Posted inଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପ ଘଟଣା: ନେମାରଙ୍କୁ ପିଏସ୍‌ଜିର ସମର୍ଥନ

ପ୍ୟାରିସ୍‌,୧୬।୯ (ଏପି): ବ୍ରାଜିଲ ଫୁଟବଲ ସୁପରଷ୍ଟାର ତଥା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟ୍ରାଇକର ନେମାର ମାର୍ସେଇଲ୍‌ ବିପକ୍ଷ ହାଇଭୋଲ୍ଡେଜ ମ୍ୟାଚ୍‌ ଅବସରରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏହି ଘଟଣା ନେମାରଙ୍କୁ ତାଙ୍କ କ୍ଲବ ପିଏସ୍‌ଜି ଦୃଢ ସମର୍ଥନ କରିଛନ୍ତି। ପାର୍କ ଡେସ୍‌ ପ୍ରିନ୍‌ସେସ୍‌ରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଞ୍ଜୁରି ଟାଇମ୍‌ରେ ଉଭୟ ପକ୍ଷର ଖେଳାଳିମାନେ ହାତାହାତି ହୋଇଥିଲେ। ନେମାର ଆଲଭାରେ ଗୋଞ୍ଜାଲେଜଙ୍କ ମୁଣ୍ଡକୁ ମାରୁଥିବାର ଦେଖାଯାଇଥିଲା। ଏହାପରେ ନେମାରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ। ତେବେ ସେ ଗୋଞ୍ଜାଲେଜଙ୍କ ମୁହଁକୁ ମୁଥ ମାରି ନ ଥିଲେ ବୋଲି କହିଛନ୍ତି।
ଫ୍ରେଞ୍ଚ୍‌ ଲିଗ୍‌ର ମୁଖ୍ୟ ପ୍ରଶାସନିକ ସଂସ୍ଥା ଏଲ୍‌ଏଫ୍‌ପି (ଲିଗ୍‌ ଡି ଫୁଟବଲ ପ୍ରଫେସନାଲ) ଏ ସଂକ୍ରାନ୍ତରେ କି ପଦକ୍ଷେପ ନେଉଛି ତାହା ଉପରେ ପିଏସ୍‌ଜି ନଜର ରଖିଛି। ଏଲ୍‌ଏଫ୍‌ପି ମଧ୍ୟ ଏ ନେଇ ତଦନ୍ତ ଜାରି ରଖିଛି। ପିଏସ୍‌ଜିର ଲିଆନାର୍ଡ ପାରେଡେସ ଓ ଲେଭିନ୍‌ କୁରଜାଓ୍ବା ଓ ମାର୍ସେଇଲ୍‌ର ଜୋର୍ଡାନ ଆମାଭି ଓ ଡାରିଓ ବେନେହେଟ୍ଟୋଙ୍କ ସମେତ ୧୭ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଗୋଞ୍ଜାଲେଜ କୌଣସି ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ନ ଥିଲେ ବୋଲି ମୋର୍ସେଇଲ୍‌ ତରଫରୁ ସୋମବାର କୁହାଯାଇଛି। ଏହି ବିବାଦର ଗୁରୁତ୍ୱ ରହିଛି ଓ ଏହାର ଫଳାଫଳ ମଧ୍ୟ ବେଶ୍‌ ଭୟଙ୍କର ହେବ ବୋଲି ମାର୍ସେଇଲ୍‌ ତରଫରୁ କୁହାଯାଇଛି। ଗୋଞ୍ଜାଲେଜଙ୍କୁ ନେଇ ବ୍ରାଜିଲ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚାଲିଥିବା ନକାରାତ୍ମକ ପ୍ରଚାରକୁ କ୍ଲବ ତରଫରୁ ନିନ୍ଦା କରାଯାଇଛି। ଏହା ଦ୍ୱାରା ଗୋଞ୍ଜାଲେଜଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେଉଛି। ଏପରିକି ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri