Posted inଫୁରସତ

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ

ଦକ୍ଷିଣ କୋରିଆରେ ଏକାଦିକ୍ରମେ ଦୁଇ ବର୍ଷ ଧରି ଶ୍ରେଷ୍ଠ ବୈଜ୍ଞାନିକ ହେବାର ଗୌରବ ଲାଭ କରିଛନ୍ତି ଓଡ଼ିଆ ଝିଅ ଡ. ରୂପଶ୍ରୀ ରାଗିଣୀ ଦାସ। ଓଡ଼ିଶା କେମିକାଲ୍‌ ସୋସାଇଟି ଓ ଆମେରିକୀୟ ରାସାୟନିକ ସୋସାଇଟିର ଆଜୀବନ ସଦସ୍ୟା ଡ. ଦାସ ୧୯୫୪ ମସିହା ମେ ୨୪ ତାରିଖରେ ଯାଜପୁର ଜିଲାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଲକ୍ଷ୍ମୀକାନ୍ତ ଦାସ ଓ ମାତା ଶିଶିରା ଦାସ। ଜେଜେ ଶ୍ୟାମସୁନ୍ଦର ଦାସ ଓ ଜେଜେମା’ କୋକିଳା ଦେବୀ। ଚାରି ଭାଇ ଭଉଣୀରେ ସେ ଥିଲେ ବଡ଼। ରୂପଶ୍ରୀ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୫ ମସିହାରେ ଅଜୈବ ରସାୟନ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବାପରେ ୧୯୭୬ ଜୁଲାଇରୁ ୧୯୭୭ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ସ୍ବର୍ଗତ ସର୍ବେଶ୍ୱର ଗୁରୁଙ୍କର ତତ୍ତ୍ୱାବଧାନରେ ଜିଓକେମିଷ୍ଟ୍ରି ଗବେଷଣାରେ ବ୍ୟବହୃତ ଟ୍ରାଞ୍ଜିସନ୍‌ ମେଟାଲ୍‌ କମ୍ପ୍ଲେକ୍ସର ସିନ୍ଥେସିସ୍‌ ଏବଂ ଉପଯୋଗିତା ଉପରେ ଗବେଷଣା ପାଇଁ ୟୁ.ଜି.ସି. ଫେଲୋଶିପ୍‌ ପାଇଥିଲେ। ଏହି ସମୟରେ ସେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପିକା ଜୀବନ ଆରମ୍ଭ କରିବା ସହିତ, ରସାୟନ ବିଜ୍ଞାନର ଅଧ୍ୟାପକ ଶଶଧର ସାମଲଙ୍କୁ ବିବାହ କଲେ। ତାଙ୍କର ଦୁଇଟି କନ୍ୟା। ୧୯୯୨ ମସିହାରେ ଭଦ୍ରକ କଲେଜରୁ ବଦଳି ହୋଇ କଟକର ଶୈଳବାଳା, ଜେ. କେ. ବି. କେ. ଓ ପରିଶେଷରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହିତ ଗବେଷଣା ଜାରି ରଖି ୧୬ ବର୍ଷର କଠିନ ପରିଶ୍ରମ ପରେ ୧୯୯୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ. ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୯୯ ମସିହାରେ ଡ. ଦାସ ରସାୟନ ଶାସ୍ତ୍ରରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁ ସହରରେ ଗବେଷଣା ଆରମ୍ଭ କରିଥିଲେ। ୨୦୦୦ ମସିହା ଫେବୃୟାରୀ ମାସର କଥା। ଏକ ସାରେ ତାଙ୍କୁ ଖବର ମିଳିଲା ପ୍ରଫେସର ଜାଙ୍ଗୁଜୁ କିମ୍‌ ତାଙ୍କ ଗବେଷଣା ପାଇଁ ଜଣେ ଅଜୈବିକ ରସାୟନ ବିଶେଷଜ୍ଞଙ୍କୁ ଆବଶ୍ୟକ କରୁଛନ୍ତି। ତାହା ମଧ୍ୟ ଅଜୈବିକ କମ୍ପ୍ଲେକ୍ସ ଉପରେ। ସତେ ଯେପରି ଏହା ଥିଲା ବିଧିର ନିର୍ଦ୍ଦେଶ। ପ୍ରଫେସର କିମ୍‌ଙ୍କ ନେତୃତ୍ୱରେ ଗବେଷଣା ପାଇଁ ୨୦୦୦ ମସିହାରେ ଡ. ଦାସ ଯୋଗଦେଲାବେଳକୁ ଅତ୍ୟାଧୁନିକ ଡିସ୍‌ ପ୍ଲେ ପରଦା ପାଇଁ ଗବେଷଣାର ପ୍ରାରମ୍ଭିକ ପର୍ଯ୍ୟାୟ। ଇରିଡିୟମ୍‌ କମ୍ପ୍ଲେକ୍ସ ବ୍ୟବହାର କରି ଓ.ଏଲ.ଇ.ଡି ଜାତୀୟ ଡିସପ୍ଲେ ପରଦା ଆବିଷ୍କାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା। ଏଭଳି ଚାଲେଞ୍ଜକୁ ହାତକୁ ନେଇ ଡ. ଦାସ ଗବେଷଣା କାର୍ଯ୍ୟରେ ଲାଗିପଡିଲେ ଓ ଦୁଇ ବର୍ଷ ମଧ୍ୟରେ ଅନେକ ନୂଆ ଇରିଡିୟମ୍‌ କମ୍ପ୍ଲେକ୍ସ ତିଆରି କରିବାରେ ସକ୍ଷମ ହୋଇପାରିଥିଲେ। ଏହାମଧ୍ୟରେ ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ଗବେଷଣା ଓ ବିକାଶ କେନ୍ଦ୍ରରେ ୨୦୦୩ ମସିହାରେ ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଡ. ଦାସ ଯୋଗଦେଲେ। ଆଉ ତାଙ୍କର ଆବିଷ୍କାର ଏସ.ଏ.ଆଇ.ଟି. ର ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଚମତ୍କୃତ କରିଥିଲା। ଡ. ଦାସଙ୍କ ଦ୍ୱାରା ପ୍ରସ୍ତୁତ ଇରିଡିୟମ କମ୍ପ୍ଲେକ୍ସ ଉତ୍କୃଷ୍ଟ ମାନର ବୋଲି ଯୋଗ୍ୟ ବିବେଚିତ ହେଲା। ଦେଶ ବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହେଲା। ଆମେରିକା, ଜାପାନ, ରୁଷିଆ, ଜର୍ମାନୀ ଓ କୋରିଆରେ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ଗବେଷଣା ପାଇଁ ସେ ଏସ୍‌.ଏ.ଆଇ.ଟି. ର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଆନ୍ତର୍ଜାତିକ ପତ୍ର ପତ୍ରିକାରେ ତାଙ୍କର ଗବେଷଣା ସମ୍ବନ୍ଧିତ ପ୍ରବନ୍ଧ ପ୍ରକାଶ ପାଇଲା। କମର୍ସିଆଲ୍‌ ଓ.ଏଲ.ଇ.ଡି. ଡିସପ୍ଲେରେ ଏସ୍‌.ଏ.ଆଇ.ଟି. ବିଶ୍ୱର ଅଗ୍ରଣୀ ଗବେଷଣା କେନ୍ଦ୍ରଭାବେ ବିବେଚିତ ହେଲା ଓ ଡ. ଦାସ ୨୦୦୪ ମସିହାରେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ସମ୍ମାନିତ ହୋଇଥିଲେ। ପୁଣି ୨୦୦୬ ଜାନୁୟାରୀ ୧ ତାରିଖ ଏସ.ଏ.ଆଇ.ଟି.ର ସମସ୍ତ ବୈଜ୍ଞାନିକଙ୍କ ଆଗରେ ଡ. ଦାସଙ୍କୁ ‘ବେଷ୍ଟ ସାଇଣ୍ଟିଷ୍ଟ ସମ୍ମାନ’ ଦିଆଯାଇଥିଲା। ଇରିଡିୟମ ସହିତ ସେ ମଧ୍ୟ ଅନ୍ୟ ଭାରୀ ଧାତୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଓଏଲ୍‌ଇଡିରେ ବ୍ୟବହାର କରାଯାଉଥିବା ନୂତନ ଚାର୍ଜ କଣିକା ବାହକ ଅଣୁମାନ ପ୍ରସ୍ତୁତ କରିଥିଲେ। ଓଏଲ୍‌ଇଡି ଗବେଷଣା ସହ ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌, ନାନୋ ପାର୍ଟିକ୍ଲସ୍‌ ଏବଂ ଗ୍ରାଫିନ୍‌ ଉପରେ କାମ କରିଛନ୍ତି। ଆମେରିକାନ୍‌ କେମିକାଲ୍‌ ସୋସାଇଟିର କେମିଷ୍ଟ୍ରି ଆଣ୍ଡ ଇଞ୍ଜିନିୟରିଂ ନିଉଜ୍‌ ୨୦୧୨ ମସିହାରେ ଡ. ଦାସଙ୍କର ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌ ସମ୍ବନ୍ଧୀୟ ଏକ ଉଦ୍ଭାବନକୁ ସେ ବର୍ଷର ଶ୍ରେଷ୍ଠ ଉଦ୍ଭାବନ ବୋଲି ମନୋନୟନ କରିଥିଲେ। ସେ ୧୩୦ ଗୋଟି ଆମେରିକୀୟ, ଜାପାନିଜ୍‌, ଇଉରୋପିଆନ୍‌, ଦକ୍ଷିଣ କୋରିଆନ୍‌ ଓ ଚାଇନିଜ୍‌ ପେଟେଣ୍ଟର ଅଧିକାରୀ ଅଟନ୍ତି। ଏକ ରାସ୍ତା ଦୁର୍ଘଟଣା ପରେ ସେ ସାମସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସରୁ ୨୦୧୫ ମସିହାରେ ଅବ୍ୟାହତି ନେଇ ୨୦୨୦ ମସିହା ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଗାଛନ୍‌ ଓ ମ୍ୟଂଜି ବିଶ୍ୱବିଦ୍ୟାଳୟରେ ୨୦୧୫ରୁ ୨୦୨୦ ଗବେଷଣା ପ୍ରଫେସର ରୂପେ କାର୍ଯ୍ୟ କରି ନିଜ ଜନ୍ମ ଭୂମିକୁ ଫେରିଆସିଛନ୍ତି। ଡ. ଦାସଙ୍କର ଓଡ଼ିଆରେ ମଧ୍ୟ ବିଜ୍ଞାନ ସମ୍ବନ୍ଧୀୟ ଲେଖାମାନ ପ୍ରକାଶ ପାଉଛି। ଅନୁବାଦ ସାହିତ୍ୟ ଉପରେ ମଧ୍ୟ ତାଙ୍କର ଅନୁରାଗ ଅଛି।
ଯାଜପୁରରେ ଜନ୍ମ ଗ୍ରହଣ କରି, ବିଦେଶରେ ଉଚ୍ଚକୋଟୀର ଗବେଷଣା କରି ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରିବା, ଆମ ପାଇଁ ଗର୍ବ ଓ ଗୌରବ କଥା। ଆମେ ବ୍ୟବହାର କରୁଥିବା ସାମସଙ୍ଗ୍‌ ପ୍ରସ୍ତୁତ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ଜଣେ ଓଡ଼ିଆ ମହିଳାଙ୍କ କିଛି ଅବଦାନ ରହିଛି, ଏହା ହୁଏତ ବହୁତ କମ୍‌ ଲୋକ ଜାଣିଥବେ। ଡ. ଦାସଙ୍କ ପରି ଜଣେ ଓଡ଼ିଆ ବୈଜ୍ଞାନିକଙ୍କର ଉଦ୍ଭାବନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଉପକାରରେ ଲାଗିପାରିଲା ତାହା ବାସ୍ତବିକ ତାଙ୍କ ପରିଶ୍ରମର ଶ୍ରେଷ୍ଠ ପୁରସ୍କାର।

-ପ୍ରିୟମ୍ବଦା ରଥ, ହାଇଦ୍ରାବାଦ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?