ମହାଜାଗତିକ ରଶ୍ମିର ଆବିଷ୍କାର

ଆମେ ବାସ କରୁଥିବା ପୃଥିବୀର ବହିର୍ଭାଗ ସ୍ତର(କ୍ରଷ୍ଟ)ରେ ବିଭିନ୍ନ ବସ୍ତୁ ମଧ୍ୟରେ ୟୁରାନିୟମ, ରେଡିୟମ, ଥୋରିୟମ, ପୋଟାସିୟମ ପରି ତେଜସ୍କ୍ରିୟ ପଦାର୍ଥ ଭୂପୃଷ୍ଠର ଶିଳାମୟ ବାହାର ସ୍ତରରେ ବିଦ୍ୟମାନ। ଏମାନଙ୍କ ନାଭିକେନ୍ଦ୍ର (ନ୍ୟୁକ୍ଲିୟସ) ସ୍ଥିର ଭାବେ ରହି ନ ଥାନ୍ତି। ତେଜସ୍କ୍ରିୟତା ଦୃଷ୍ଟିରୁ ଏହି ତାଲିକାରେ ପୋଟାସିୟମ ସମସ୍ଥାନିକ (ଆଇସୋଟୋପ) ପୋଟାସିୟମ-୪୦କୁ ଅନ୍ତର୍ଭୁକ୍ତ କରାଯାଇପାରିବ। ପ୍ରସ୍ତର, ମୃତ୍ତିକା, ଭୂତଳ ଜଳରେ ଥିବା ୟୁରାନିୟମ ଓ ରେଡିୟମରେ ତେଜସ୍କ୍ରିୟ ସ୍ବାଭାବିକ ଭାବେ ଘଟେ। ଶୃଙ୍ଖଳୀୟ କ୍ଷୟ (ଡିକେ ଚେଇନ୍‌) ମଧ୍ୟରେ ୟୁରାନିୟମରୁ ତେଜସ୍କ୍ରିୟ ରାଡାନ୍‌ ଗ୍ୟାସ୍‌ ଜାତ ହୁଏ। ସେତେବେଳେ ଆଲଫା, ବିଟା, ଗାମା ବିକିରଣ ହୋଇଥାଆନ୍ତି।
ରେଡିୟମ ଅଣୁର ନାଭିକେନ୍ଦ୍ର ପତନ ଘଟିବା ପରେ ଯେତେବେଳେ ଗୋଟିଏ ଆଲଫା କଣିକା ସେଥିରୁ ନିର୍ଗତ ହୋଇଯାଏ, ସେତେବେଳେ ମୂଳ ରେଡିୟମ ନ୍ୟୁକ୍ଲିଅସଟି ରାଡାନରେ ପରିଣତ ହୁଏ। ମାଟିର ରାସାୟନିକ ସଂରଚନା, ଭୂତଳ ଜଳ, ଗ୍ରାନାଇଟ୍‌ ପରି ପଥରରେ ରାଡାନ ପ୍ରବେଶ କରେ। ଏପରିକି ବିଭିନ୍ନ ଗୃହ, କାର୍ଯ୍ୟାଳୟ ଇତ୍ୟାଦିରେ ନିର୍ମାଣ ସକାଶେ ବ୍ୟବହୃତ ସାମଗ୍ରୀ, କାନ୍ଥ ମଧ୍ୟରେ ଥିବା ଫାଟରେ ଏହା ରହିଥାଏ।
ଉପରୋକ୍ତ ବସ୍ତୁମାନ ପ୍ରାକୃତିକ ଭାବେ ଉପଲବ୍ଧ ତେଜସ୍କ୍ରିୟ ପଦାର୍ଥ (ନର୍ମ, ଅର୍ଥାତ୍‌ ନାଚୁରାଲି ଅକରିଂ ରେଡିଓ ଆକ୍ଟିଭ ମେଟେରିଆଲ୍‌ସ) ଭାବରେ ନାମିତ। ଏତଦବ୍ୟତୀତ ବିଭିନ୍ନ ଶିଳ୍ପ ଓ କାରଖାନାର ବର୍ଜ୍ୟବସ୍ତୁ ତେଜସ୍କ୍ରିୟ ହୋଇଥାଆନ୍ତି। ତୈଳ ଓ କାରଖାନା ବର୍ଜ୍ୟବସ୍ତୁ ତେଜସ୍କ୍ରିୟ ହୋଇଥାଆନ୍ତି। ତୈଳ ଓ ଗ୍ୟାସ୍‌ ଉତ୍ତୋଳନ, ଖଣି ଖନନ ସମୟରେ ଭୂତଳରେ ଥିବା ତେଜସ୍କ୍ରିୟ ବସ୍ତୁ ବାହାରକୁ ଚାଲିଆସନ୍ତି। ଶକ୍ତି ଉତ୍ପାଦକ କାରଖାନାରୁ ନିର୍ଗତ ପାଉଁଶ ମଧ୍ୟ ତେଜସ୍କ୍ରିୟ ହେବା ସମ୍ଭବ। ଏଇ ଧରଣର ତେଜସ୍କ୍ରିୟତା ‘ଉଦ୍ୟୋଗ ଦ୍ୱାରା ପରିବର୍ଦ୍ଧିତ ତେଜସ୍କ୍ରିୟ ସାମଗ୍ରୀ’କୁ (ଟେନୋର୍ମ ବା ଟେକ୍ନୋଲୋଜିକାଲି ଏନଲେନ୍‌ସ୍‌ଡ ନାଚୁରାଲି ଅକରିଂ ରେଡିଓ ଏକ୍ଟିଭ ମାଟିରିଆଲ୍‌ସ) ବୋଲି ଆଖ୍ୟା ଦିଆଯାଇଛି।
ବିଭିନ୍ନ ଉପାୟରେ ଉପଲବ୍ଧ ରାଡାନ ଗ୍ୟାସ୍‌ ଆମ ଶରୀରରେ ପ୍ରବେଶ କରିଥାଏ। ଚିକିତ୍ସାଶାସ୍ତ୍ରୀଙ୍କ ମତରେ ଏହି ଗ୍ୟାସ୍‌ ଆଘ୍ରାଣ କଲେ ଆମ ଫୁସଫୁସ୍‌ର ଅନ୍ତରାଚ୍ଛଦନରେ ଥିବା କୋଷ କ୍ଷତିଗ୍ରସ୍ତ ହୁଏ ଏବଂ ଏହା ପରିଶେଷରେ ଫୁସଫୁସ୍‌ କର୍କଟ (ଲଙ୍ଗ୍‌ସ କ୍ୟାନ୍‌ସର)ା କାରଣ ହୋଇପାରେ। କହିବା ବାହୁଲ୍ୟ ଯେ, ତେଜସ୍କ୍ରିୟ ଗ୍ୟାସ୍‌ ଆମ ବାୟୁ ମଣ୍ଡଳରେ ଆଇଓନାଇଜେସନ (ଆୟନନ) ଘଟାଇଥାଏ। ଯେତେବେଳେ କୌଣସି ଅଣୁ ବା ପରମାଣୁରେ ଆୟନନ ଘଟେ ତାହାର ଋଣାତ୍ମକ ଓ ଧନାତ୍ମକ ଚାର୍ଜ ଆଉ ପୂର୍ବ ପରି ସମାନ ରହେ ନାହିଁ। ଚାର୍ଜରେ ଏହି ଅସମାନତା କାରଣରୁ ଏହା ଗୋଟିଏ ଆୟନ ହୋଇଯାଏ। ଏହା ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ଆୟନ ହୋଇଥାଏ।
ଉପରୋକ୍ତ କାରଣମାନଙ୍କୁ ଆଖି ଆଗରେ ରଖି ବିଚାର କଲେ ସ୍ପଷ୍ଟ ହୁଏ ଯେ, ଭୂପୃଷ୍ଠର ନିକଟରେ ଆୟନନର ପ୍ରଭାବ ଅଧିକ ହେବ। ଭୂପୃଷ୍ଠରୁ ଯେତେ ଉପରକୁ ଗଲେ ଉକ୍ତ କାରଣମାନ କ୍ରମଶଃ ଶୂନ୍ୟରେ ପହଞ୍ଚତ୍ବ।
ଏମିତି ଧାରଣା ନେଇ କେତେକ ଗବେଷକ ବିଭିନ୍ନ ବୈଜ୍ଞାନିକ ଉପକରଣ ଉପଯୋଗ କରି ଆୟନନର ପରିମାଣ ଭିନ୍ନ ଜାଗାରେ ମାପିଲେ। ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା, ବାୟୁମଣ୍ଡଳର ଯେତେ ଉପରକୁ ଯିବେ, ଆୟନନ ସେତେ ହ୍ରାସ ପାଉଛି କି ନାହିଁ ତାହା ଆକଳନ କରିବା।
ଏହି ପରିପ୍ରେକ୍ଷୀରେ କ୍ୟାଥଲିକ୍‌ ସମ୍ପ୍ରଦାୟଭୁକ୍ତ ସନ୍ନ୍ୟାସୀ ଫାଦର ଥିଓଡର ଉଲଫ (୧୮୬୮-୧୯୪୬, ଜନ୍ମସ୍ଥାନ : ହାମ୍ମ, ଉତ୍ତର ରାଇନ, ଓ୍ବେଷ୍ଟ ଫାଲିଆ, ଜର୍ମାନୀ)ଙ୍କ କାର୍ଯ୍ୟକଳାପ ଅନୁଧ୍ୟାନଯୋଗ୍ୟ। ସେ ମାତ୍ର କୋଡିଏ ବର୍ଷ ବୟସରେ ଧର୍ମଯାଜକ ହୋଇପାରିଥିଲେ। କିନ୍ତୁ ସ୍ବଭାବତଃ ପଦାର୍ଥ ବିଜ୍ଞାନ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ସେ ଗୋଟିଂଗେନ୍‌ ବିଶ୍ୱବିଦ୍ୟାଳୟରେ ନିଜ ପସନ୍ଦର ବିଷୟ ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ଅଧ୍ୟୟନ କଲେ। ସେହି ସମୟରେ (ପରବର୍ତ୍ତୀ କାଳରେ ୧୯୨୦ରେ ରସାୟନ ବିଜ୍ଞାନରେ ନୋବେଲ ବିଜେତା) ଓ୍ବାଲଥେର ନେରେଷ୍ଟ ତାଙ୍କର ସହପାଠୀ ଥିଲେ। ପାଠପଢ଼ା ସାରି ଗୋଟିଏ ଖ୍ରୀଷ୍ଟୀୟ ବିଶ୍ୱବିଦ୍ୟାଳୟରେ ୧୯୦୪ରୁ ୧୯୧୪ ପର୍ଯ୍ୟନ୍ତ ସେ ଅଧ୍ୟାପକ ଭାବେ ନିଯୁକ୍ତ ହୋଇଥିଲେ। ୧୯୧୪ରୁ ୧୯୧୮ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱଯୁଦ୍ଧ ଘଟିବାରୁ ସେ ଅଧ୍ୟାପନାରୁ ବିରତ ନେଇ ପରେ ପରେ ୧୯୧୮ରୁ ୧୯୩୫ ପର୍ଯ୍ୟନ୍ତ ପୂର୍ବ କର୍ମ କ୍ଷେତ୍ରରେ ଯୋଗ ଦେଇଥିଲେ।
ଅଧ୍ୟାପନା କାଳରେ ବାୟୁମଣ୍ଡଳର ବିକିରଣ ସମ୍ବନ୍ଧରେ ଗବେଷଣା କରିବାରେ ମନ ଦେଲେ। ତାଙ୍କର ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ବାୟୁରେ ଥିବା ଅସମତୁଲ ଚାର୍ଜଯୁକ୍ତ କଣିକା ଅର୍ଥାତ୍‌ ଆୟନନର ପରିମାଣ ନିର୍ଦ୍ଧାରଣ କରିବା, ଏଥିରେ ସଫଳ ହେବା ସକାଶେ ସେ ନିଜ ଉଦ୍ୟମରେ ଗୋଟିଏ ଉନ୍ନତମାନର ସମ୍ବେଦନଶୀଳ ଇଲେକ୍ଟ୍ରୋମିଟର ନିର୍ମାଣ କଲେ। ଏହି ଉପକରଣ ବ୍ୟବହାର କରି ଭୂପୃଷ୍ଠର ବିଭିନ୍ନ ସ୍ଥାନରେ ଆୟନର ସଂଖ୍ୟା ନିରୂପଣ କଲେ। ତାଙ୍କ ନିର୍ବାଚିତ ସ୍ଥାନମାନଙ୍କ ମଧ୍ୟରେ ପର୍ବତ ଆରୋହଣକାରୀଙ୍କ ପସନ୍ଦଯୋଗ୍ୟ ସୁଇଜରଲାଣ୍ଡର ବହୁ ଉଚ୍ଚରେ ଅବସ୍ଥିତ ଜେରମାଟ ଅନ୍ତର୍ଭୁକ୍ତ ଥିଲା। ଜାଗା ଅଲଗା ହେଲେ ଆୟନନର ପରିମାଣ କେମିତି ପରିବର୍ତ୍ତିତ ହୁଏ, ତାହା ଜାଣିବା ପାଇଁ ସେ ଉତ୍ସୁକ ଥିଲେ। ସେ ଫ୍ରାନ୍ସର ରାଜଧାନୀରେ ଅବସ୍ଥିତ ଆଇଫଲ ଟାଓ୍ବାରରେ ମଧ୍ୟ ପରୀକ୍ଷା କଲେ। ଲୌହ ନିର୍ମିତ ଏହି ଟାଓ୍ବାରର ଉଚ୍ଚତା ଥିଲା ୩୨୪ ମିଟର। ଇଲେକ୍ଟ୍ରୋମିଟର ଦ୍ୱାରା ଆୟନନର ପରିଚୟନ ଟାଓ୍ବାରର ନିମ୍ନ ଭାଗ ଓ ସର୍ବୋଚ୍ଚ ସ୍ଥଳରେ କଲେ।
ଉଲଫ ପ୍ରଥମେ ଅନୁମାନ କରିଥିଲେ ଯେ, ବାୟୁମଣ୍ଡଳର ଆୟନନ ଉଚ୍ଚକୁ ଗଲେ ହ୍ରାସ ପାଇବ। ସେ ଲଗାତର ଚାରି ଦିନ ଧରି ଏଗାରଟାରୁ ସନ୍ଧ୍ୟା ପାଞ୍ଚଟା ଯାଏ ପରିଚୟକ (ଡିଟେକ୍ଟର) ବିଶ୍ଳେଷଣ କଲେ। ଭୂପୃଷ୍ଠଠାରୁ ଉଚ୍ଚରେ ପହଞ୍ଚତ୍ଲେ ଅବଶ୍ୟ ଆୟନନ କମୁଥାଏ, କିନ୍ତୁ ଯେଉଁ ପରିମାଣରେ ହ୍ରାସ ପାଇବା କଥା, ତାହା ପୁଷ୍ଟ ହେଲା ନାହିଁ। ତାଙ୍କ ମନରେ ସନ୍ଦେହ ଜାତ ହେଲା ଯେ ସମ୍ଭବତଃ ପୃଥିବୀରେ ଥିବା ତେଜସ୍କ୍ରିୟ ବସ୍ତୁ ଆୟନନ ପାଇଁ ଏକମାତ୍ର କାରଣ ହୋଇ ନ ପାରେ। ସବୁ ପ୍ରକାର ସମ୍ଭାବନା ଦୂର କରିବା ଉଦ୍ଦେଶ୍ୟରେ ସେ ଆଇଫଲ ଟାଓ୍ବାରରେ ନିର୍ମାଣ ସାମଗ୍ରୀ ଭାବେ ବ୍ୟବହୃତ ଲୁହାଗୁଡ଼ିକୁ ପରୀକ୍ଷା କଲେ। କାରଣ କାଳେ ତାହା ତେଜସ୍କ୍ରିୟ ହୋଇ ହୁଏତ ତେଜସ୍କ୍ରିୟତାରୁ ଅତିରିକ୍ତ ଆୟନ ଜାତ କରୁଥିବ। (କ୍ରମଶଃ…)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବାଲୋଂ, ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ : ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri