ସେବାୟତ ଶ୍ମଶାନ ପାଇଁ ଜମି ଚିହ୍ନଟ

ସାକ୍ଷୀଗୋପାଳ,୧୩।୭(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ)ସାକ୍ଷୀଗୋପାଳ ମନ୍ଦିର ସେବାୟତ ଶ୍ମଶାନ ଭଙ୍ଗା ଓ ନିର୍ମାଣକୁ ନେଇ ଲାଗିରହିଥିବା ବିବାଦର ସମାଧାନ ନିମନ୍ତେ ସ୍ଥାନୀୟ ଜଳସେଚନ ଡାକବଙ୍ଗଳାରେ ବୁଧବାର ଉଚ୍ଚସ୍ତରୀୟ ବୈଠକ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିବାଦ ଭୁଲିଯାଇ ଶ୍ମଶାନ ନିର୍ମାଣ ସମ୍ପର୍କରେ ସମାଧାନ କରିବା ଦିଗରେ ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଥିଲେ। ପୂର୍ବରୁ ରହିଥିବା ସେବାୟତ ଶ୍ମଶାନ ଓଡ଼ିଆ ବିଶ୍ବବିଦ୍ୟାଳୟ ନିକଟରୁ ଦୂରେଇ ରଖିବା ପାଇଁ ମନ୍ଦିର ପରିଚାଳନା ପରିଷଦ ନିଷ୍ପତ୍ତି ନେଇଥିଲେ। ଶ୍ମଶାନ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା। ମାତ୍ର ଏହାକୁ କାର୍ଯ୍ୟକାରୀ ନ କରି ଦେବୋତ୍ତର ବିଭାଗ ବିରୋଧ କରିବା ଓ ନୂତନ ପରିଚାଳନା ପରିଷଦ ଗଠନକୁ ନେଇ ବୈଠକରେ ଉପସ୍ଥିତ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଅଧିକାରୀ ଓ ସେବାୟତମାନେ ଶ୍ମଶାନ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ବକୁଳବନରେ ପହଞ୍ଚତ୍ଥିଲେ। ମଶାଣି ମହାବୀର ମନ୍ଦିର ଓ ବଉଳ ବାଟିକା ମଧ୍ୟରେ ଫୁଲ ଅଳସା ମୌଜାର ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମି ଖାତା ନଂ. ୧୦୦ ପ୍ଲଟନଂ. ୫୧ ସମଦ୍ଧରୁ ୨ ଡିସିମିଲି ଜମି ସେବାୟତ ଶ୍ମଶାନ ପାଇଁ ଯୋଗାଇଦିଆଯିବ। ରାଜ୍ୟ ଦେବୋତ୍ତର ଆୟୁକ୍ତଙ୍କ ଅନୁମତି ମିଳିବାପରେ ଖୁବ୍‌ଶୀଘ୍ର ଶ୍ମଶାନ ନିର୍ମାଣ କରାଯିବା ନେଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳ ଓ ବକୁଳବନର ଉନ୍ନତି ପାଇଁ ୮କୋଟି ଟଙ୍କା ବ୍ୟୟ କରାଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଥିଲେ। ଓଡ଼ିଆ ବିଶ୍ବବିଦ୍ୟାଳୟ କାମର ଅଗ୍ରଗତି ନେଇ ଜିଲାପାଳ ବିଶ୍ବବିଦ୍ୟାଳୟ ପରିସରରେ ସମୀକ୍ଷା କରିବା ସହ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ପରିଚାଳନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହି ବୈଠକରେ ସହକାରୀ ଦେବୋତ୍ତର କମିଶନର ଗଗନ ସାହୁ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ ଜୟସିଂ, ଆଇଆଇସି ବିଜୟ କେତନ େହେରା, ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ମନ୍ଦିର କାର୍ଯ୍ୟନିର୍ବାହୀ ବିଶ୍ବାସୀ ତ୍ରିପାଠୀ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ ଓ କର୍ମକର୍ତ୍ତାବୃନ୍ଦ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?