ସଚେତନତା ଅଭାବରୁ ବଢୁଛି ରୋଗ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ୨୦୦୫ରେ କୁଷ୍ଠମୁକ୍ତ ଭାରତ ଘୋଷଣା ହୋଇଥିଲା। କିନ୍ତୁ ଏବେବି ଦେଶର ବିଭିନ୍ନ ସ୍ଥାନରେ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଯେତିକି ନୂଆ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ଭାରତରେ ରହିଛନ୍ତି। ସେହିଭଳି ୨୦୦୬-୨୦୦୭ର ଓଡ଼ିଶା ନିଜକୁ କୁଷ୍ଠ ରୋଗମୁକ୍ତ ରାଜ୍ୟ ଭାବେ ଘୋଷଣା କରିଥିଲା। ହେଲେ ରାଜ୍ୟରେ ଏବେ କୃଷ୍ଠ ରୋଗ ନିଜର ଦୃଢ଼ ଉପସ୍ଥିତି ଜାହିର କଲାଣି। ୨୦୨୦-୨୦୨୧ ରାଷ୍ଟ୍ରୀୟ କୁଷ୍ଠ ରୋଗ ବିଲୋପ କାର୍ଯ୍ୟକ୍ରମ (ଏନ୍‌ଏଲ୍‌ଇପି) ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୬,୧୪୮ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତିି। ଏମାନଙ୍କ ମଧ୍ୟରେ ୪୨୧ଜଣ ଶିଶୁ ରହିଛନ୍ତି। କୋଭିଡ୍‌ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଗତବର୍ଷ ରାଜ୍ୟରେ ତିନିମାସ ଧରି ଚାଲିଥିବା ଘରକୁ ଘର ସର୍ଭେରେ ୧,୬୨୫ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୧୯ରେ ପ୍ରକାଶିତ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ (ଏନ୍‌ଏଚ୍‌ପି) ଅନୁସାରେ, କୃଷ୍ଠ ରୋଗ ବ୍ୟାପିବା ହାରରେ ଦେଶରେ ଛତିଶଗଡ଼ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସଚେତନତା ଅଭାବରୁ କୃଷ୍ଠ ରୋଗ ବ୍ୟାପୁଛି। ଏହାର ବିଲୋପ ପାଇଁ ଏକ ଦୃଢ଼ ଏକୀକୃତ ରଣନୀତି ଓ କାର୍ଯ୍ୟାନ୍ବୟନ ଯୋଜନା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କୁଷ୍ଠ ରୋଗ କାର୍ଯ୍ୟକ୍ରମରେ କାର୍ଯ୍ୟ କରିଥିବା ବିଜୟ କୁମାର ସ୍ବାଇଁ କହିଛନ୍ତି, ସଚେତନତାର ଅଭାବ ଓ ଭେଦଭାବ ଓଡ଼ିଶାରେ କୁଷ୍ଠ ରୋଗକୁ ବଢ଼ାଇଛି। ଏହି ରୋଗର ଚିହ୍ନଟ ଓ ଚିକିତ୍ସା ବଡ଼ ଚ୍ୟାଲେଞ୍ଜ ପାଲଟିଥିବାବେଳେ କୋଭିଡ୍‌-୧୯ ମହାମାରୀ ପରିସ୍ଥିତିକୁ ଆହୁରି ଖରାପ କରି ଦେଇଥିଲା। କୁଷ୍ଠ ରୋଗ ଠିକ୍‌ ସମୟରେ ଚିହ୍ନଟ ହେଲେ ଅଧିକାଂଶ ମାମଲା ୬ରୁ ୧୨ ମାସ ମଧ୍ୟରେ ଆରୋଗ୍ୟ ହୋଇପାରିବ। ତେବେ ଏ କ୍ଷେତ୍ରରେ ସ୍ବେଚ୍ଛାକୃତ ରିପୋର୍ଟ କରିବା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ଏହି ରୋଗ ସହିତ ଜଡ଼ିତ ଅନ୍ଧବିଶ୍ୱାସ ଓ ଭେଦଭାବର ମୁକାବିଲା କରିବା ଏବଂ ସଂକ୍ରମିତ ଲୋକଙ୍କୁ ଚିକିତ୍ସା ନିମନ୍ତେ ଆଗକୁ ଆସିବାକୁ ଉତ୍ସାହିତ କରିବା ପାଇଁ ଏକ ଦୃଢ଼ ସଚେତନତା ଅଭିଯାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

କୁଷ୍ଠ ରୋଗର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରତି ବ୍ଲକସ୍ତରରେ ଜଣେ ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ କୁଷ୍ଠ ରୋଗ ସମ୍ବନ୍ଧୀୟ କାର୍ଯ୍ୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହାୟତା କରୁଛନ୍ତି। ଏତଦ୍‌ ବ୍ୟତୀତ କୁଷ୍ଠ ରୋଗର ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ଜିଲା ସରକାରୀ ଚିକିତ୍ସାଳୟରେ ଆବଶ୍ୟକ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri