ବେଆଇନ ପାର୍କିଂ ଫି’ ଆଦାୟକୁ ନେଇ ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ହାବେଳି ପଡ଼ିଆରେ ନିଉ ଥିଙ୍କିଙ୍ଗ୍‌ ଫୋରମ୍‌ ପକ୍ଷରୁ ଖୋର୍ଦ୍ଧା ମହୋତ୍ସବ ଆୟୋଜନ କରାଯାଇଛି। ଦୁଇ ବର୍ଷ ପରେ ମହୋତ୍ସବ ଆୟୋଜନ ହୋଇଥିବାରୁ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକଙ୍କ ସମାଗମ ହେଉଛି। ମହୋତ୍ସବ ପଡ଼ିଆରେ ସାଂସ୍କୃତିକ ମଞ୍ଚକୁ ବାଦ୍‌ ଦେଲେ ଏକାଧିକ ବାଣିଜି୍ୟକ ଓ ଖାଦ୍ୟ ଷ୍ଟଲ୍‌ ଖୋଲାଯାଇଛି। ମହୋତ୍ସବରେ ପସରା ଖୋଲିଥିବା ଦୋକାନ ମାଲିକଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଛି। ଏପରି କି ମହୋତ୍ସବ ବାହାରେ ରାସ୍ତାକଡ଼ରେ ବେଲୁନ, ଝାଲ୍‌ମୁଢ଼ି, ଆଇସ୍‌କ୍ରିମ୍‌ ଆଦି ଦୋକାନ ଖୋଲିଥିବା ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସାମନ୍ତପୁର ଠେଙ୍ଗାହାଟ ମେଲଣ ପଡ଼ିଆ, ମହିଳା ମହାବିଦ୍ୟାଳୟ ସମ୍ମୁଖ, ନବୀନାବାଗ ଗଣେଶ ପୂଜା ମଣ୍ଡପ, ଗାନ୍ଧୀପଡ଼ିଆ ଆଦି ଅଞ୍ଚଳରେ ଗାଡ଼ି ପାର୍କିଂ କରାଯାଇଛି। ଏତଦ୍‌ବ୍ୟତୀତ ଏସ୍‌ବିଆଇ ଛକରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ସ୍ଥାନୀୟ ଯୁବକମାନେ ବାଇକ୍‌ ଚାଳକଙ୍କଠାରୁ ଜୋରଜବରଦସ୍ତ ବାଇକ ପାର୍କିଂ ଫି ଆଦାୟ କରୁଛନ୍ତି। ଜିଲା କୃଷି କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ, ଆର୍‌ଆଇ ଅଫିସ୍‌ଠାରୁ ହାବେଳି ପଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ଓ ଚାରଚକିଆ ଯାନ ପାର୍କିଂ ଫି’ ଆଦାୟ କରାଯାଉଛି। ମହୋତ୍ସବ କମିଟି ପାର୍କିଂ ଲାଗି ଅନୁମତି ଦେଇଥିବା କେତେଜଣ ଗଣମାଧ୍ୟମ ଆଗରେ କହିଛନ୍ତି। ମହୋତ୍ସବ ଚାରିପଟ ଅଞ୍ଚଳକୁ ପାର୍କିଂ ଦାୟିତ୍ୱରେ ଥିବା ଯୁବକମାନେ ବ୍ଲକିଂ କରି ରଖୁଛନ୍ତି। ସେହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଯାତାୟାତ କରିବାକୁ ଦେଉନାହାନ୍ତି। ସାମନ୍ତରାପୁର ଠେଙ୍ଗାହାଟ ଠାରୁ ନବୀନାବାଗ ଦେଇ ପଲ୍ଲା ନୂଆ ବସ୍‌ଷ୍ଟାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଅବରୋଧ କରି ରଖିଛନ୍ତି। ଲୋକେ ପ୍ରତିବାଦ କଲେ ମହୋତ୍ସବ କମିଟିଠାରୁ ଟେଣ୍ଡର ନେଇଛୁ, ତେଣୁୁ ବାଇକ୍‌ ଫି ଆଦାୟ କରିବୁ। ବାଇକ୍‌ ପାର୍କିଂରେ ନ ରଖିଲେ, ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା କେତେଜଣ ବାଇକ୍‌ ଆରୋହୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏ ନେଇ ବକ୍ସିଲେନ୍‌ର ସୁଶାନ୍ତ ପଟ୍ଟନାୟକ କୁହନ୍ତି, ପଲ୍ଲାରେ ମୋର ଦୋକାନ ରହିଛି। ଦୋକାନକୁ ଯିବା ଲାଗି ବାଇକ୍‌ ଛାଡୁନାହାନ୍ତି। ପାର୍କିଂରେ ରଖି ଚାଲିଯିବାକୁ ବାଧ୍ୟ କରୁଛନ୍ତି। ଖୋର୍ଦ୍ଧା ସଚେତନ ନାଗରିକ ମଞ୍ଚ ଆବାହକ ଶୋଭନ ଘୋଷ୍‌ କୁହନ୍ତି, ମହୋତ୍ସବ ଆଳରେ ଏସ୍‌ବିଆଇ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱ ଏବଂ ଅନ୍ୟ ସ୍ଥାନରେ ମହୋତ୍ସବକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଜୋରଜବରଦସ୍ତ ବନ୍ଦ କରି ପାର୍କିଂ ଫି’ ଆଦାୟ କରାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆୟୋଜକ କମିଟି ସଭାପତି ଦିଲୀପ ଶ୍ରୀଚନ୍ଦନ, କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ପୃଷ୍ଟି ଏବଂ ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଈପ୍‌ସିତ ସାହୁ କୁହନ୍ତି, ମହୋତ୍ସବରେ ବେଆଇନ ଭାବେ ମୌତ୍‌ କା କୂଆଁ ଚାଲିଥିବା ଅଭିଯୋଗ ଆସିବା ପରେ ତୁରନ୍ତ ଏହାକୁ ବନ୍ଦ କରାଯାଇଛି। ମହୋତ୍ସବରେ କେତୋଟି ଷ୍ଟଲ୍‌ ପଡ଼ିଛି, ଏଥିଲାଗି ଷ୍ଟଲ୍‌ ପିଛା କେତେ ଟଙ୍କା ଆଦାୟ କରାଯାଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଦାଖଲ ଲାଗି କୁହାଯାଇଛି। ମହୋତ୍ସବରେ ପାର୍କିଂ ଲାଗି କମିଟି ପୌର ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ। ପୌର ପ୍ରଶାସନର ୪ଟି ପାର୍କିଂ ସ୍ଥାନ ରହିଛି। ସେଠାରେ ଯାନବାହନ ପାର୍କିଂ ଲାଗି କୁହାଯାଇଥିଲା। ତେବେ ମହିଳା ମହାବିଦ୍ୟାଳୟଠାରୁ ନବୀନାବାଗ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଥିବା ଏବଂ ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱ ରାସ୍ତାରେ ବେଆଇନ ଭାବେ ପାର୍କିଂ କରି ଫି’ ଆଦାୟ କରାଯାଉଥିବା ନେଇ ଅଭିଯୋଗ ଆସିଛି। ଏହାକୁ ଅନୁଧ୍ୟାନ ଲାଗି ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପୌର ପ୍ରଶାସନ ବିନା ଅନୁମତିରେ ମହୋତ୍ସବ ଆଳରେ ବେଆଇନ ପାର୍କିଂ ଫି’ ଆଦାୟ କରାଯିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri