ତାତିରୁ ମିଳୁନି ତ୍ରାହି: ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ତାତିରୁ ମିଳୁନି ତ୍ରାହି। ରାଜ୍ୟର ବିଭିନ୍ନଜିଲାରେ ଲଗାତାର ତାତି ବଢିଚାଲିଛି । ସୋମବାର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏଭଳି ସ୍ଥିତି ଆସନ୍ତା ଦିନେ ଦୁଇଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅତ୍ୟଧିକ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।
ଦିନରେ ଅସହ୍ୟ ତାତି ପରେ ସଂଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ରାଜ୍ୟରେ ଦୁଇ ତିନି ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।