ଓଡ଼ିଆଙ୍କୁ ବିଆର୍‌ପିଏଲ୍‌ର ନାପସନ୍ଦ

ଯାଜପୁର ଅଫିସ/କଳିଙ୍ଗନଗର,୧୨।୪(ଡି.ଏନ୍‌.ଏ.)କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌ (ବିଆର୍‌ପିଏଲ୍‌) କମ୍ପାନୀରେ ପରିବହନ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜ୍‌ ଚାଲିଛି। ଯେଉଁ ସ୍ଥାନୀୟ ଲୋକମାନେ ଜମିବାଡ଼ି, ଘରଦ୍ୱାର ହରାଇବା ପରେ ପରିବାର ଚଳାଇବାକୁ ଋଣରେ ଟ୍ରକ ଆଣି ପରିବହନ କାର୍ଯ୍ୟ କରୁଥିଲେ, ଏବେ ସେମାନଙ୍କୁ ବିଆର୍‌ପିଏଲ୍‌ ଅଣଦେଖା କରୁଛି। ପେଲେଟ୍‌ ପରିବହନ ସମେତ ଲୋଡିଂ ଓ ଅନ୍‌ଲୋଡିଂ କାର୍ଯ୍ୟରେ ରାଜ୍ୟ ବାହାର ଏସ୍‌ଭିଟି ନାମକ ଏକ ସଂସ୍ଥାକୁ ଅଗ୍ରାଧିକାର ମିଳୁଛି। ହଜାରେରୁ ଊର୍ଦ୍ଧ୍ୱ ସ୍ଥାନୀୟ ଗାଡ଼ିମାଲିକଙ୍କୁ ପରିବହନ ସୁଯୋଗ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜଣେ ରାଜ୍ୟ ସଭା ଏମ୍‌ପିଙ୍କ ସୁରକ୍ଷାରେ ବିଆର୍‌ପିଏଲ୍‌ କମ୍ପାନୀ ମନମୁଖି ପେଲେଟ୍‌ ପରିବହନ କରୁଥିବାରୁ ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ମଧ୍ୟ ଉତ୍କଟ ହେଉଛି। ଏହାର ପ୍ରତିବାଦ କରିବାକୁ ବାହାରିଲେ ପୋଲିସ ଧମକରେ ସ୍ଥାନୀୟ ଗାଡ଼ି ମାଲିକମାନେ ନୀରବି ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଶିଳ୍ପ ପାଇଁ ଭିଟାମାଟି ହରାଇଥିବା ଭୂମିପୁତ୍ର ସବୁକ୍ଷେତ୍ରରେ ଏବେ ଅବହେଳିତ ଜୀବନ ବିତାଉଛନ୍ତି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା ପାଇଁ ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁସାରେ ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୧୮ କିଲୋମିଟର ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ୍‌ଲାଇନ୍‌ ପ୍ରତିଷ୍ଠା କରାଯାଇଛି। ଏହାସହ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯୦ ଏକର ଜମିରେ ବାର୍ଷିକ ୪ ନିୟୁତ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଲୌହଧାତୁ ପେଲେଟ୍‌ କାରଖାନା ପ୍ରତିଷ୍ଠା ହୋଇଛି।

ଏହିକ୍ରମରେ ୨୦୧୩ ଜୁନ୍‌ଠାରୁ ବିଆର୍‌ପିଏଲ୍‌ ପେଲେଟ୍‌ ଉତ୍ପାଦନ କରି ଆସୁଛି। ଏଥିରେ ବାର୍ଷିକ ବିଶୋଧିତ ଲୌହଧାତୁ ୪ ନିୟୁତ ଟନ୍‌ ସହିତ କୋକ୍‌ ବ୍ରିଜ୍‌ ୮୦ ହଜାର ଟନ୍‌, ଚୂନପଥର ୧୦ ହଜାର ଟନ୍‌, ଫର୍ନେସ୍‌ ଅଏଲ ୬୪ ହଜାର ଟନ୍‌ ଏବଂ ବେଣ୍ଟୋନାଇଟ୍‌ ୨୮ ହଜାର ଟନ କଞ୍ଚାମାଲ ଭାବେ ବ୍ୟବହାର ହେଉଛି। ଏହିସବୁ କଞ୍ଚାମାଲ ଓ ଉପତ୍ାଦିତ ସାମଗ୍ରୀ ପରିବହନ ବ୍ୟବସ୍ଥାରେ ଏକ ବଡ଼ଧରଣର ମୂଳଚାଲ ହେଉଥିବା ସ୍ଥାନୀୟ ଗାଡ଼ି ମାଲିକମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରର ଏକ ପରିବହନ ସଂସ୍ଥାର ପ୍ରାୟ ୨୦୦ ହାଇୱା ଗାଡ଼ିକୁ(୧୮ଚକିଆ) କଳିଙ୍ଗନଗରଠାରୁ ପାରାଦୀପକୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ପରିବହନ ସଂସ୍ଥାକୁ ପ୍ରଥମେ ପେଲେଟ୍‌୍‌ ପରିବହନର ସୁଯୋଗ ଦିଆଯାଉଛି। ପେଲେଟ୍‌ ବଳିଗଲେ ସ୍ଥାନୀୟ ଗାଡ଼ିମାଲିକଙ୍କୁ ପରିବହନ ପାଇଁ ସୁଯୋଗ ମିଳୁଛି। ଏପରିକି ବର୍ଷେ ପୂର୍ବରୁ ପରିବହନ ଭଡ଼ା ଟନ ପିଛା ୬୮୦ ଟଙ୍କା ମିଳୁଥିବାବେଳେ ଏବେ ତୈଳଦର ବୃଦ୍ଧି ହୋଇଥିଲେ ହେଁ ଭଡ଼ା କମାଇ ଟନ ପିଛା ୫୩୫ ଟଙ୍କା ମିଳୁଛି। ରାଜ୍ୟ ବାହାରର ପରିବହନ ସଂସ୍ଥା ଆସିବା ପରେ ଏଭଳି ମନମାନି କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏହିସବୁ ମନମାନି ବିରୋଧରେ ସ୍ଥାନୀୟ ଗାଡ଼ି ମାଲିକମାନେ ୨୦୨୦ ଫେବୃୟାରୀରେ ଡୁବୁରୀ କପିଳେଶ୍ୱର ଶିବମନ୍ଦିରରେ ବୈଠକ କରି କାରଖାନା ସମ୍ମୁଖରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରଶାସନିକ ଚାପରେ ତାହା ଭଣ୍ଡୁର ହୋଇଥିଲା। ଏବେ ପୁଣି କେତେଜଣ ଗାଡି ମାଲିକ ସଂଗଠିତ ହୋଇ ବିଆର୍‌ପିଏଲ୍‌ର ଅଣଓଡ଼ିଆ ପ୍ରୀତି ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।
ଡୁବୁରୀ-ଚଣ୍ଡିଖୋଲଠାରୁ ପାରାଦୀପ ୫୩ ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ଏହି ଅଣଓଡ଼ିଆ ପରିବହନ ସଂସ୍ଥାର କବ୍‌ଜାରେ ମଧ୍ୟ ରହିଛି। ୪ ଲେନ୍‌ ବିଶିଷ୍ଟ ଏହି ରାଜପଥରେ ରାତି ପ୍ରାୟ ୧୦ଟା ପରେ ବେଆଇନ ଭାବେ ଉଭୟ ପାର୍ଶ୍ୱ ରାସ୍ତାରେ ଲୁହାପଥର ପରିବହନ ସାଧାରଣ ଲୋକଙ୍କୁ ଭାରାକ୍ରାନ୍ତ କରିଛି। ପାରାଦୀପ ବନ୍ଦରକୁ ବିଭିନ୍ନ ଖଣିରୁ ଟ୍ରକ ଯୋଗେ ଲୁହାପଥର ପରିବହନ କରାଯାଉଛି। ସେଠାରେ ନିର୍ଦ୍ଦିଷ୍ଟ ସମୟରେ ଲୁହାପଥର ଖଲାସ ହୋଇ ନ ପାରିବା ଯୋଗୁ ଏହି ରାଜପଥର ଗୋଟିଏ ପାର୍ଶ୍ୱରେ ଟ୍ରକଗୁଡ଼ିକ ଠିଆ ହୋଇ ରହୁଛି। କିନ୍ତୁ ପାରାଦୀପକୁ ଶୀଘ୍ର ପହଞ୍ଚିବା ପାଇଁ ବିଆର୍‌ପିଏଲ୍‌ର ପେଲେଟ୍‌ ପରିବହନ ଗାଡ଼ି ରାତିରେ ଡାହାଣ ପଟରେ ଯାଉଛି। ସେଥିପାଇଁ ଚଣ୍ଡିଖୋଲରୁ ପାରାଦୀପ ୮୨ କିଲୋମିଟର ଜାତୀୟ ରାଜପଥରେ ଲୁହାପଥର ବୋଝେଇ ଟ୍ରକଗୁଡିକର ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଫଳରେ ଏହି ରାଜପଥରେ ଅନ୍ୟ ମାଲବାହୀ ଟ୍ରକ, ବସ୍‌, କାର, ଅଟୋ ଓ ମୋଟରସାଇକେଲ ଆରୋହୀ ଯାତାୟାତରେ ବଡ଼ଧରଣର ବିପଦର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ବିଆର୍‌ପିଏଲ୍‌ ପେଲେଟ୍‌ ବୋଝେଇ ଟ୍ରକଗୁଡ଼ିକ ଭୁଲ ରାସ୍ତା (ରଙ୍ଗ ସାଇଡ୍‌)ରେ ଧକ୍କା କରିବା ଫଳରେ ଅନେକ ଜୀବନହାନି ଘଟୁଛି। ଏଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛି। ଧାଡ଼ିରେ ରହୁଥିବା ଅନ୍ୟ ଟ୍ରକଗୁଡ଼ିକ ପାରାଦୀପ ବନ୍ଦରରେ ପହଞ୍ଚିବାକୁ ୪/୫ ଦିନ ସମୟ ଲାଗୁଥିବାବେଳେ ବିଆର୍‌ପିଏଲ୍‌ର ପେଲେଟ୍‌ ଗାଡ଼ିଗୁଡିକ ରାତାରାତି ବେଆଇନ ଭାବେ ଡାହାଣ ପାର୍ଶ୍ୱରେ ଯାଇ ତୁରନ୍ତ ଫେରିଆସୁଛି। ଏଥିପାଇଁ ପାରାଦୀପ ଅଞ୍ଚଳର ଗାଡ଼ି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ବିଆର୍‌ପିଏଲ୍‌ର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri