ପିଲାଙ୍କୁ ନିମ୍ନମାନର ପୋଷାକ ବଣ୍ଟନ ନେଇ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,୧୩।୭,(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନରେ ବହୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ପୋଷାକ ବିତରଣକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ସ୍ତରରେ ଏହାର ତଦନ୍ତ ନିମନ୍ତେ ଅଭିଭାବକ ମହଲରେ ଦାବି କରାଯାଇଛି। ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ତାଙ୍କ ଚିଠି ନଂ. ୭୨୮୨/୧୯ା୬ା୨୦୨୩ ଅନୁଯାୟୀ, ସମଗ୍ର ଶିକ୍ଷା ଯୋଜନା ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ବିତରଣ କରାଯିବା ନିମନ୍ତେ ପତ୍ର ପ୍ରେରଣ କରିଛନ୍ତି। ଏ ନେଇ ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତରେ ୧୯୨ଟି ବିଦ୍ୟାଳୟର ୭,୬୩୩ଜଣ ଛାତ୍ରୀ ଓ ୫,୮୯୮ଜଣ ଛାତ୍ରଙ୍କୁ ପୋଷାକ ବିତରଣ ନିମନ୍ତେ ସରକାର ୮୧ ଲକ୍ଷ ୧୮ ହଜାର ୬୦୦ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ପ୍ରତି ଛାତ୍ରୀଛାତ୍ରଙ୍କୁ ୫ଶହ ଟଙ୍କା ମୂଲ୍ୟରେ ୨ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଚପଲ, ୨ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି’ ଶାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ, ୩୦ ଟଙ୍କା ମୂଲ୍ୟରେ ଗୋଟିଏ କ୍ୟାପ, ୨୦ ଟଙ୍କା ମୂଲ୍ୟରେ ଗୋଟିଏ ଆଇଡି କାର୍ଡ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପିଲାଙ୍କ ପାଇଁ ସରକାର ୧୦୦୦ଟଙ୍କା ଲେଖାଏ ମଞ୍ଜୁର କରିଛନ୍ତି। ଏହି ଅର୍ଥ ବିଦ୍ୟାଳୟ ପରିଚାଳନା କମିଟିକୁ ପଠାଇ ଦିଆଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ପୋଷାକ କ୍ରୟ କରି ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ନିଶ୍ଚିନ୍ତକୋଇଲି ବ୍ଲ୍ଳକର ବହୁ ବିଦ୍ୟାଳୟରେ ପ୍ରଶାସନିକ ଦାୟିତ୍ୱହୀନତା କାରଣରୁ ଏପର୍ଯ୍ୟନ୍ତ ପରିଚାଳନା କମିଟି ଗଠନ କରାଯାଇପାରିନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ସିଆର୍‌ସିସିମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏକ ନିର୍ଦ୍ଦିଷ୍ଟ ଏଜେନ୍ସିଠାରୁ ପୋଷାକ କ୍ରୟ କରିବାକୁ ଚାପ ପକାଉଥିବା ଚର୍ଚ୍ଚା ହେଉଛି। ଯେଉଁ ବିଦ୍ୟାଳୟଗୁଡ଼ିକରେ ପରିଚାଳନା କମିଟି ଅଛି, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କମିଟି ନିମ୍ନମାନର ପୋଷାକ କିଣି ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଏହି ପୋଷାକ ପିନ୍ଧିବା ପରେ ତାହା ଅଳ୍ପଦିନ ମଧ୍ୟରେ ଚିରି ଯାଉଥିବା ଅଭିଯୋଗ ହୋଇଛି। ତେବେ ବ୍ଲକର ବହୁ ବିଦ୍ୟାଳୟରେ ପରିଚାଳନା କମିଟି ନ ଥିବାରୁ ସିଆର୍‌ସିସି ଓ ପ୍ରଧାନ ଶିକ୍ଷକ ଡ୍ରେସ କ୍ରୟ କରୁଥିବାରୁ ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବୁହାଳୋ ସମିତିସଭ୍ୟ ଭବାନୀ ଶଙ୍କର ବେହେରା ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପରିଚାଳନା କମିଟି ନ ଥିବାରୁ ପ୍ରଧାନ ଶିକ୍ଷକ ଓ ସିଆରସିସି ପୋଷାକ ବିତରଣ କରୁଛନ୍ତି। କିନ୍ତୁ ସେହିମାନେ ମଧ୍ୟ ମାନ ପରଖୁଛନ୍ତି। ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ପଚାରିବାରେ ପୋଷାକ କୋଟେଶନ ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ କ୍ରୟ କରୁଛନ୍ତି। ଯେଉଁଠି ପରିଚାଳନା କମିଟି ନାହିଁ ସେ ସ୍ଥାନରେ ସିଆରସିସି ଓ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟ ତୁଲାଉଛନ୍ତି। ନିମ୍ନମାନର ପୋଷାକ ବଣ୍ଟନ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?