ଅସନ୍ତୁଷ୍ଟ ଅଧିକାରୀ

Dillip Cherian

ଗତମାସରେ ଉକ୍ତ ସ୍ତମ୍ଭରେ ଉତ୍ତରପୂର୍ବାଞ୍ଚଳରେ ନିଯୁକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଏବଂ ଭତ୍ତା ପ୍ରତ୍ୟାହାର କରାଯାଇଥିବା ବିଷୟ ଉଲ୍ଲେଖ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଅଧିକାରୀମାନେ କ୍ରୋଧ ପ୍ରକାଶ କରିଥିଲେ। ସେବେଠାରୁ କେନ୍ଦ୍ର ତା’ ନିର୍ଦ୍ଦେଶକୁ ସମୀକ୍ଷା କରୁଥବା ସଙ୍କେତ ଦେଉଥିଲେ ମଧ୍ୟ ଅଧିକାରୀମାନେ ଏଯାଏ ଅସନ୍ତୁଷ୍ଟ ଅଛନ୍ତି। ସର୍ବଭାରତୀୟ ସେବା (ଏଆଇଏସ୍‌) ସମେତ ଗ୍ରୁପ୍‌-ଏ ଅଧିକାରୀମାନଙ୍କୁ ମିଳୁଥିବା ସରକାରୀ ସୁବିଧାସୁଯୋଗ ପ୍ରତ୍ୟାହାର କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ସିକିମ୍‌ ସହ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହି ଅଧିକାରୀମାନଙ୍କୁ ଆଉ କିଛି ନୂଆ ସୁବିଧା ସୁଯୋଗ ପ୍ରଦାନ କରାଯିବ ନାହିଁ। କିନ୍ତୁ ଜମ୍ମୁକଶ୍ମୀର, ଲଦାଖ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଏବଂ ଲାକ୍ଷାଦ୍ୱୀପରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ସରକାର ଏହି ସୁବିଧାସୁଯୋଗ ଦେବାକୁ ଅନୁମତି ଦେଇଛନ୍ତି। ବିଶେଷସୂତ୍ରରୁ ସ୍ପଷ୍ଟ ଯେ, ଉତ୍ତରପୂର୍ବାଞ୍ଚଳରେ କାର୍ଯ୍ୟରତ ବାବୁମାନଙ୍କର ଅନ୍ୟସବୁ ଅଭିଯୋଗ ଦୀର୍ଘଦିନ ହେଲା ପଡ଼ିରହିଥିବାବେଳେ କେନ୍ଦ୍ରର ଉକ୍ତ ନୀତି ଏକ ଖରାପ ସ୍ଥିତି ସୃଷ୍ଟି କରିଛି। ଅଧିକାରୀମାନଙ୍କ ଅସନ୍ତୋଷ ଏପରି ଶୀର୍ଷରେ ପହଞ୍ଚିତ୍ଲା ଯେ ତାହା ଦୂର କରିବା ଜରୁରୀ ହୋଇପଡ଼ିଲା। ଆବାସୀୟ ବ୍ୟବସ୍ଥା ସହ ୨୦୦୯ରେ ଆସାମ-ମେଘାଳୟ ଯୁଗ୍ମ କ୍ୟାଡର,ସିକିମ, ନାଗାଲାଣ୍ଡ, ତ୍ରିପୁରା ଏବଂ ମଣିପୁର କ୍ୟାଡରର ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌କୁ ନେଇ ଗଠିତ ଅଲ୍‌ ଇଣ୍ଡିଆ ସର୍ଭିସର ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଅତିରିକ୍ତ ଆର୍ଥିକ ଭତ୍ତା ବନ୍ଦ କରାଯିବାରୁ ବାବୁମାନଙ୍କ ଅସନ୍ତୋଷ ବଢିଯାଇଛିି। ବାବୁମାନେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ଅର୍ଡରକୁ ‘ଅସମ୍ବେଦନଶୀଳ’ ଓ ‘ଆକସ୍ମିକ’ ବୋଲି କହିଛନ୍ତି।
ନିର୍ବାଚନରେ ବଦଳି
ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିବା ସହ ୬ ଜଣ ପୋଲିସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ଅହମ୍ମଦାବାଦରେ କାର୍ଯ୍ୟରତ। ବଦଳି ହେବାକୁ ଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଅହମ୍ମଦାବାଦ ସହର ଜୋନ୍‌-୪ର ଏସ୍‌ପି ମୁକେଶ ପଟେଲ, ଟ୍ରାଫିକ୍‌(ପ୍ରଶାସନ) ଡିସିପି ଭକ୍ତି ଠାକୁର, ଅତିରିକ୍ତ ସିପି (ଟ୍ରାଫିକ) ଅଶ୍ୱିନୀ ଚୌହାନ, ଡିସିପି (କଣ୍ଟ୍ରୋଲରୁମ୍‌) ହର୍ଷଦ ପଟେଲ ଓ ଅତିରିକ୍ତ ସିପି(କ୍ରାଇମ୍‌ବ୍ରାଞ୍ଚ) ପ୍ରେମବୀର ସିଂ। ଜଣାପଡ଼ିଛି ଯେ , ଅଶ୍ୱିନୀ ଚୌହାନଙ୍କ ବଦଳିରେ ରାଜ୍ୟ ଗୃହ ବିଭାଗ ଏକ ଭୁଲ୍‌ କରିଛି। ପୂର୍ବରୁ ଅଶ୍ୱିନୀ ସିଆଇଡି କ୍ରାଇମ୍‌ରେ ଓ୍ବେଷ୍ଟର୍ନ ରେଲଓ୍ବେ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ। ସରକାର ତାଙ୍କୁ ଦୀପାବଳି ଦିନ ଅହମ୍ମଦାବାଦ ସହରର ଅତିରିକ୍ତ ସିପି( ଟ୍ରାଫିକ) ଭାବେ ବଦଳି କରିଥିଲେ। ଯେହେତୁ ଅଶ୍ୱିନୀ ଗତ ନିର୍ବାଚନରେ ଅହମ୍ମଦାବଦରେ ଡିପିସି(ଟ୍ରାଫିକ) ଭାବେ କାର୍ଯ୍ୟ କରିଥିଲେ, ସେଥିପାଇଁ ସେ ଏହି ନିର୍ବାଚନରେ ସିକ୍ରେଟ ଇନ୍‌ଫରମେଶନ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ (ଏସ୍‌ଇଆଇଏମ୍‌) ପଦବୀରେ ରହିପାରିବେ ନାହିଁ। ଏଣୁ ତାଙ୍କୁ ପୁଣି ଥରେ ବଦଳି କରାଯିବ। ଏହା ବ୍ୟତୀତ ବିଧାନସଭା ନିର୍ବାଚନ ଘୋଷଣା ଏବଂ ଆଚରଣବିଧି ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଗୁଜରାଟ ସରକାର ରାଜ୍ୟରେ ୧୨ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବାବୁ ଅଭାବ
ଜମ୍ମୁକଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ(ୟୁଟି)ହେବା ପରେ ସେଠାରେ ପ୍ରଶାସନିକ ଅନିଶ୍ଚୟତା ରହିଛି। ଜମ୍ମୁକଶ୍ମୀର କ୍ୟାଡର ଉଚ୍ଛେଦ କରି ଏହି ଦୁଇ ୟୁଟିିକୁ ଏଜିଏମ୍‌ୟୁଟି (ଅରୁଣାଚଳପ୍ରଦେଶ-ଗୋଆ-ମିିଜୋରାମ ଆଣ୍ଡ୍‌ ୟୁନିୟନ୍‌ ଟେରିଟୋରି)କ୍ୟାଡର ଅନ୍ତର୍ଭୁକ୍ତ କରାଯିବା ପରେ ଏଭଳି ସ୍ଥିତି ଉପୁଜିଛି। ଗତମାସରେ ଜଣେ ଆଇଏଏସ୍‌ ଅଧିକାରୀ ଆର୍ଥିକ ବ୍ୟାପାର ବିଭାଗକୁ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲାବେଳେ ଏବେ ଜମ୍ମୁକଶ୍ମୀର କ୍ୟାଡରର ପ୍ରମୁଖ ସଚିବ ର଼୍ୟାଙ୍କର ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ସେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ଚୂଡାନ୍ତ ସଙ୍କେତକୁ ଅପେକ୍ଷା କରିଛନ୍ତି। ଆଉ ଜଣେ ଅଧିକାରୀ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନ ପାଇଁ ଆବେଦନ କରିଛନ୍ତି। ଜମ୍ମୁକଶ୍ମୀର ଓ ଲଦାଖ ୟୁଟିରେ ବିଭିନ୍ନ କାରଣରୁ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ଅଭାବ ଲାଗିରହିଛି। ଏଜିଏମ୍‌ୟୁଟି କ୍ୟାଡର ଏବଂ ଅନ୍ୟ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇ ଧୀରେ ଧୀରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି। ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଅନେକ ଏଜିଏମ୍‌ୟୁଟି କ୍ୟାଡର ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ନିଯୁକ୍ତ କରିଆସୁଛି। ଏହାସହ ଆନ୍ତଃ କ୍ୟାଡର ଡେପୁଟେଶନରେ କେନ୍ଦ୍ର ଓ ଅନ୍ୟ ରାଜ୍ୟଗୁଡ଼ିକରୁ କେତେଜଣ ଅଧିକାରୀଙ୍କୁ ଆଣି ନିଯୁକ୍ତି ଦିଆଯାଇଛି। ମାସେ ଦୁଇମାସ ମଧ୍ୟରେ ଅନେକ ଏଜିଏମ୍‌ୟୁଟି କ୍ୟାଡର ଅଧିକାରୀଙ୍କୁ ଜମ୍ମୁକଶ୍ମୀର ଓ ଲଦାଖକୁ ଡେପୁଟେଶନରେ ପଠାଯାଇଛି। ପୁନଶ୍ଚ ଲଦାଖରେ ଅଧିକାରୀମାନଙ୍କ ଅଭାବକୁ ଲକ୍ଷ୍ୟ କରି ସେଠାରେ ଜମ୍ମୁକଶ୍ମୀର ପ୍ରଶାସନିକ ସେବା ଏବଂ ଜମ୍ମୁକଶ୍ମୀର ପୋଲିସ ସେବା ଅଧିକାରୀଙ୍କୁ ଡେପୁଟେଶନରେ ନିଯୁକ୍ତ କରାଯାଇଛି। ତେବେ ଆମେ ଆଶ୍ୱସ୍ତ ଯେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଓପିଟି ଜମ୍ମୁକଶ୍ମୀରରେ ବାବୁମାନଙ୍କ ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି ଏବଂ ସେଠାରେ ଅଧିକ ସଂଖ୍ୟକ ବାବୁଙ୍କ ନିଯୁକ୍ତି ନିଶ୍ଚିତ କରିବା ଲାଗି ପଦକ୍ଷେପ ନେଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri