ଓଡ଼ିଆଙ୍କୁ ବିଆର୍‌ପିଏଲ୍‌ର ନାପସନ୍ଦ

ଯାଜପୁର ଅଫିସ/କଳିଙ୍ଗନଗର,୧୨।୪(ଡି.ଏନ୍‌.ଏ.)କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌ (ବିଆର୍‌ପିଏଲ୍‌) କମ୍ପାନୀରେ ପରିବହନ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜ୍‌ ଚାଲିଛି। ଯେଉଁ ସ୍ଥାନୀୟ ଲୋକମାନେ ଜମିବାଡ଼ି, ଘରଦ୍ୱାର ହରାଇବା ପରେ ପରିବାର ଚଳାଇବାକୁ ଋଣରେ ଟ୍ରକ ଆଣି ପରିବହନ କାର୍ଯ୍ୟ କରୁଥିଲେ, ଏବେ ସେମାନଙ୍କୁ ବିଆର୍‌ପିଏଲ୍‌ ଅଣଦେଖା କରୁଛି। ପେଲେଟ୍‌ ପରିବହନ ସମେତ ଲୋଡିଂ ଓ ଅନ୍‌ଲୋଡିଂ କାର୍ଯ୍ୟରେ ରାଜ୍ୟ ବାହାର ଏସ୍‌ଭିଟି ନାମକ ଏକ ସଂସ୍ଥାକୁ ଅଗ୍ରାଧିକାର ମିଳୁଛି। ହଜାରେରୁ ଊର୍ଦ୍ଧ୍ୱ ସ୍ଥାନୀୟ ଗାଡ଼ିମାଲିକଙ୍କୁ ପରିବହନ ସୁଯୋଗ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜଣେ ରାଜ୍ୟ ସଭା ଏମ୍‌ପିଙ୍କ ସୁରକ୍ଷାରେ ବିଆର୍‌ପିଏଲ୍‌ କମ୍ପାନୀ ମନମୁଖି ପେଲେଟ୍‌ ପରିବହନ କରୁଥିବାରୁ ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ମଧ୍ୟ ଉତ୍କଟ ହେଉଛି। ଏହାର ପ୍ରତିବାଦ କରିବାକୁ ବାହାରିଲେ ପୋଲିସ ଧମକରେ ସ୍ଥାନୀୟ ଗାଡ଼ି ମାଲିକମାନେ ନୀରବି ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଶିଳ୍ପ ପାଇଁ ଭିଟାମାଟି ହରାଇଥିବା ଭୂମିପୁତ୍ର ସବୁକ୍ଷେତ୍ରରେ ଏବେ ଅବହେଳିତ ଜୀବନ ବିତାଉଛନ୍ତି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା ପାଇଁ ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁସାରେ ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୧୮ କିଲୋମିଟର ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ୍‌ଲାଇନ୍‌ ପ୍ରତିଷ୍ଠା କରାଯାଇଛି। ଏହାସହ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯୦ ଏକର ଜମିରେ ବାର୍ଷିକ ୪ ନିୟୁତ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଲୌହଧାତୁ ପେଲେଟ୍‌ କାରଖାନା ପ୍ରତିଷ୍ଠା ହୋଇଛି।

ଏହିକ୍ରମରେ ୨୦୧୩ ଜୁନ୍‌ଠାରୁ ବିଆର୍‌ପିଏଲ୍‌ ପେଲେଟ୍‌ ଉତ୍ପାଦନ କରି ଆସୁଛି। ଏଥିରେ ବାର୍ଷିକ ବିଶୋଧିତ ଲୌହଧାତୁ ୪ ନିୟୁତ ଟନ୍‌ ସହିତ କୋକ୍‌ ବ୍ରିଜ୍‌ ୮୦ ହଜାର ଟନ୍‌, ଚୂନପଥର ୧୦ ହଜାର ଟନ୍‌, ଫର୍ନେସ୍‌ ଅଏଲ ୬୪ ହଜାର ଟନ୍‌ ଏବଂ ବେଣ୍ଟୋନାଇଟ୍‌ ୨୮ ହଜାର ଟନ କଞ୍ଚାମାଲ ଭାବେ ବ୍ୟବହାର ହେଉଛି। ଏହିସବୁ କଞ୍ଚାମାଲ ଓ ଉପତ୍ାଦିତ ସାମଗ୍ରୀ ପରିବହନ ବ୍ୟବସ୍ଥାରେ ଏକ ବଡ଼ଧରଣର ମୂଳଚାଲ ହେଉଥିବା ସ୍ଥାନୀୟ ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରର ଏକ ପରିବହନ ସଂସ୍ଥାର ପ୍ରାୟ ୨୦୦ ହାଇୱା ଗାଡ଼ିକୁ(୧୮ଚକିଆ) କଳିଙ୍ଗନଗରଠାରୁ ପାରାଦୀପକୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ପରିବହନ ସଂସ୍ଥାକୁ ପ୍ରଥମେ ପେଲେଟ୍‌୍‌ ପରିବହନର ସୁଯୋଗ ଦିଆଯାଉଛି। ପେଲେଟ୍‌ ବଳିଗଲେ ସ୍ଥାନୀୟ ଗାଡ଼ିମାଲିକଙ୍କୁ ପରିବହନ ପାଇଁ ସୁଯୋଗ ମିଳୁଛି। ଏପରିକି ବର୍ଷେ ପୂର୍ବରୁ ପରିବହନ ଭଡ଼ା ଟନ ପିଛା ୬୮୦ ଟଙ୍କା ମିଳୁଥିବାବେଳେ ଏବେ ତୈଳଦର ବୃଦ୍ଧି ହୋଇଥିଲେ ହେଁ ଭଡ଼ା କମାଇ ଟନ ପିଛା ୫୩୫ ଟଙ୍କା ମିଳୁଛି। ରାଜ୍ୟ ବାହାରର ପରିବହନ ସଂସ୍ଥା ଆସିବା ପରେ ଏଭଳି ମନମାନି କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏହିସବୁ ମନମାନି ବିରୋଧରେ ସ୍ଥାନୀୟ ଗାଡ଼ି ମାଲିକମାନେ ୨୦୨୦ ଫେବୃୟାରୀରେ ଡୁବୁରୀ କପିଳେଶ୍ୱର ଶିବମନ୍ଦିରରେ ବୈଠକ କରି କାରଖାନା ସମ୍ମୁଖରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରଶାସନିକ ଚାପରେ ତାହା ଭଣ୍ଡୁର ହୋଇଥିଲା। ଏବେ ପୁଣି କେତେଜଣ ଗାଡି ମାଲିକ ସଂଗଠିତ ହୋଇ ବିଆର୍‌ପିଏଲ୍‌ର ଅଣଓଡ଼ିଆ ପ୍ରୀତି ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।
ଡୁବୁରୀ-ଚଣ୍ଡିଖୋଲଠାରୁ ପାରାଦୀପ ୫୩ ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ଏହି ଅଣଓଡ଼ିଆ ପରିବହନ ସଂସ୍ଥାର କବ୍‌ଜାରେ ମଧ୍ୟ ରହିଛି। ୪ ଲେନ୍‌ ବିଶିଷ୍ଟ ଏହି ରାଜପଥରେ ରାତି ପ୍ରାୟ ୧୦ଟା ପରେ ବେଆଇନ ଭାବେ ଉଭୟ ପାର୍ଶ୍ୱ ରାସ୍ତାରେ ଲୁହାପଥର ପରିବହନ ସାଧାରଣ ଲୋକଙ୍କୁ ଭାରାକ୍ରାନ୍ତ କରିଛି। ପାରାଦୀପ ବନ୍ଦରକୁ ବିଭିନ୍ନ ଖଣିରୁ ଟ୍ରକ ଯୋଗେ ଲୁହାପଥର ପରିବହନ କରାଯାଉଛି। ସେଠାରେ ନିର୍ଦ୍ଦିଷ୍ଟ ସମୟରେ ଲୁହାପଥର ଖଲାସ ହୋଇ ନ ପାରିବା ଯୋଗୁ ଏହି ରାଜପଥର ଗୋଟିଏ ପାର୍ଶ୍ୱରେ ଟ୍ରକଗୁଡ଼ିକ ଠିଆ ହୋଇ ରହୁଛି। କିନ୍ତୁ ପାରାଦୀପକୁ ଶୀଘ୍ର ପହଞ୍ଚିବା ପାଇଁ ବିଆର୍‌ପିଏଲ୍‌ର ପେଲେଟ୍‌ ପରିବହନ ଗାଡ଼ି ରାତିରେ ଡାହାଣ ପଟରେ ଯାଉଛି। ସେଥିପାଇଁ ଚଣ୍ଡିଖୋଲରୁ ପାରାଦୀପ ୮୨ କିଲୋମିଟର ଜାତୀୟ ରାଜପଥରେ ଲୁହାପଥର ବୋଝେଇ ଟ୍ରକଗୁଡିକର ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଫଳରେ ଏହି ରାଜପଥରେ ଅନ୍ୟ ମାଲବାହୀ ଟ୍ରକ, ବସ୍‌, କାର, ଅଟୋ ଓ ମୋଟରସାଇକେଲ ଆରୋହୀ ଯାତାୟାତରେ ବଡ଼ଧରଣର ବିପଦର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ବିଆର୍‌ପିଏଲ୍‌ ପେଲେଟ୍‌ ବୋଝେଇ ଟ୍ରକଗୁଡ଼ିକ ଭୁଲ ରାସ୍ତା (ରଙ୍ଗ ସାଇଡ୍‌)ରେ ଧକ୍କା କରିବା ଫଳରେ ଅନେକ ଜୀବନହାନି ଘଟୁଛି। ଏଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛି। ଧାଡ଼ିରେ ରହୁଥିବା ଅନ୍ୟ ଟ୍ରକଗୁଡ଼ିକ ପାରାଦୀପ ବନ୍ଦରରେ ପହଞ୍ଚିବାକୁ ୪/୫ ଦିନ ସମୟ ଲାଗୁଥିବାବେଳେ ବିଆର୍‌ପିଏଲ୍‌ର ପେଲେଟ୍‌ ଗାଡ଼ିଗୁଡିକ ରାତାରାତି ବେଆଇନ ଭାବେ ଡାହାଣ ପାର୍ଶ୍ୱରେ ଯାଇ ତୁରନ୍ତ ଫେରିଆସୁଛି। ଏଥିପାଇଁ ପାରାଦୀପ ଅଞ୍ଚଳର ଗାଡ଼ି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ବିଆର୍‌ପିଏଲ୍‌ର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri