ବିଜୁ ସେତୁ ନିର୍ମାଣସ୍ଥଳକୁ ନେଇ ତେଜୁଛି ଅସନ୍ତୋଷ

କୋରେଇ,୧୧ା୨(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟ ସରକାର ୨୦୧୧ରେ ଆରମ୍ଭ କରିଥିବା ବିଜୁ ସେତୁ ଯୋଜନାର ସଫଳ ରୂପାୟନ ପରାହତ ହୋଇଛି। କେତେଜଣ ଠିକାଦାର ଓ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜମି ଅଧିଗ୍ରହଣ ନ କରି ସେତୁ ନିର୍ମାଣ ନକ୍ସାରେ ପରିବର୍ତ୍ତନ, ମନ୍ଥର ଗତିରେ କାମ ତଥା ନିମ୍ନମାନର କାର୍ଯ୍ୟ ଯୋଗୁ ଜନସାଧାରଣଙ୍କ ଉପଯୋଗୀ ହୋଇପାରୁନାହିଁ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତ ବରୁଣ୍ଡେଇ-ବନ୍ଦାଳ ରାସ୍ତାର ଶାମୁକା ନାଳ ଉପରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ଚାଲିଥିବା ବିଜୁ ସେତୁ ସ୍ଥଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ସୂଚନା ଅନୁଯାୟୀ ଏଠାରେ ଚାଲିଥିବା ବିଜୁ ସେତୁ କାମ ଶୈଳବାଳା ଇନ୍‌ଫ୍ରାଷ୍ଟକ୍ଚର ପ୍ରାଇଭେଟ ଲିମିଟେଡ଼ ନାମକ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ୭ କୋଟି ୮୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅଟକଳ ହୋଇଛି। ଏହି ସେତୁର ଦୈଘ୍ୟ ୮୯.୪୪ ମିଟର ଓ ପ୍ରସ୍ଥ ୨.୫୫ ମିଟର ହୋଇଥିବାବେଳେ ଏହାର ନିର୍ମାଣ ଆସନ୍ତା ସେପ୍ଟେମ୍ବର ୨୮ ସୁଦ୍ଧା ସରିବ ବୋଲି ସୂଚନା ଫଳକରେ ଉଲ୍ଲେଖ ରହିଛି । ହେଲେ ବିଡମ୍ବନାର ବିଷୟ ଏହି ସେତୁର ନିର୍ମାଣ ହେଉଥିବା ଜମିକୁ ନେଇ ବିଭିନ୍ନ ଅଭିଯୋଗ ହେଉଛି। ସେତୁର କାମ ସଠିକ ଭାବେ ହେଉନାହିଁ ବୋଲି ସ୍ଥାନୀୟ ସରପଞ୍ଚ ବିଷ୍ଣୁ ରଥ ଅଭିଯୋଗ କରିଛନ୍ତି। ଏଥିରେ ବ୍ୟବହାର ହେଉଥିବା ରଡ଼, ସିମେଣ୍ଟ, ଚିପ୍ସ ଇତ୍ୟାଦି ନିମ୍ନ ମାନର ହୋଇଥିବା ସହ ଯେତିକି ଗଭୀରରେ ବୋରିଂ କରାଯିବା କଥା ତାହା ହୋଇ ନ ଥିବା ଅଭିଯୋଗ ହୋଇଛି । ନିର୍ମାଣ ହେଉଥିବା ସେତୁର ଜମି ଝାଟିଆସାହି ମୌଜାର ଖାତା ନଂ ୧୩୬, ଯାହାକି ବ୍ୟକ୍ତିଗତ ଜମି ବୋଲି ବନ୍ଦାଳ ଗ୍ରାମର ଗୋପୀନାଥ ସାହୁ, ପର୍ଶୁରାମ ସାହୁ, ଦାମୋଦର ସାହୁ ଓ ବିଷ୍ଣୁ ସାହୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ କର୍ଣ୍ଣପାତ ନ କରି ଠିକାଦାର ବେଫିକର ଭାବେ ନିର୍ମାଣ କାମ ଆଗେଇ ନେଉଛନ୍ତି । ଏପରି କି ଏହାକୁ ପ୍ରତିବାଦ କଲେ ଠିକାଦାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଲୋକମାନେ ଧମକଚମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଗ୍ରାମ୍ୟ ନିର୍ମାଣ ବିଭାଗର ଜୁନିୟର ଇଞ୍ଜିନିୟର ରଞ୍ଜନ କୁମାର ବେହେରାଙ୍କ ମତାମତ ନେବାକୁ ତାଙ୍କୁ ଫୋନ୍‌ କରାଯାଇଥିଲାା ହେଲେ ସେ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri