ଆତ୍ମସମର୍ପଣ ନ କଲେ ହେବନି ଆଳୋଚନା: ଆତଙ୍କବାଦୀ ସଂଗଠନ ଟିଟିପିକୁ ପାକିସ୍ତାନ ସରକାରଙ୍କ ଚେତାବନୀ…

ଇସଲାମାବାଦ,୬।୬ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି।

ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ସୂତ୍ରରୁ ପ୍ରକାଶ ଗତ କିଛି ଦିନ ମଧ୍ୟରେ ଟିଟିପି ପୁନର୍ବାର ଆଲୋଚନାରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲା, କିନ୍ତୁ ସରକାର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ପାକିସ୍ତାନ ସରକାର ଗତ ବର୍ଷ କାବୁଲରେ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ଅନୁରୋଧ କ୍ରମେ ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନା ପରେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।

ତେବେ ଜେନେରାଲ ଅସୀମ ମୁନୀରଙ୍କୁ ପାକିସ୍ତାନର ନୂତନ ସେନା ମୁଖ୍ୟ ଭାବେ ନିଯୁକ୍ତ ହେବାର କିଛି ଦିନ ପୂର୍ବରୁ ଟିଟିପି ଗତ ବର୍ଷ ନଭେମ୍ବରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପରବର୍ତ୍ତୀ ସମୟରେ ଖାଇବର-ପସ୍ତୁନଖ୍ବା ଜିଲା ଉପରେ ବିଶେଷ ଗୁରୁତ୍ୱ ଦେଇ ଟିଟିପି ପୋଲିସ, ସୁରକ୍ଷା କର୍ମୀ ଏବଂ ସରକାରୀ ସ୍ଥାପନ ଉପରେ ଆକ୍ରମଣକୁ ତୀବ୍ର କରିଥିଲା।

ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଶେଷ ପର୍ଯ୍ୟାୟ ଆଲୋଚନା ସମୟରେ ଆଫଗାନିସ୍ତାନର କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକକାନି ମଧ୍ୟସ୍ଥି ଥିଲେ। ତେବେ ସେ ସେହି ଆଲୋଚନାରେ ଗ୍ୟାରେଣ୍ଟର୍‌ ଭାବରେ କାର୍ଯ୍ୟ କରି ନ ଥିଲେ। ବରିଷ୍ଠ ଅଧିକାରୀ ଖବରକାଗଜକୁ କହିଛନ୍ତି ଆମକୁ ଠୋସ ଗ୍ୟାରେଣ୍ଟି ଦରକାର। ତେଣୁ ଯେତେବେଳେ ଏହା ଦିଆଗଲା ସେତେବେଳେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଅଧିକାରୀ କହିଛନ୍ତି ପାକିସ୍ତାନୀ କର୍ତ୍ତୃପକ୍ଷ ସ୍ପଷ୍ଟ ଭାବରେ ଇସଲାମ ଆତଙ୍କବାଦୀ ସଂଗଠନକୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ପାକିସ୍ତାନ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାରଙ୍କୁ କହିଛି ଯଦି ଆତଙ୍କବାଦୀ ସଂଗଠନ ଆତ୍ମସମର୍ପଣ କରେ ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ଦିଏ ତେବେ ଟିଟିପି ସହ ଆଲୋଚନା ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri