରେ ପୋଷାକ କୋଟେଶନ ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ କ୍ରୟ କରୁଛନ୍ତି। ଯେଉଁଠି ପରିଚାଳନା କମିଟି ନାହିଁ ସେ ସ୍ଥାନରେ ସିଆରସିସି ଓ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟ ତୁଲାଉଛନ୍ତି। ନିମ୍ନମାନର ପୋଷାକ ବଣ୍ଟନ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri