ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରୁରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସମ୍ପ୍ରତି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲା ଜଳାର୍ଣ୍ଣବ ହେବା ସହ ଜନଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ବନ୍ୟା ଆସିଛି। ତେଣୁ ମହାନଦୀର ଜଳ ପରିଚାଳନା ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହେବା ଜରୁରୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ମତ ପ୍ରକାଶ କରିଛି।
ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ନିଜର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା ୬ଟି ବ୍ୟାରେଜର ଗଚ୍ଛିତ ଜଳ ନିଷ୍କାସନ ପାଇଁ ସବୁ ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇପାରେ। ସେହି କାରଣରୁ ଅବା ହୀରାକୁଦର ଠେଶା ପାଣିରୁ ତ୍ରାହି ପାଇବା ପାଇଁ ଛତିଶଗଡ଼ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଓଡ଼ିଶାର ମୁଖ୍ୟ ଯନ୍ତ୍ରୀଙ୍କୁ ହୀରାକୁଦର ଅଧିକ ଗେଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି। ଯଦି ବର୍ତ୍ତମାନ ପରି ଆଉ କିଛିଦିନ ଧରି ଲଗାଣ ବର୍ଷା ଉପର ମୁଣ୍ଡରେ ଲାଗିରହେ ଏବଂ ଛତିଶଗଡ଼ ମହାନଦୀ ଉପରେ ଥିବା ସବୁ ବ୍ୟାରେଜ ଗେଟ ଖୋଲି ଦିଅନ୍ତି, ତେବେ ହୀରାକୁଦ ସହିତ ଓଡ଼ିଶାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ। ଗତ ମେ’ରେ କଲମା ବ୍ୟାରେଜଠାରେ ମହାନଦୀର ଓଡ଼ିଶା ପଟରେ ମରୁଭୂମି ପରି ଦୃଶ୍ୟ ଦେଖିଲା ପରେ ବ୍ୟାରେଜର ସର୍ବନିମ୍ନ ୫ଟି ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ସେତେବେଳେ ଛତିଶଗଡ଼ ସେ କଥା ଶୁଣିଲା ନାହିଁ। ଆଜି କିନ୍ତୁ ଛତିଶଗଡ଼ ହୀରାକୁଦର ଗେଟ ଖୋଲିବାକୁ ନିବେଦନ କରୁଛି। ଖରାଦିନେ କଲମା ବ୍ୟାରେଜର ଗେଟ ଖୋଲିବା ପାଇଁ ଓଡ଼ିଶାର ବ୍ୟାକୁଳତା ଓ ବର୍ଷା ଦିନେ ହୀରାକୁଦର ଗେଟ ଖୋଲିବା ପାଇଁ ଛତିଶଗଡ଼ର ବ୍ୟାକୁଳତା, ମହାନଦୀକୁ ଉଭୟ ରାଜ୍ୟ ବ୍ୟାପକ ଓ ସାମଗ୍ରିକ ଭାବେ ନ ଦେଖିବାର ଫଳ ବୋଲି ସୁଦର୍ଶନ କହିଛନ୍ତି। ତେଣୁ ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସୁଧାର ପାଇଁ ତୁରନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହୁଅନ୍ତୁ ବୋଲି ସୁଦର୍ଶନ କହିଛନ୍ତି।
ସେପଟେ ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେ ବି ଛତିଶଗଡ଼ ସରକାର ଅଲୋଚନାକୁ ଆସୁନାହାନ୍ତି ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି। ସେ କହିଛନ୍ତି, ଗତ ୨/୩ ବର୍ଷ ହେଲା କୋଭିଡ୍‌ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ବୟ ବୈଠକ ହୋଇପାରି ନ ଥିଲା। ଚଳିତ ବର୍ଷ ଆମେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କୁ ଡାକିଥିଲୁ। କିନ୍ତୁ ସେମାନେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ। ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ସେମାନେ ଅବଗତ କରୁନାହାନ୍ତି। ଉପରମୁଣ୍ଡରେ ରହୁଥିବା ଆମ ଲୋକଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ଆମେ ତାହା ନିର୍ଦ୍ଧାରଣ କରୁଛୁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri