ଧଉଳି ଶାନ୍ତିସ୍ତୂପରେ ଗଛକଟାକୁ ନେଇ ଅସନ୍ତୋଷ

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,(ଡି.ଏନ୍‌.ଏ)୨୬ା୧୦: ରାଜଧାନୀରେ ଗଛକଟାକୁ ନେଇ ପୁଣି ବିବାଦ ଛିଡ଼ାହୋଇଛି। ପର୍ଯ୍ୟଟନସ୍ଥଳୀ ଶାନ୍ତିସ୍ତୂପ ଧଉଳି ଆସନ୍ତା ୨୮ତାରିଖରେ ଏହାର ସୁବର୍ଣ୍ଣ ଜୟନ୍ତ୍ରୀ ପାଳନ କରିବାକୁ ଯାଉଛି। ଦେଶ ବିଦେଶରୁ ବହୁ ବୌଦ୍ଧ ସାଧୁସନ୍ଥ ଏଥିରେ ଯୋଗଦେବାକୁ ଥିବାରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଦ୍ଧଦେବଙ୍କ ବିଭିନ୍ନ ମୁଦ୍ରାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଲେପ ଦିଆଯାଉଛି। ଏପରି କି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକୁ ଦୂରରୁ ଉପଭୋଗ କିପରି କରିହେବ ସେଥିପାଇଁ ଏହାର ଚତୁଃପାର୍ଶ୍ୱରେ ଥିବା ଗଛଗୁଡ଼ିକୁ କଟାଯାଇଛି। ନିମ୍ବ, ବର, କରଞ୍ଜ, ଅଶ୍ୱସ୍ଥ, କୃଷ୍ଣଚୂଡ଼ା, ଶିମିଳି ଭଳି ପ୍ରାୟ ୨୦୦ ଔଷଧୀୟ ଏବଂ ଜଙ୍ଗଲି ଗଛକୁ ବନବିଭାଗ କାଟି ଥୁଣ୍ଟା କରିଚାଲିଛି। ଏପରି କି ସ୍ତୂପ ନିକଟ ଏବଂ ଶ୍ରୀ ଧବଳେଶ୍ୱର ପୀଠ ନିକଟ ଚଟାଣକୁ ନଷ୍ଟ କରୁଥିବା କେତେକ ଗଛକୁ ମୂଳରୁ କାଟି ଦିଆଯାଇଥିଲା ତେବେ ଏଭଳି ଗଛକଟାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନୈତିକ ଦଳଠାରୁ ଆରମ୍ଭ କରି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କାରଣ ଧଉଳିକୁ ବର୍ଷସାରା ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଆସୁଥିବାବେଳେ ଏଠାରେ ଥିବା ବଡ଼ ବଡ଼ ଝଙ୍କାଳିଆ ବୃକ୍ଷର ଛାଇ ସେମାନଙ୍କୁ ତାତିରୁ ରକ୍ଷା କରିଥାଏ। ପାହାଡ଼ ଉପରେ ବୁଲିବା ପରେ ଲୋକମାନେ ଗଛତଳର ଛାଇରେ ଥକ୍କା ମେଣ୍ଟାଇଥାନ୍ତି। ହେଲେ ସୌନ୍ଦର୍ଯ୍ୟକରଣ ନାମରେ ପ୍ରଶାସନ ପକ୍ଷରୁ ଝଙ୍କାଳିଆ ଗଛକୁ କାଟି ଥୁଣ୍ଟା କରିଦିଆଯାଇଛି। ଅପରପକ୍ଷରେ ଧଉଳି ସୌନ୍ଦର୍ଯ୍ୟକରଣ ନିମନ୍ତେ ଗଛ କଟାଯାଉନାହିଁ ବରଂ ୫୦ରୁ ୬୦ଟି ଗଛର ଶାଖା ପ୍ରଶାଖାକୁ କାଟି ଚତୁଃପାର୍ଶ୍ୱକୁ ସଫା କରାଯାଇଛି। ଗଛ କାଟିବା ଉପରେ କଟକଣା ଏବଂ ଆଇନ ରହିଥିବାରୁ କୌଣସି ଗଛକୁ ମୂଳରୁ କଟାଯାଇନାହିଁ ବୋଲି ଭୁବନେଶ୍ୱର ସିଟି ଡିଏଫ୍‌ଓ ଅଜିତ୍‌ କୁମାର ଶତପଥୀ କହିଛନ୍ତି।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଓଡିଆ ଜାତିର କୀର୍ତ୍ତି, ଗୌରବ ଓ ସ୍ବର୍ଣ୍ଣିମ ଇତିହାସ ତଥା କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ ଧଉଳି ଶାନ୍ତିସ୍ତୂପରେ ସରକାରଙ୍କ ବ୍ୟାପକ ଗଛକଟା ନିନ୍ଦନୀୟ। ଶାନ୍ତିସ୍ତୁପ ନିର୍ମାଣର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ସେଠାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ଓ ଦେଶ ବାହାରୁ ଅତିଥି ଆସିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଧଉଳିର ପ୍ରାୟ ୩୦ ହଜାର ପୁରୁଣା ବୃକ୍ଷରାଜିକୁ କାଟିବାର କି ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏବଂ ରାଧାନାଥ ରଥ ବିଜେବି କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ସେଠାରେ ବୃକ୍ଷରୋପଣ କରିଥିଲେ। ସେବେଠାରୁ ବିଭିନ୍ନ ସମୟରେ ଧଉଳିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଆସୁଛୁ। ଏବେ ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସରକାର ଏହାର ଉନ୍ନତୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ହେଲେ ଏହା ଦିଅଁ ଗଢୁ ଗଢୁ ମାଙ୍କଡ଼ ସଦୃଶ ହୋଇଛି ବୋଲି ସୁରେଶ କହିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଦିନର ଗଛକୁ କାଟିବା ସବୁଠାରୁ ଦୁଃଖଦାୟକ ଘଟଣା ବୋଲି ସୁରେଶ କହିଛନ୍ତି।
ଅନ୍ୟପଟେ ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଗଛକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ ହେବା ଦରକାର। ହେଲେ ଓଡିଶା ସରକାର ସବୁବେଳେ ଗଛ କାଟିବାର ପରମ୍ପରାକୁ ଅଧିକ ଆପଣାଉଥିବା ଦେଖିବାକୁ ମିଳୁଛି। ନିକଟରେ ବିଧାୟକଙ୍କ ଲାଗି କ୍ୱାର୍ଟର୍ସ ନିର୍ମାଣ କରିବା ପାଇଁ ଏକ ଆପାର୍ଟମେଣ୍ଟ କାମ ସକାଶେ ଶହ ଶହ ଗଛକୁ କାଟିଦେଲେ। ଏବେ ପୁଣି ବର୍ଷ ବର୍ଷ ତଳର ପୁରୁଣା ଗଛକୁ କାଟିବାର ପ୍ରୟାସ ଆରମ୍ଭ କରିଛନ୍ତି। ଗଛ ସବୁବେଳେ ପରିବେଶକୁ ସୁନ୍ଦର ଏବଂ ସବୁଜିମା ରଖିଥାଏ। ଧଉଳିରେ ଗଛ ରଖି ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇପାରିବ। ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେମାନଙ୍କୁ ଖରାରୁ ତ୍ରାହି ମିଳୁଥିଲା, ହେଲେ ସେମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗୋଲକ କହିଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ କେବଳ ୩୦ରୁ ୪୦ ଗଛକୁ ଟ୍ରିମିଂ ଅର୍ଥାତ୍‌ ଗଛର ଶାଖାପ୍ରଶାଖାକୁ କାଣ୍ଟଛାଣ୍ଟ କରାଯାଇଛି। କୌଣସି ଗଛ କଟାଯାଉନାହିଁ। ଏବେ ଅନେକ ଗଛ କଅଁଳିଲାଣି। ୩ହଜାର ଗଛ କଟାଯିବା ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ। ଏହାଦ୍ୱାରା ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri