ଆଲୋଚନା ସାଙ୍ଗକୁ ଆକ୍ରମଣ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୪ା୩:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ସାକାର ହୋଇ ନ ଥିବାରୁ ସେ ଏବେ ରଣନୀତି ବଦଳାଇଛନ୍ତି। ପୁଟିନ୍‌ଙ୍କ ଶକ୍ତିଶାଳୀ ସୈନ୍ୟ ପଡ଼ୋଶୀ ଦେଶ ଉପରେ ତୁହାକୁ ତୁହା ବୋମା ବର୍ଷଣ କରୁଥିବାବେଳେ କେବଳ ଆକ୍ରମଣରୁ ସୁଫଳ ମିଳିବ ନାହିଁ ବୋଲି ପୁଟିନ୍‌ ବୁଝିସାରିଲେଣି। ତେଣୁ ସେ ଗୋଟିଏ ପଟେ ଆଲୋଚନା ଓ ଅନ୍ୟପକ୍ଷେ ଆକ୍ରମଣର ଷ୍ଟ୍ରାଟେଜି ଆପଣାଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧବିରତି ପାଇଁ ଆଲୋଚନା କରିବାକୁ ମସ୍କୋ ଚାହୁଁଛି। କିନ୍ତୁ ୟୁକ୍ରେନ୍‌ର ସାମରିକ ଭିତ୍ତିଭୂମି ନଷ୍ଟ ଉଦ୍ୟମ ଜାରି ରହିବ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍‌ ସ୍ପଷ୍ଟ କରିଛନ୍ତି। ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସୋମବାର ବେଲାରୁଷ ସୀମାନ୍ତ ସହର ଗୋମେଲରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ ଅସ୍ତ୍ରବିରତି ପାଇଁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଛି। ୟୁକ୍ରେନ୍‌ ଆକ୍ରମଣ ଗୁରୁବାର ଦ୍ୱିତୀୟ ସପ୍ତାହରେ ପହଞ୍ଚତ୍ଥିବାବେଳେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସରକାରର ପତନ ଘଟାଇବାରେ ମସ୍କୋର ରଣନୈତିକ ବିଫଳତା ସାମ୍ନାକୁ ଆସିଛି। ଏହାର ମୁଖ୍ୟ ଆସଲ୍ଟ ଫୋର୍ସ ସୈନ୍ୟମାନେ କିଛିଦିନ ହେଲା କ୍ୱିଭ୍‌ ଉତ୍ତର ପାର୍ଶ୍ୱରେ ଥିବା ରାଜପଥ ଉପରେ ଛିଡ଼ା ହୋଇଛନ୍ତି। ଅନ୍ୟ ସଶସ୍ତ୍ର ବଳ ସହରଗୁଡ଼ିକ ଉପରେ ବୋମା ବର୍ଷଣ କରି ସେଗୁଡ଼ିକୁ ଧ୍ୱଂସସ୍ତୂପରେ ପରିଣତ କରୁଛନ୍ତି। ଦକ୍ଷିଣରେ ଥିବା କୃଷ୍ଣସାଗର ବନ୍ଦର ସହର ଖେରସୋନ୍‌ ଏବଂ ଚେର୍ନିହିବ୍‌କୁ ରୁଷୀୟ ସୈନ୍ୟ ଦଖଲ କରିବା ପରେ ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ମରିଉପୋଲକୁ ଘେରିରହିଛନ୍ତି। କ୍ୱିଭ୍‌ ଅଭିମୁଖେ ଅଗ୍ରସର ହେଉଥିବା ରୁଷୀୟ ସୈନ୍ୟ ୩୦ କି.ମି. ବ୍ୟାପି ଲମ୍ବିଛନ୍ତି। ୟୁକ୍ରେନ୍‌ବାସୀଙ୍କ ପ୍ରତିରୋଧ, ଯାନ୍ତ୍ରିକ ତ୍ରୁଟି, ପ୍ରତିକୂଳ ପାଗ ଓ ଭିଡ଼ ଯୋଗୁ ସେମାନେ ଆଗକୁ ବଢ଼ିପାରୁ ନାହାନ୍ତି। କ୍ୱିଭ୍‌ ଅଭିମୁଖେ ଅଗ୍ରସର ହେବାରେ ରୁଷିଆକୁ ବିଶେଷ ସଫଳତା ମିଳି ନ ଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରମଣ ଅଷ୍ଟମ ଦିନରେ ପହଞ୍ଚତ୍ଥିବାବେଳେ ଅଦ୍ୟାବଧି ୨,୦୦୦ରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ନିହତ ହୋଇଥିବା କ୍ୱିଭ୍‌ ପକ୍ଷରୁ କୁହାଯାଇଛି। ତେବେ କେବଳ ୟୁକ୍ରେନ୍‌ ସୈନ୍ୟଙ୍କ ମୃତ୍ୟୁସଂଖ୍ୟା ୨,୮୭୦ ବୋଲି ରୁଷିଆ ଦାବି କରିଛି। ୟୁକ୍ରେନ୍‌ ଏମର୍ଜେନ୍ସି ସର୍ଭିସ୍‌ ମତରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୯,୦୦୦ ରୁଷୀୟ ସୈନ୍ୟଙ୍କ ଜୀବନ ଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଗଣପଳାୟନ କଲେଣି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜାତିସଂଘର ଶରଣାର୍ଥୀ ସଂସ୍ଥା ପକ୍ଷରୁ କୁହାଯାଇଛି। କ୍ୱିଭ୍‌ ସମେତ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ପଳାୟନର ସୁଯୋଗ ଦେବା ପାଇଁ ‘ହ୍ୟୁମାନିଟାରିଆନ୍‌ କରିଡର’ କରିବା ନେଇ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ପାଶ୍ଚାତ୍ୟର କଟକଣାଗୁଡ଼ିକ ରୁଷିଆ ଅର୍ଥନୀତି ପାଇଁ ଅଭୂତପୂର୍ବ ସଙ୍କଟ ସୃଷ୍ଟି କରିଛି। ରୁଷିଆର ସାମରିକ ଅପରେଶନ ବିରୋଧରେ ପାଶ୍ଚାତ୍ୟର ପ୍ରତିକ୍ରିୟାକୁ ମସ୍କୋ ଏକ ଉନ୍ମାଦ ଭାବେ ଅଭିହିତ କରିଛି। ପୁଟିନ୍‌ଙ୍କ ସହଯୋଗୀ ଲାଭ୍ରୋଭ୍‌ ଆହୁରି କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାତର ୟୁକ୍ରେନ୍‌କୁ ରୁଷିଆ ବିରୋଧରେ ଢାଲ କରିବା ଲାଗି ଯୁଦ୍ଧାସ୍ତ୍ର ଓ ତାଲିମ ଦେଇ ପଡ଼ୋଶୀ ଦେଶରେ ନିଜ ସେନା ଶିବିର ପ୍ରତିଷ୍ଠା କରିବାରେ ଲାଗିଛନ୍ତି। ଏଭଳି ଉଦ୍ୟମ ଯୋଗୁ ରୁଷିଆ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ମସ୍କୋ ବାଧ୍ୟହୋଇ ପଦକ୍ଷେପ ନେଉଥିବା ସେ ଦର୍ଶାଇଛନ୍ତି। ସେର୍ଗେଇଙ୍କ ମତରେ ରୁଷିଆ ନୁହେଁ, ବରଂ ପାଶ୍ଚାତ୍ୟର ରାଜନେତାମାନେ ଆଣବିକ ଯୁଦ୍ଧ ନେଇ ବିଚାର କରୁଛନ୍ତି। ଅନ୍ୟପକ୍ଷେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)କୁ ଏକ ପ୍ରତିରକ୍ଷାମତ୍କ ମେଣ୍ଟ ଭାବେ ଅଭିହିତ କରି ଏହି ସଙ୍ଗଠନରୁ ରୁଷିଆ ପ୍ରତି ବିପଦ ନ ଥିବା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri