Posted inଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପ ଘଟଣା: ନେମାରଙ୍କୁ ପିଏସ୍‌ଜିର ସମର୍ଥନ

ପ୍ୟାରିସ୍‌,୧୬।୯ (ଏପି): ବ୍ରାଜିଲ ଫୁଟବଲ ସୁପରଷ୍ଟାର ତଥା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟ୍ରାଇକର ନେମାର ମାର୍ସେଇଲ୍‌ ବିପକ୍ଷ ହାଇଭୋଲ୍ଡେଜ ମ୍ୟାଚ୍‌ ଅବସରରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏହି ଘଟଣା ନେମାରଙ୍କୁ ତାଙ୍କ କ୍ଲବ ପିଏସ୍‌ଜି ଦୃଢ ସମର୍ଥନ କରିଛନ୍ତି। ପାର୍କ ଡେସ୍‌ ପ୍ରିନ୍‌ସେସ୍‌ରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଞ୍ଜୁରି ଟାଇମ୍‌ରେ ଉଭୟ ପକ୍ଷର ଖେଳାଳିମାନେ ହାତାହାତି ହୋଇଥିଲେ। ନେମାର ଆଲଭାରେ ଗୋଞ୍ଜାଲେଜଙ୍କ ମୁଣ୍ଡକୁ ମାରୁଥିବାର ଦେଖାଯାଇଥିଲା। ଏହାପରେ ନେମାରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ। ତେବେ ସେ ଗୋଞ୍ଜାଲେଜଙ୍କ ମୁହଁକୁ ମୁଥ ମାରି ନ ଥିଲେ ବୋଲି କହିଛନ୍ତି।
ଫ୍ରେଞ୍ଚ୍‌ ଲିଗ୍‌ର ମୁଖ୍ୟ ପ୍ରଶାସନିକ ସଂସ୍ଥା ଏଲ୍‌ଏଫ୍‌ପି (ଲିଗ୍‌ ଡି ଫୁଟବଲ ପ୍ରଫେସନାଲ) ଏ ସଂକ୍ରାନ୍ତରେ କି ପଦକ୍ଷେପ ନେଉଛି ତାହା ଉପରେ ପିଏସ୍‌ଜି ନଜର ରଖିଛି। ଏଲ୍‌ଏଫ୍‌ପି ମଧ୍ୟ ଏ ନେଇ ତଦନ୍ତ ଜାରି ରଖିଛି। ପିଏସ୍‌ଜିର ଲିଆନାର୍ଡ ପାରେଡେସ ଓ ଲେଭିନ୍‌ କୁରଜାଓ୍ବା ଓ ମାର୍ସେଇଲ୍‌ର ଜୋର୍ଡାନ ଆମାଭି ଓ ଡାରିଓ ବେନେହେଟ୍ଟୋଙ୍କ ସମେତ ୧୭ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଗୋଞ୍ଜାଲେଜ କୌଣସି ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ନ ଥିଲେ ବୋଲି ମୋର୍ସେଇଲ୍‌ ତରଫରୁ ସୋମବାର କୁହାଯାଇଛି। ଏହି ବିବାଦର ଗୁରୁତ୍ୱ ରହିଛି ଓ ଏହାର ଫଳାଫଳ ମଧ୍ୟ ବେଶ୍‌ ଭୟଙ୍କର ହେବ ବୋଲି ମାର୍ସେଇଲ୍‌ ତରଫରୁ କୁହାଯାଇଛି। ଗୋଞ୍ଜାଲେଜଙ୍କୁ ନେଇ ବ୍ରାଜିଲ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚାଲିଥିବା ନକାରାତ୍ମକ ପ୍ରଚାରକୁ କ୍ଲବ ତରଫରୁ ନିନ୍ଦା କରାଯାଇଛି। ଏହା ଦ୍ୱାରା ଗୋଞ୍ଜାଲେଜଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେଉଛି। ଏପରିକି ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri