ଓଡ଼ିଆ ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା

ଭୁବନେଶ୍ୱର,୯ା୯: ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ‘ଗାଁ ଭୂଇଁ’ ପତ୍ରିକାର ସମ୍ପାଦକ ସ୍ବର୍ଗତ ବୀରକିଶୋର ପାଢ଼ୀଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ମାନାର୍ଥେ ତାଙ୍କୁ ’ବ୍ୟାସଭାରତୀ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

କେନ୍ଦ୍ର ବାଲ୍‌ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତି୍ୟକ ଡ. ରାଜକିଶୋର ପାଢ଼ୀ ସଭାପତିତ୍ୱ କରି ଓଡ଼ିଆ ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ଡ. କୃତ୍ତିବାସ ନାୟକ, ସମ୍ମାନିତ ଅତିଥି ବିମଳା ସିଂହ, ମୁଖ୍ୟବକ୍ତା ଡ. ଚକ୍ରଧର ଦାଶ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାଢ଼ୀଙ୍କ ସାହିତ୍ୟ କୃତି, ଗ୍ରାମୀଣ ସଂସ୍କୃତି ଓ ଶିକ୍ଷାଜଗତକୁ ତାଙ୍କର ଯୋଗଦାନ ବିଷୟରେ ଆଲୋଚନା କରିଥିଲେ।

କବୟିତ୍ରୀ ବ୍ରଜେଶ୍ୱରୀ ସିଂହଙ୍କ ସମ୍ପାଦକୀୟ ବିବରଣୀ ପାଠ ସହ ତାଙ୍କ ରଚିତ ଶିଶୁ କବିତା ପୁସ୍ତକ ‘କୋଇଲି ଗାଉଛି ଗୀତ’ ଉନ୍ମୋଚିତ ହୋଇଥିଲା। ସାହିତି୍ୟକ ଚନ୍ଦ୍ରକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ପ୍ରଥମ ଅଧିବେଶନରେ ମନୋଜ କୁମାର ଜେନାଙ୍କ ସଭାପତିତ୍ୱ, ଡ. ପ୍ରଶାନ୍ତ ସ୍ବାଇଁ ଓ ବସନ୍ତ ମାଝୀଙ୍କ ଆତିଥ୍ୟ ଏବଂ ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଗାୟତ୍ରୀ ଦାଶ, ଡ.ପ୍ରବୀଣା ପରିଡା, ଉମାକାନ୍ତ ପୃଷ୍ଟି, ଜୟଶ୍ରୀ ପଟ୍ଟନାୟକ, ଅସୀମ ପାଢ଼ୀ, ଶକୁନ୍ତଳା ଦାଶ, ବିନୋଦ ବିହାରୀ ମହାରଣା ମହାରଣାଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ କବି/କବୟିତ୍ରୀ ଶିଶୁ କବିତା ପାଠ କରିଥିଲେ। ଶେଷରେ ଗାୟତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥ ଗୃହ ବିଭାଗକୁ ବଦଳି, ଜାଣନ୍ତୁ ଆଉ କାହାକୁ କେଉଁଠିକୁ

ଭୁବନେଶ୍ୱର,୧।୧୧: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍‌ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍‌ପି ପର୍ଯ୍ୟନ୍ତ ଅନେକଙ୍କୁ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

ଭୁବନେଶ୍ୱର,୩୧।୧୦: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶନିବାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଗାଇଡଲାଇନରେ ସବୁଜ ବାଣ ବ୍ୟବହାର ଉପରେ…

୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି: ସୂଚନା ଦେଇ ଜିଲାପାଳ କହିଲେ…

ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ…

ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…

ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ…

ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!

ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?