ମାଳଦ୍ୱୀପରେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ଛୁଟି କାଟୁଛନ୍ତି ଟାଇଗର !

ମୁମ୍ବାଇ, ୧୩।୧୧-ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପାଟାନିଙ୍କୁ ବୁଧବାର ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଉଭୟେ ସୋସିଆଲ ମିଡିଆ ଜରିଆରେ ମାଳଦ୍ୱୀପରୁ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଉଭୟେ ମାଳଦ୍ୱୀପରେ ଛୁଟି କାଟୁଥିବା ଚର୍ଚ୍ଚା ହେଉଛି। ଟାଇଗର ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫୋଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ସାମୁଦ୍ରିକ ବିମାନ ନିକଟରେ ଠିଆ ହୋଇଥିବା ଦେଖାଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ଆଗାମୀ ଦୁଇ ଦିନ ପାଇଁ ଡ୍ରେସ କୋଡ। ଅପରପକ୍ଷେ ଦିଶା ଏପର୍ଯ୍ୟନ୍ତ କିଛି ସୋସିଆଲ ମିଡିଆରେ ପୋଷ୍ଟ କରିନାହାଁନ୍ତି, କିନ୍ତୁ ନିଜ ଇନ୍‌ଷ୍ଟାଗ୍ରାମ କାହାଣୀରେ ସେ ଅନେକ ଭିଡିଓ ଏବଂ ଫୋଟେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସମୁଦ୍ରକୂଳରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଦିଶା ଏବଂ ଟାଇଗର ପୂର୍ବରୁ ମାଳଦ୍ୱୀପରେ ଏକାଠି ଛୁଟି କାଟି ଥିବା ନଜିର ରହିଛି। ବହୁବାର ଉଭୟଙ୍କୁ ମୁମ୍ବାଇର ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଉଭୟେ ଡେଟିଂକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେଠାରୁ ତାଙ୍କ ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ...

ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ...

ଛଅ ମାସ ପରେ…

କଥାରେ ଅଛି- ଅପେକ୍ଷାର ଫଳ ମିଠା। ସେଥିପାଇଁ ଧୈର୍ଯ୍ୟ ଦରକାର। ହେଲେ ଏବେ ଶୁଣିବାକୁ ମିଳୁଛି ପୁଣି ଛଅ ମାସ ପରେ ଯାହା ଚିନ୍ତା କରାଯିବ।...

ଶାହରୁଖଙ୍କ ପ୍ରଶଂସାରେ ଦୀପିକା

ଦୀପିକା ପାଦୁକୋନ ଏବେ ଶାହରୁଖଙ୍କ ପ୍ରଶଂସାରେ ଶତମୁଖ। କାରଣ ସେ ହେଉଛନ୍ତି ତାଙ୍କର ପ୍ରଥମ ସିନେମାର ନାୟକ। ହେଲେ ସେହି ଖୁସି ସହ ଆଉ ଏକ...

ନେହା-ଅଙ୍ଗଦ ପାଳିଲେ ଝିଅର ପ୍ରଥମ ଜନ୍ମଦିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ଓ ସ୍ବାମୀ ତଥା ଅଭିନେତା ଅଙ୍ଗଦ ବେଦୀ ତାଙ୍କ ଲଳନାଙ୍କ ପ୍ରଥମ ଜନ୍ମବାର୍ଷିକୀ ସୋମବାର ପାଳନ କରିଛନ୍ତି। ଏହି...

ସେଲ୍‌ଫି ନେବା ବେଳେ ଏମିତି କହି ଟ୍ରୋଲ୍‌ ହେଲେ କପିଲ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ଆମେରିକା ଯାଇଛନ୍ତି। ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି...

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୧୧।୪: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର...

ପାକିସ୍ତାନ କମେଡିଆନ ଉମର ଶରିଫ ଗୁରୁତର: ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ପତ୍ନୀ

କରାଚି,୧୨ ।୯: ପାକିସ୍ତାନର ବରିଷ୍ଠ ହାସ୍ୟ ଅଭିନେତା ତଥା ଟେଲିଭିଜନ ଦୁନିଆର ଜଣାଶୁଣା ଚେହେରା ଉମର ଶରିଫ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ଚିକିତ୍ସା...

Advertisement
Archives

Model This Week