କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ

ଫୁଲବାଣୀ, ୧।୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲାର ପ୍ରକୃତି ଓ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା। ଜିଲାରେ ରହିଛି ବହୁ ପର୍ଯ୍ୟଟନ କ୍ଷେତ୍ର। ବହୁ କ୍ଷେତ୍ର ଲୁକାୟତ ଭାବରେ ରହି ଯାଉଥିବା ବେଳେ କନ୍ଧମାଳ ଇତିହାସ କଂଗ୍ରେସ ପକ୍ଷରୁ ଜିଲାର ଇତିହାସ ଖୋଜି ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଚଲାଇଛି। ତେବେ ଖଜୁରିପଡାଠାରୁ ଭୁବନେଶ୍ୱର ଅଭିମୁଖେ ଯିବା ବାଟରେ ପାବେରି ଗାଁ ନିକଟ ଜଙ୍ଗଲ ମଧ୍ୟରେ ଏକ ନୂଆ ପର୍ଯ୍ୟଟନ ସ୍ଥଳ ଓ ପକୃତିର ବିସ୍ମୟ ପଥର ସନ୍ଧାନ କରିଛି କନ୍ଧମାଳ ଇତିହାସ କଂଗ୍ରେସ।
ଖଜୁରିପଡା-ଭୁବନେଶ୍ୱର ରାସ୍ତାରୁ ୪ କିଲୋମିଟର ପରେ ବାମ ପାଶର୍‌ବରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଜଙ୍ଗଲ ଆଡ଼କୁ ଲମ୍ବି ଯାଇଛି। ସେହି ରାସ୍ତାରେ ପ୍ରାୟ ୧ କିଲୋମିଟର ଜଙ୍ଗଲ ଭିତରକୁ ଗଲେ ଏକ ଛୋଟ ଜଳପ୍ରପାତ ଦେଖିବାକୁ ମିଳିବ। ସେହି ଜଳପ୍ରପାତର ଧାରେଧାରେ ପ୍ରାୟ ଶହେ ମିଟର ତଳକୁ ଖସିଲେ ଆହୁରୀ ଏକ ବଡ଼ ଜଳପ୍ରପାତ ରହିଛି। ଯାହାକୁ ସ୍ଥାନୀୟ ଲୋକେ ଡଙ୍ଗାଧର ବା ଡଙ୍ଗାଦର୍‌ ବୋଲି କହୁଛନ୍ତି। ସ୍ଥାନଟି ଖୁବ୍‌ ସୁନ୍ଦର ଓ ମନୋରମ । ଶାନ୍ତି ଓ ଶୀତଳ ପରିବେଶ ମଧ୍ୟରେ ଅବସ୍ଥିତ ଜଳପ୍ରପାତଟି ବର୍ତ୍ତମାନ ସୁଦ୍ଧା ଲୋକ ଲୋଚନକୁ ଆସି ପାରିନାହିଁ। ପ୍ରଶାସନ ଉକ୍ତ ସ୍ଥାନକୁ ରାସ୍ତାଟିଏ ନିର୍ମାଣ କରିବା ବ୍ୟବସ୍ଥା କଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରନ୍ତା।
ସେହିପରି ମୁଖ୍ୟରାସ୍ତାର ଡାହାଣ ପାଶର୍‌ବରେ ଏକ ବିଚିତ୍ର ପାହାଡ଼ ରହିଛି। ଯାହାକୁ ସ୍ଥାନୀୟ ଲୋକେ କଟାପଥର ପାହାଡ ବୋଲି କୁହନ୍ତି। କାରଣ ଉକ୍ତ ପାହାଡ଼ର ସମସ୍ତ ପଥର ପ୍ରକୃତି ଦ୍ୱାରା ସଠିକ୍‌ ମାପର ବ୍ୟବଧାନରେ କଟା ଯାଇଥିବା ଦୃଷ୍ଟି ଗୋଚର ହୁଏ। ଯେଉଁ ପଥର କାଟି ହେଇନି ତାହା ଭବିଷ୍ୟତରେ କାଟି ହେବା ପାଇଁ ଚିହ୍ନିତ ହେଇ ରହିଛି। ଏହା ମଧ୍ୟ ଏକ ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ। ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଭୋଗ୍ୟ ସ୍ଥାନ। ଗବେଷକ ଡଃ ଚିତରଞ୍ଜନ ମିଶ୍ର ଓ ଡଃ ତ୍ରୈଲୋକ୍ୟ ନାଥ ସେନାପତି ଏହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ସବୁ ସ୍ଥାନକୁ ଯାଇ ଫଟୋ ଉତ୍ତୋଳନ କରି ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri