ଢେଙ୍କାନାଳ ଜିଲାରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ

ଢେଙ୍କାନାଳ,୬ା୬(ରତନ ନାୟାର)ଏକଦା କଂଗ୍ରେସର ଦୁର୍ଗ ଥିଲା ଢେଙ୍କାନାଳ ଜିଲା। ୧୯୭୪, ୧୯୭୭, ୧୯୮୦, ୧୯୮୫ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହେବା ସହିତ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ରଖିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଢେଙ୍କାନାଳ ଲୋକ ସଭା ଆସନରୁ ୧୯୮୦, ୧୯୮୪, ୧୯୯୧, ୧୯୯୬ ଓ ୧୯୯୯ ମସିହାରେ ବିଜୟୀ ହୋଇ କେନ୍ଦ୍ରରେ ପ୍ରତିରକ୍ଷା, ସୂଚନା ପ୍ରସାରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। ୧୯୯୫ରେ ପୂର୍ବତନ କଂଗ୍ରେସ ନେତା ନବୀନଚନ୍ଦ୍ର ନାରାୟଣ ଦାସ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହୋଇ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିଲେ। ହେଲେ କଂଗ୍ରେସର ସେହି ଦୁର୍ଗ ଗଲା କେଇବର୍ଷ ଭିତରେ ଧ୍ୱଂସମୁହଁରେ ପହଞ୍ଚିଯାଇଛି। ଦୃଢ ନେତୃତ୍ୱ ଏବଂ ସଙ୍ଗଠନ ଅଭାବରୁ କଂଗ୍ରେସ ଢେଙ୍କାନାଳ ଜିଲାରେ ବୁଡ଼ିବା ଅବସ୍ଥାକୁ ଆସିଯାଇଛି। ଦଳର ସ୍ଥିତି କିପରି ଧୀରେ ଧୀରେ ଶୋଚନୀୟ ହୋଇପଡ଼ୁଛି ତାହା ଚଳିତ ୨୦୨୪ ନିର୍ବାଚନ ଫଳାଫଳରୁ ବାରିହୋଇ ପଡ଼ୁଛି।
ଗତ ୨୦୧୯ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀରେ ମୋଟ ୧୧ ଲକ୍ଷ ୩୩ ହଜାର ୨୧୩ ଭୋଟର ଭୋଟ ଦେଇଥିବା ବେଳେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ମାତ୍ର ୮୦ ହଜାର ୩୪୯ ଭୋଟପାଇ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୧୯ରେ ଢେଙ୍କାନାଳ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିବା ନବୀନ ନନ୍ଦ ମୋଟ ୧,୯୦,୮୧୦ ଭୋଟ ମଧ୍ୟରୁ ମାତ୍ର ୨୪, ୭୮୮ ଖଣ୍ଡ ଭୋଟ ପାଇପାରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ମୋଟ ୧,୮୦,୫୨୫ ଭୋଟରୁ ୯,୩୬୬ଖଣ୍ଡ, କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ମୋଟ ୧,୫୮,୩୭୯ ଭୋଟରୁ ୬,୬୯୪ ଖଣ୍ଡ ଭୋଟ ପାଇଥିଲେ। ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଯଶଶ୍ୱିନୀ ରାଉତ ମୋଟ ୧,୬୭,୮୦୨ ଭୋଟରୁ ୬,୭୯୫ ଖଣ୍ଡ ଭୋଟ ପାଇଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଢେଙ୍କାନାଳ ଜିଲାରେ ଆହୁରି ଖରାପ ପ୍ରଦର୍ଶନ କରିଥିବା ଦେଖାଯାଇଛି। ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ପରିଣତ ବୟସ ଯୋଗୁ ଏଥର ଦଳୀୟ ରାଜନୀତିରୁ ଦୂରରେ ରହିଥିବାରୁ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ଏଆଇସିସି ସମ୍ପାଦିକା ସସ୍ମିତା ବେହେରାଙ୍କୁ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ କରିଥିଲା। ହେଲେ ସସ୍ମିତା ମୋଟ ୧୧,୯୧,୬୭୩ ଭୋଟରୁ ୨.୯୧ ପ୍ରତିଶତ ଅର୍ଥାତ୍‌ ୩୪, ୭୩୦ ଖଣ୍ଡ ଭୋଟ ପାଇପାରିଛନ୍ତି। ଢେଙ୍କାନାଳ ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପୁତୁରା ବୋହୂ ସୁସ୍ମିତା ସିଂହଦେଓ ମୋଟ ୨,୦୨,୬୩୭ ଭୋଟରୁ ମାତ୍ର ୪,୬୩୦ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ଭୋଟହାର ହେଉଛି ୨.୨୮ ପ୍ରତିଶତ। ସେହିପରି ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍‌ ୧,୯୭,୦୭୩ ଭୋଟରୁ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକ ୩.୭୧ ପ୍ରତିଶତ ଅର୍ଥାତ୍‌ ୭, ୩୧୪ ଖଣ୍ଡ ଭୋଟ ପାଇଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୧,୭୨,୬୩୨ ଭୋଟରୁ କଂଗ୍ରେସ ପ୍ରାର୍ଥୀ ବିପ୍ରବର ସାହୁ ୧.୯୯ ପ୍ରତିଶତ ଅର୍ଥାତ୍‌ ୩,୪୩୦ ଖଣ୍ଡ ଭୋଟ ପାଇଛନ୍ତି। ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧,୭୬,୬୬୯ ଭୋଟରୁ କଂଗ୍ରେସ ପ୍ରାର୍ଥୀ ରଣଜିତ କୁମାର ସାହୁ ୧.୯୯ ପ୍ରତିଶତ ଅର୍ଥାତ୍‌ ୩,୪୮୨ ଖଣ୍ଡ ଭୋଟ ପାଇଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୦.୬୦ ପ୍ରତିଶତ ପୋଲିଂ ହୋଇଥିବା ବେଳେ ସେଥିରୁ କଂଗ୍ରେସ ପ୍ରାର୍ଥୀ ରଣଜିତ ମାତ୍ର ୧.୯୯ ପ୍ରତିଶତ ଭୋଟ ପାଇବା କଂଗ୍ରେସ କିପରି ଧୀରେ ଧୀରେ ଢେଙ୍କାନାଳ ଜିଲା ଭୋଟରଙ୍କ ମନରୁ ଦୂରେଇ ଯାଉଛି ତାହା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ କେତେଜଣ ଦଳୀୟ ପ୍ରାର୍ଥୀଙ୍କ ସହିତ ଜିଲା ସଙ୍ଗଠନ ନେତୃବୃନ୍ଦଙ୍କ ସମନ୍ବୟର ଅଭାବ, ଦଳ ପକ୍ଷରୁ କୌଣସି ଷ୍ଟାର ପ୍ରଚାରକ ଢେଙ୍କାନାଳ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରିବା ଏହାର କାରଣ ବୋଲି କୁହାଯାଉଛି। ଦଳର ଫଳାଫଳ ସମ୍ପର୍କରେ ଜିଲା କଂଗ୍ରେସ ସଭାପତି ସୁନୀଲ କୁମାର ଦାଶ କହିଛନ୍ତି, ୨୦୧୯ ଅପେକ୍ଷା କଂଗ୍ରେସ ଏଥର ରାଜ୍ୟରେ ଉନ୍ନତ ପ୍ରଦର୍ଶନ କରିଛି। ତେବେ ୨୦୨୯ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି କରାଯିବ। ତୃଣମୂଳସ୍ତରକୁ ଯାଇ ଏକାଠି ହୋଇ କାମ କରାଯିବ। ଲୋକଙ୍କ ଆସ୍ଥା ଭାଜନ ହେବା ପରେ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri