Posted inଫୁରସତ

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ

ଦକ୍ଷିଣ କୋରିଆରେ ଏକାଦିକ୍ରମେ ଦୁଇ ବର୍ଷ ଧରି ଶ୍ରେଷ୍ଠ ବୈଜ୍ଞାନିକ ହେବାର ଗୌରବ ଲାଭ କରିଛନ୍ତି ଓଡ଼ିଆ ଝିଅ ଡ. ରୂପଶ୍ରୀ ରାଗିଣୀ ଦାସ। ଓଡ଼ିଶା କେମିକାଲ୍‌ ସୋସାଇଟି ଓ ଆମେରିକୀୟ ରାସାୟନିକ ସୋସାଇଟିର ଆଜୀବନ ସଦସ୍ୟା ଡ. ଦାସ ୧୯୫୪ ମସିହା ମେ ୨୪ ତାରିଖରେ ଯାଜପୁର ଜିଲାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଲକ୍ଷ୍ମୀକାନ୍ତ ଦାସ ଓ ମାତା ଶିଶିରା ଦାସ। ଜେଜେ ଶ୍ୟାମସୁନ୍ଦର ଦାସ ଓ ଜେଜେମା’ କୋକିଳା ଦେବୀ। ଚାରି ଭାଇ ଭଉଣୀରେ ସେ ଥିଲେ ବଡ଼। ରୂପଶ୍ରୀ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୫ ମସିହାରେ ଅଜୈବ ରସାୟନ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବାପରେ ୧୯୭୬ ଜୁଲାଇରୁ ୧୯୭୭ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ସ୍ବର୍ଗତ ସର୍ବେଶ୍ୱର ଗୁରୁଙ୍କର ତତ୍ତ୍ୱାବଧାନରେ ଜିଓକେମିଷ୍ଟ୍ରି ଗବେଷଣାରେ ବ୍ୟବହୃତ ଟ୍ରାଞ୍ଜିସନ୍‌ ମେଟାଲ୍‌ କମ୍ପ୍ଲେକ୍ସର ସିନ୍ଥେସିସ୍‌ ଏବଂ ଉପଯୋଗିତା ଉପରେ ଗବେଷଣା ପାଇଁ ୟୁ.ଜି.ସି. ଫେଲୋଶିପ୍‌ ପାଇଥିଲେ। ଏହି ସମୟରେ ସେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପିକା ଜୀବନ ଆରମ୍ଭ କରିବା ସହିତ, ରସାୟନ ବିଜ୍ଞାନର ଅଧ୍ୟାପକ ଶଶଧର ସାମଲଙ୍କୁ ବିବାହ କଲେ। ତାଙ୍କର ଦୁଇଟି କନ୍ୟା। ୧୯୯୨ ମସିହାରେ ଭଦ୍ରକ କଲେଜରୁ ବଦଳି ହୋଇ କଟକର ଶୈଳବାଳା, ଜେ. କେ. ବି. କେ. ଓ ପରିଶେଷରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହିତ ଗବେଷଣା ଜାରି ରଖି ୧୬ ବର୍ଷର କଠିନ ପରିଶ୍ରମ ପରେ ୧୯୯୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ. ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୯୯ ମସିହାରେ ଡ. ଦାସ ରସାୟନ ଶାସ୍ତ୍ରରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁ ସହରରେ ଗବେଷଣା ଆରମ୍ଭ କରିଥିଲେ। ୨୦୦୦ ମସିହା ଫେବୃୟାରୀ ମାସର କଥା। ଏକ ସାରେ ତାଙ୍କୁ ଖବର ମିଳିଲା ପ୍ରଫେସର ଜାଙ୍ଗୁଜୁ କିମ୍‌ ତାଙ୍କ ଗବେଷଣା ପାଇଁ ଜଣେ ଅଜୈବିକ ରସାୟନ ବିଶେଷଜ୍ଞଙ୍କୁ ଆବଶ୍ୟକ କରୁଛନ୍ତି। ତାହା ମଧ୍ୟ ଅଜୈବିକ କମ୍ପ୍ଲେକ୍ସ ଉପରେ। ସତେ ଯେପରି ଏହା ଥିଲା ବିଧିର ନିର୍ଦ୍ଦେଶ। ପ୍ରଫେସର କିମ୍‌ଙ୍କ ନେତୃତ୍ୱରେ ଗବେଷଣା ପାଇଁ ୨୦୦୦ ମସିହାରେ ଡ. ଦାସ ଯୋଗଦେଲାବେଳକୁ ଅତ୍ୟାଧୁନିକ ଡିସ୍‌ ପ୍ଲେ ପରଦା ପାଇଁ ଗବେଷଣାର ପ୍ରାରମ୍ଭିକ ପର୍ଯ୍ୟାୟ। ଇରିଡିୟମ୍‌ କମ୍ପ୍ଲେକ୍ସ ବ୍ୟବହାର କରି ଓ.ଏଲ.ଇ.ଡି ଜାତୀୟ ଡିସପ୍ଲେ ପରଦା ଆବିଷ୍କାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା। ଏଭଳି ଚାଲେଞ୍ଜକୁ ହାତକୁ ନେଇ ଡ. ଦାସ ଗବେଷଣା କାର୍ଯ୍ୟରେ ଲାଗିପଡିଲେ ଓ ଦୁଇ ବର୍ଷ ମଧ୍ୟରେ ଅନେକ ନୂଆ ଇରିଡିୟମ୍‌ କମ୍ପ୍ଲେକ୍ସ ତିଆରି କରିବାରେ ସକ୍ଷମ ହୋଇପାରିଥିଲେ। ଏହାମଧ୍ୟରେ ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ଗବେଷଣା ଓ ବିକାଶ କେନ୍ଦ୍ରରେ ୨୦୦୩ ମସିହାରେ ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଡ. ଦାସ ଯୋଗଦେଲେ। ଆଉ ତାଙ୍କର ଆବିଷ୍କାର ଏସ.ଏ.ଆଇ.ଟି. ର ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଚମତ୍କୃତ କରିଥିଲା। ଡ. ଦାସଙ୍କ ଦ୍ୱାରା ପ୍ରସ୍ତୁତ ଇରିଡିୟମ କମ୍ପ୍ଲେକ୍ସ ଉତ୍କୃଷ୍ଟ ମାନର ବୋଲି ଯୋଗ୍ୟ ବିବେଚିତ ହେଲା। ଦେଶ ବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହେଲା। ଆମେରିକା, ଜାପାନ, ରୁଷିଆ, ଜର୍ମାନୀ ଓ କୋରିଆରେ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ଗବେଷଣା ପାଇଁ ସେ ଏସ୍‌.ଏ.ଆଇ.ଟି. ର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଆନ୍ତର୍ଜାତିକ ପତ୍ର ପତ୍ରିକାରେ ତାଙ୍କର ଗବେଷଣା ସମ୍ବନ୍ଧିତ ପ୍ରବନ୍ଧ ପ୍ରକାଶ ପାଇଲା। କମର୍ସିଆଲ୍‌ ଓ.ଏଲ.ଇ.ଡି. ଡିସପ୍ଲେରେ ଏସ୍‌.ଏ.ଆଇ.ଟି. ବିଶ୍ୱର ଅଗ୍ରଣୀ ଗବେଷଣା କେନ୍ଦ୍ରଭାବେ ବିବେଚିତ ହେଲା ଓ ଡ. ଦାସ ୨୦୦୪ ମସିହାରେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ସମ୍ମାନିତ ହୋଇଥିଲେ। ପୁଣି ୨୦୦୬ ଜାନୁୟାରୀ ୧ ତାରିଖ ଏସ.ଏ.ଆଇ.ଟି.ର ସମସ୍ତ ବୈଜ୍ଞାନିକଙ୍କ ଆଗରେ ଡ. ଦାସଙ୍କୁ ‘ବେଷ୍ଟ ସାଇଣ୍ଟିଷ୍ଟ ସମ୍ମାନ’ ଦିଆଯାଇଥିଲା। ଇରିଡିୟମ ସହିତ ସେ ମଧ୍ୟ ଅନ୍ୟ ଭାରୀ ଧାତୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଓଏଲ୍‌ଇଡିରେ ବ୍ୟବହାର କରାଯାଉଥିବା ନୂତନ ଚାର୍ଜ କଣିକା ବାହକ ଅଣୁମାନ ପ୍ରସ୍ତୁତ କରିଥିଲେ। ଓଏଲ୍‌ଇଡି ଗବେଷଣା ସହ ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌, ନାନୋ ପାର୍ଟିକ୍ଲସ୍‌ ଏବଂ ଗ୍ରାଫିନ୍‌ ଉପରେ କାମ କରିଛନ୍ତି। ଆମେରିକାନ୍‌ କେମିକାଲ୍‌ ସୋସାଇଟିର କେମିଷ୍ଟ୍ରି ଆଣ୍ଡ ଇଞ୍ଜିନିୟରିଂ ନିଉଜ୍‌ ୨୦୧୨ ମସିହାରେ ଡ. ଦାସଙ୍କର ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌ ସମ୍ବନ୍ଧୀୟ ଏକ ଉଦ୍ଭାବନକୁ ସେ ବର୍ଷର ଶ୍ରେଷ୍ଠ ଉଦ୍ଭାବନ ବୋଲି ମନୋନୟନ କରିଥିଲେ। ସେ ୧୩୦ ଗୋଟି ଆମେରିକୀୟ, ଜାପାନିଜ୍‌, ଇଉରୋପିଆନ୍‌, ଦକ୍ଷିଣ କୋରିଆନ୍‌ ଓ ଚାଇନିଜ୍‌ ପେଟେଣ୍ଟର ଅଧିକାରୀ ଅଟନ୍ତି। ଏକ ରାସ୍ତା ଦୁର୍ଘଟଣା ପରେ ସେ ସାମସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସରୁ ୨୦୧୫ ମସିହାରେ ଅବ୍ୟାହତି ନେଇ ୨୦୨୦ ମସିହା ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଗାଛନ୍‌ ଓ ମ୍ୟଂଜି ବିଶ୍ୱବିଦ୍ୟାଳୟରେ ୨୦୧୫ରୁ ୨୦୨୦ ଗବେଷଣା ପ୍ରଫେସର ରୂପେ କାର୍ଯ୍ୟ କରି ନିଜ ଜନ୍ମ ଭୂମିକୁ ଫେରିଆସିଛନ୍ତି। ଡ. ଦାସଙ୍କର ଓଡ଼ିଆରେ ମଧ୍ୟ ବିଜ୍ଞାନ ସମ୍ବନ୍ଧୀୟ ଲେଖାମାନ ପ୍ରକାଶ ପାଉଛି। ଅନୁବାଦ ସାହିତ୍ୟ ଉପରେ ମଧ୍ୟ ତାଙ୍କର ଅନୁରାଗ ଅଛି।
ଯାଜପୁରରେ ଜନ୍ମ ଗ୍ରହଣ କରି, ବିଦେଶରେ ଉଚ୍ଚକୋଟୀର ଗବେଷଣା କରି ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରିବା, ଆମ ପାଇଁ ଗର୍ବ ଓ ଗୌରବ କଥା। ଆମେ ବ୍ୟବହାର କରୁଥିବା ସାମସଙ୍ଗ୍‌ ପ୍ରସ୍ତୁତ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ଜଣେ ଓଡ଼ିଆ ମହିଳାଙ୍କ କିଛି ଅବଦାନ ରହିଛି, ଏହା ହୁଏତ ବହୁତ କମ୍‌ ଲୋକ ଜାଣିଥବେ। ଡ. ଦାସଙ୍କ ପରି ଜଣେ ଓଡ଼ିଆ ବୈଜ୍ଞାନିକଙ୍କର ଉଦ୍ଭାବନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଉପକାରରେ ଲାଗିପାରିଲା ତାହା ବାସ୍ତବିକ ତାଙ୍କ ପରିଶ୍ରମର ଶ୍ରେଷ୍ଠ ପୁରସ୍କାର।

-ପ୍ରିୟମ୍ବଦା ରଥ, ହାଇଦ୍ରାବାଦ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri