ଢେଙ୍କାନାଳ ଜିଲାରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ

ଢେଙ୍କାନାଳ,୬ା୬(ରତନ ନାୟାର)ଏକଦା କଂଗ୍ରେସର ଦୁର୍ଗ ଥିଲା ଢେଙ୍କାନାଳ ଜିଲା। ୧୯୭୪, ୧୯୭୭, ୧୯୮୦, ୧୯୮୫ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହେବା ସହିତ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ରଖିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଢେଙ୍କାନାଳ ଲୋକ ସଭା ଆସନରୁ ୧୯୮୦, ୧୯୮୪, ୧୯୯୧, ୧୯୯୬ ଓ ୧୯୯୯ ମସିହାରେ ବିଜୟୀ ହୋଇ କେନ୍ଦ୍ରରେ ପ୍ରତିରକ୍ଷା, ସୂଚନା ପ୍ରସାରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। ୧୯୯୫ରେ ପୂର୍ବତନ କଂଗ୍ରେସ ନେତା ନବୀନଚନ୍ଦ୍ର ନାରାୟଣ ଦାସ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହୋଇ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିଲେ। ହେଲେ କଂଗ୍ରେସର ସେହି ଦୁର୍ଗ ଗଲା କେଇବର୍ଷ ଭିତରେ ଧ୍ୱଂସମୁହଁରେ ପହଞ୍ଚିଯାଇଛି। ଦୃଢ ନେତୃତ୍ୱ ଏବଂ ସଙ୍ଗଠନ ଅଭାବରୁ କଂଗ୍ରେସ ଢେଙ୍କାନାଳ ଜିଲାରେ ବୁଡ଼ିବା ଅବସ୍ଥାକୁ ଆସିଯାଇଛି। ଦଳର ସ୍ଥିତି କିପରି ଧୀରେ ଧୀରେ ଶୋଚନୀୟ ହୋଇପଡ଼ୁଛି ତାହା ଚଳିତ ୨୦୨୪ ନିର୍ବାଚନ ଫଳାଫଳରୁ ବାରିହୋଇ ପଡ଼ୁଛି।
ଗତ ୨୦୧୯ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀରେ ମୋଟ ୧୧ ଲକ୍ଷ ୩୩ ହଜାର ୨୧୩ ଭୋଟର ଭୋଟ ଦେଇଥିବା ବେଳେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ମାତ୍ର ୮୦ ହଜାର ୩୪୯ ଭୋଟପାଇ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୧୯ରେ ଢେଙ୍କାନାଳ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିବା ନବୀନ ନନ୍ଦ ମୋଟ ୧,୯୦,୮୧୦ ଭୋଟ ମଧ୍ୟରୁ ମାତ୍ର ୨୪, ୭୮୮ ଖଣ୍ଡ ଭୋଟ ପାଇପାରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ମୋଟ ୧,୮୦,୫୨୫ ଭୋଟରୁ ୯,୩୬୬ଖଣ୍ଡ, କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ମୋଟ ୧,୫୮,୩୭୯ ଭୋଟରୁ ୬,୬୯୪ ଖଣ୍ଡ ଭୋଟ ପାଇଥିଲେ। ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଯଶଶ୍ୱିନୀ ରାଉତ ମୋଟ ୧,୬୭,୮୦୨ ଭୋଟରୁ ୬,୭୯୫ ଖଣ୍ଡ ଭୋଟ ପାଇଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଢେଙ୍କାନାଳ ଜିଲାରେ ଆହୁରି ଖରାପ ପ୍ରଦର୍ଶନ କରିଥିବା ଦେଖାଯାଇଛି। ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ପରିଣତ ବୟସ ଯୋଗୁ ଏଥର ଦଳୀୟ ରାଜନୀତିରୁ ଦୂରରେ ରହିଥିବାରୁ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ଏଆଇସିସି ସମ୍ପାଦିକା ସସ୍ମିତା ବେହେରାଙ୍କୁ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ କରିଥିଲା। ହେଲେ ସସ୍ମିତା ମୋଟ ୧୧,୯୧,୬୭୩ ଭୋଟରୁ ୨.୯୧ ପ୍ରତିଶତ ଅର୍ଥାତ୍‌ ୩୪, ୭୩୦ ଖଣ୍ଡ ଭୋଟ ପାଇପାରିଛନ୍ତି। ଢେଙ୍କାନାଳ ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପୁତୁରା ବୋହୂ ସୁସ୍ମିତା ସିଂହଦେଓ ମୋଟ ୨,୦୨,୬୩୭ ଭୋଟରୁ ମାତ୍ର ୪,୬୩୦ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ଭୋଟହାର ହେଉଛି ୨.୨୮ ପ୍ରତିଶତ। ସେହିପରି ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍‌ ୧,୯୭,୦୭୩ ଭୋଟରୁ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକ ୩.୭୧ ପ୍ରତିଶତ ଅର୍ଥାତ୍‌ ୭, ୩୧୪ ଖଣ୍ଡ ଭୋଟ ପାଇଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୧,୭୨,୬୩୨ ଭୋଟରୁ କଂଗ୍ରେସ ପ୍ରାର୍ଥୀ ବିପ୍ରବର ସାହୁ ୧.୯୯ ପ୍ରତିଶତ ଅର୍ଥାତ୍‌ ୩,୪୩୦ ଖଣ୍ଡ ଭୋଟ ପାଇଛନ୍ତି। ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧,୭୬,୬୬୯ ଭୋଟରୁ କଂଗ୍ରେସ ପ୍ରାର୍ଥୀ ରଣଜିତ କୁମାର ସାହୁ ୧.୯୯ ପ୍ରତିଶତ ଅର୍ଥାତ୍‌ ୩,୪୮୨ ଖଣ୍ଡ ଭୋଟ ପାଇଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୦.୬୦ ପ୍ରତିଶତ ପୋଲିଂ ହୋଇଥିବା ବେଳେ ସେଥିରୁ କଂଗ୍ରେସ ପ୍ରାର୍ଥୀ ରଣଜିତ ମାତ୍ର ୧.୯୯ ପ୍ରତିଶତ ଭୋଟ ପାଇବା କଂଗ୍ରେସ କିପରି ଧୀରେ ଧୀରେ ଢେଙ୍କାନାଳ ଜିଲା ଭୋଟରଙ୍କ ମନରୁ ଦୂରେଇ ଯାଉଛି ତାହା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ କେତେଜଣ ଦଳୀୟ ପ୍ରାର୍ଥୀଙ୍କ ସହିତ ଜିଲା ସଙ୍ଗଠନ ନେତୃବୃନ୍ଦଙ୍କ ସମନ୍ବୟର ଅଭାବ, ଦଳ ପକ୍ଷରୁ କୌଣସି ଷ୍ଟାର ପ୍ରଚାରକ ଢେଙ୍କାନାଳ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବା ଏହାର କାରଣ ବୋଲି କୁହାଯାଉଛି। ଦଳର ଫଳାଫଳ ସମ୍ପର୍କରେ ଜିଲା କଂଗ୍ରେସ ସଭାପତି ସୁନୀଲ କୁମାର ଦାଶ କହିଛନ୍ତି, ୨୦୧୯ ଅପେକ୍ଷା କଂଗ୍ରେସ ଏଥର ରାଜ୍ୟରେ ଉନ୍ନତ ପ୍ରଦର୍ଶନ କରିଛି। ତେବେ ୨୦୨୯ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି କରାଯିବ। ତୃଣମୂଳସ୍ତରକୁ ଯାଇ ଏକାଠି ହୋଇ କାମ କରାଯିବ। ଲୋକଙ୍କ ଆସ୍ଥା ଭାଜନ ହେବା ପରେ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri