ଲୋକଙ୍କ ଦୁଃଖ ପାଲଟିଛି ଅଶୃଙ୍ଖଳା ସ୍ଲୁଇସ୍‌ ଗେଟ୍‌

କେନ୍ଦ୍ରାପଡ଼ା, ୨୪ା୭ (ଜଗନ୍ନାଥ ଧଳ): ଜଳ ନିଷ୍କାସନ ପାଇଁ ସ୍ଲୁଇସ୍‌ ଗେଟ୍‌ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ୍‌ ତଳକୁ କଲେ କବାଟର ଉପର ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ନଚ୍ଛିପଡ଼ାସ୍ଥିତ ଅଶୃଙ୍ଖଳା ପାଟନାଳୀ ଉପରେ ଥିବା ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ଦୁଃଖର କାରଣ ହୋଇଛି। ଏହି ପ୍ରକଳ୍ପ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ନିକଟସ୍ଥ ୨ ହଜାରରୁ ଅଧିକ ହେକ୍ଟର ଜମିରେ ଫସଲ ଉତ୍ପାଦନ କରିବା କଷ୍ଟକର ହୋଇଛି। ଚାଷ ଓ ଚାଷୀଙ୍କ ଏହି ସମସ୍ୟାର ନିରାକରଣ ପାଇଁ ବିଭାଗୀୟ ପଦସ୍ଥ କର୍ମଚାରୀଙ୍କ ଦୃଷ୍ଟିଗୋଚରକୁ ବାରମ୍ବାର ଅଣାଯାଉଛି। ତେବେ ଏହାର ସୁଫଳ ମିଳୁ ନ ଥିବା ସ୍ଥାନୀୟ ଅଞ୍ଚଳର ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପ୍ରମୋଦ ସ୍ବାଇଁ, ଗଗନ ଗୋଚ୍ଛାୟତ, ପ୍ରଶାନ୍ତ ସ୍ବାଇଁ, ଯଦୁମଣି ପରିଡା, ସୁଶାନ୍ତ କୁମାର ପରିଡା ପ୍ରମୁଖ କହିଛନ୍ତି, ସ୍ଲୁଇସ୍‌ ଗେଟ ପାଇଁ ସ୍ଥାନୀୟ ଅଞ୍ଚଳର ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଚାଷ କରି ଆର୍ଥିକ ପରିସ୍ଥିତି ସୁଧାରିବା ଏକ ସ୍ବପ୍ନ ପାଲଟିଛି। ଅଶୃଙ୍ଖଳା ପାଟନାଳୀର ଜଳ ପରିଚାଳନା ପାଇଁ ବହୁ ଚାଷୀ ଚାଷ ଜମିକୁ ପଡ଼ିଆ ପକାଉ ଥିଲେ। ସମସ୍ୟାର ନିରାକରଣ ପାଇଁ ୨୬ ନଂ. ଜୋନର ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲଙ୍କ ଉଦ୍ୟମ ପରେ ଏହି ସ୍ଲୁଇସ୍‌ ଗେଟ ନିର୍ମାଣ ହେଲା। ଏଥିରେ ଥିବା ବନ୍ଧ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସହ ଉତ୍ପାଦିତ ଫସଲର ପରିବହନ ସୁଯୋଗ ମିଳିଲା। ତେବେ ସ୍ଲୁଇସ ଗେଟ୍‌ର ନିର୍ମାଣଗତ ତ୍ରୁଟି ଯୋଗୁ ପାଟନାଳୀର ଜଳ ପରିଚାଳନା ହୋଇପାରୁନାହଁ। ପାଣି ରୋକିବାକୁ ଗେଟ୍‌ ପାଇଁ ଲାଗିଥିବା କବାଟକୁ ତଳକୁ କଲେ ପାଟନାଳୀ ଶଯ୍ୟାର ପ୍ରାୟ ୨ ଫୁଟ ଉପରକୁ ରହୁଛି। ସେହିପରି ଜଳ ନିଷ୍କାସନ ପାଇଁ କବାଟକୁ ଉପରକୁ ଟେକିଲେ ନାଳରେ ଥିବା ଦଳ ଜଳକୁ ରୋକୁଛି। ଫଳରେ ଚାଷ ପାଇଁ ଆବଶ୍ୟକ ଜଳ ମିଳୁନାହିଁ ଓ ଉଦ୍‌ବୃତ୍ତ ଜଳକୁ ନିଷ୍କାସନ କରି ହେଉନାହିଁ। ଫସଲ ପାଇଁ ଆବଶ୍ୟକ ମୁତାବକ ପାଣି ଯୋଗାଇ ହେଉ ନ ଥିବାରୁ ଆଶାନୁରୂପକ ଆମଦାନୀ ହେଉନାହିଁ। ଏ ସମ୍ପର୍କରେ ଡ୍ରେନେଜ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ନିରାକରଣ ହେଉ ନ ଥିବାରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ବାଙ୍କବିହାରୀ ସାମଲଙ୍କୁ ପଚାରିବାରେ ମେକାନିକାଲ ସେକ୍ସନରେ ତ୍ରୁଟି ଅଛି। ଏ ନେଇ ସେକ୍ସନକୁ ଅବଗତ କରାଯିବ। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri