ମହାଜାଗତିକ ରଶ୍ମିର ଆବିଷ୍କାର

ଆମେ ବାସ କରୁଥିବା ପୃଥିବୀର ବହିର୍ଭାଗ ସ୍ତର(କ୍ରଷ୍ଟ)ରେ ବିଭିନ୍ନ ବସ୍ତୁ ମଧ୍ୟରେ ୟୁରାନିୟମ, ରେଡିୟମ, ଥୋରିୟମ, ପୋଟାସିୟମ ପରି ତେଜସ୍କ୍ରିୟ ପଦାର୍ଥ ଭୂପୃଷ୍ଠର ଶିଳାମୟ ବାହାର ସ୍ତରରେ ବିଦ୍ୟମାନ। ଏମାନଙ୍କ ନାଭିକେନ୍ଦ୍ର (ନ୍ୟୁକ୍ଲିୟସ) ସ୍ଥିର ଭାବେ ରହି ନ ଥାନ୍ତି। ତେଜସ୍କ୍ରିୟତା ଦୃଷ୍ଟିରୁ ଏହି ତାଲିକାରେ ପୋଟାସିୟମ ସମସ୍ଥାନିକ (ଆଇସୋଟୋପ) ପୋଟାସିୟମ-୪୦କୁ ଅନ୍ତର୍ଭୁକ୍ତ କରାଯାଇପାରିବ। ପ୍ରସ୍ତର, ମୃତ୍ତିକା, ଭୂତଳ ଜଳରେ ଥିବା ୟୁରାନିୟମ ଓ ରେଡିୟମରେ ତେଜସ୍କ୍ରିୟ ସ୍ବାଭାବିକ ଭାବେ ଘଟେ। ଶୃଙ୍ଖଳୀୟ କ୍ଷୟ (ଡିକେ ଚେଇନ୍‌) ମଧ୍ୟରେ ୟୁରାନିୟମରୁ ତେଜସ୍କ୍ରିୟ ରାଡାନ୍‌ ଗ୍ୟାସ୍‌ ଜାତ ହୁଏ। ସେତେବେଳେ ଆଲଫା, ବିଟା, ଗାମା ବିକିରଣ ହୋଇଥାଆନ୍ତି।
ରେଡିୟମ ଅଣୁର ନାଭିକେନ୍ଦ୍ର ପତନ ଘଟିବା ପରେ ଯେତେବେଳେ ଗୋଟିଏ ଆଲଫା କଣିକା ସେଥିରୁ ନିର୍ଗତ ହୋଇଯାଏ, ସେତେବେଳେ ମୂଳ ରେଡିୟମ ନ୍ୟୁକ୍ଲିଅସଟି ରାଡାନରେ ପରିଣତ ହୁଏ। ମାଟିର ରାସାୟନିକ ସଂରଚନା, ଭୂତଳ ଜଳ, ଗ୍ରାନାଇଟ୍‌ ପରି ପଥରରେ ରାଡାନ ପ୍ରବେଶ କରେ। ଏପରିକି ବିଭିନ୍ନ ଗୃହ, କାର୍ଯ୍ୟାଳୟ ଇତ୍ୟାଦିରେ ନିର୍ମାଣ ସକାଶେ ବ୍ୟବହୃତ ସାମଗ୍ରୀ, କାନ୍ଥ ମଧ୍ୟରେ ଥିବା ଫାଟରେ ଏହା ରହିଥାଏ।
ଉପରୋକ୍ତ ବସ୍ତୁମାନ ପ୍ରାକୃତିକ ଭାବେ ଉପଲବ୍ଧ ତେଜସ୍କ୍ରିୟ ପଦାର୍ଥ (ନର୍ମ, ଅର୍ଥାତ୍‌ ନାଚୁରାଲି ଅକରିଂ ରେଡିଓ ଆକ୍ଟିଭ ମେଟେରିଆଲ୍‌ସ) ଭାବରେ ନାମିତ। ଏତଦବ୍ୟତୀତ ବିଭିନ୍ନ ଶିଳ୍ପ ଓ କାରଖାନାର ବର୍ଜ୍ୟବସ୍ତୁ ତେଜସ୍କ୍ରିୟ ହୋଇଥାଆନ୍ତି। ତୈଳ ଓ କାରଖାନା ବର୍ଜ୍ୟବସ୍ତୁ ତେଜସ୍କ୍ରିୟ ହୋଇଥାଆନ୍ତି। ତୈଳ ଓ ଗ୍ୟାସ୍‌ ଉତ୍ତୋଳନ, ଖଣି ଖନନ ସମୟରେ ଭୂତଳରେ ଥିବା ତେଜସ୍କ୍ରିୟ ବସ୍ତୁ ବାହାରକୁ ଚାଲିଆସନ୍ତି। ଶକ୍ତି ଉତ୍ପାଦକ କାରଖାନାରୁ ନିର୍ଗତ ପାଉଁଶ ମଧ୍ୟ ତେଜସ୍କ୍ରିୟ ହେବା ସମ୍ଭବ। ଏଇ ଧରଣର ତେଜସ୍କ୍ରିୟତା ‘ଉଦ୍ୟୋଗ ଦ୍ୱାରା ପରିବର୍ଦ୍ଧିତ ତେଜସ୍କ୍ରିୟ ସାମଗ୍ରୀ’କୁ (ଟେନୋର୍ମ ବା ଟେକ୍ନୋଲୋଜିକାଲି ଏନଲେନ୍‌ସ୍‌ଡ ନାଚୁରାଲି ଅକରିଂ ରେଡିଓ ଏକ୍ଟିଭ ମାଟିରିଆଲ୍‌ସ) ବୋଲି ଆଖ୍ୟା ଦିଆଯାଇଛି।
ବିଭିନ୍ନ ଉପାୟରେ ଉପଲବ୍ଧ ରାଡାନ ଗ୍ୟାସ୍‌ ଆମ ଶରୀରରେ ପ୍ରବେଶ କରିଥାଏ। ଚିକିତ୍ସାଶାସ୍ତ୍ରୀଙ୍କ ମତରେ ଏହି ଗ୍ୟାସ୍‌ ଆଘ୍ରାଣ କଲେ ଆମ ଫୁସଫୁସ୍‌ର ଅନ୍ତରାଚ୍ଛଦନରେ ଥିବା କୋଷ କ୍ଷତିଗ୍ରସ୍ତ ହୁଏ ଏବଂ ଏହା ପରିଶେଷରେ ଫୁସଫୁସ୍‌ କର୍କଟ (ଲଙ୍ଗ୍‌ସ କ୍ୟାନ୍‌ସର)ା କାରଣ ହୋଇପାରେ। କହିବା ବାହୁଲ୍ୟ ଯେ, ତେଜସ୍କ୍ରିୟ ଗ୍ୟାସ୍‌ ଆମ ବାୟୁ ମଣ୍ଡଳରେ ଆଇଓନାଇଜେସନ (ଆୟନନ) ଘଟାଇଥାଏ। ଯେତେବେଳେ କୌଣସି ଅଣୁ ବା ପରମାଣୁରେ ଆୟନନ ଘଟେ ତାହାର ଋଣାତ୍ମକ ଓ ଧନାତ୍ମକ ଚାର୍ଜ ଆଉ ପୂର୍ବ ପରି ସମାନ ରହେ ନାହିଁ। ଚାର୍ଜରେ ଏହି ଅସମାନତା କାରଣରୁ ଏହା ଗୋଟିଏ ଆୟନ ହୋଇଯାଏ। ଏହା ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ଆୟନ ହୋଇଥାଏ।
ଉପରୋକ୍ତ କାରଣମାନଙ୍କୁ ଆଖି ଆଗରେ ରଖି ବିଚାର କଲେ ସ୍ପଷ୍ଟ ହୁଏ ଯେ, ଭୂପୃଷ୍ଠର ନିକଟରେ ଆୟନନର ପ୍ରଭାବ ଅଧିକ ହେବ। ଭୂପୃଷ୍ଠରୁ ଯେତେ ଉପରକୁ ଗଲେ ଉକ୍ତ କାରଣମାନ କ୍ରମଶଃ ଶୂନ୍ୟରେ ପହଞ୍ଚତ୍ବ।
ଏମିତି ଧାରଣା ନେଇ କେତେକ ଗବେଷକ ବିଭିନ୍ନ ବୈଜ୍ଞାନିକ ଉପକରଣ ଉପଯୋଗ କରି ଆୟନନର ପରିମାଣ ଭିନ୍ନ ଜାଗାରେ ମାପିଲେ। ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା, ବାୟୁମଣ୍ଡଳର ଯେତେ ଉପରକୁ ଯିବେ, ଆୟନନ ସେତେ ହ୍ରାସ ପାଉଛି କି ନାହିଁ ତାହା ଆକଳନ କରିବା।
ଏହି ପରିପ୍ରେକ୍ଷୀରେ କ୍ୟାଥଲିକ୍‌ ସମ୍ପ୍ରଦାୟଭୁକ୍ତ ସନ୍ନ୍ୟାସୀ ଫାଦର ଥିଓଡର ଉଲଫ (୧୮୬୮-୧୯୪୬, ଜନ୍ମସ୍ଥାନ : ହାମ୍ମ, ଉତ୍ତର ରାଇନ, ଓ୍ବେଷ୍ଟ ଫାଲିଆ, ଜର୍ମାନୀ)ଙ୍କ କାର୍ଯ୍ୟକଳାପ ଅନୁଧ୍ୟାନଯୋଗ୍ୟ। ସେ ମାତ୍ର କୋଡିଏ ବର୍ଷ ବୟସରେ ଧର୍ମଯାଜକ ହୋଇପାରିଥିଲେ। କିନ୍ତୁ ସ୍ବଭାବତଃ ପଦାର୍ଥ ବିଜ୍ଞାନ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ସେ ଗୋଟିଂଗେନ୍‌ ବିଶ୍ୱବିଦ୍ୟାଳୟରେ ନିଜ ପସନ୍ଦର ବିଷୟ ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ଅଧ୍ୟୟନ କଲେ। ସେହି ସମୟରେ (ପରବର୍ତ୍ତୀ କାଳରେ ୧୯୨୦ରେ ରସାୟନ ବିଜ୍ଞାନରେ ନୋବେଲ ବିଜେତା) ଓ୍ବାଲଥେର ନେରେଷ୍ଟ ତାଙ୍କର ସହପାଠୀ ଥିଲେ। ପାଠପଢ଼ା ସାରି ଗୋଟିଏ ଖ୍ରୀଷ୍ଟୀୟ ବିଶ୍ୱବିଦ୍ୟାଳୟରେ ୧୯୦୪ରୁ ୧୯୧୪ ପର୍ଯ୍ୟନ୍ତ ସେ ଅଧ୍ୟାପକ ଭାବେ ନିଯୁକ୍ତ ହୋଇଥିଲେ। ୧୯୧୪ରୁ ୧୯୧୮ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱଯୁଦ୍ଧ ଘଟିବାରୁ ସେ ଅଧ୍ୟାପନାରୁ ବିରତ ନେଇ ପରେ ପରେ ୧୯୧୮ରୁ ୧୯୩୫ ପର୍ଯ୍ୟନ୍ତ ପୂର୍ବ କର୍ମ କ୍ଷେତ୍ରରେ ଯୋଗ ଦେଇଥିଲେ।
ଅଧ୍ୟାପନା କାଳରେ ବାୟୁମଣ୍ଡଳର ବିକିରଣ ସମ୍ବନ୍ଧରେ ଗବେଷଣା କରିବାରେ ମନ ଦେଲେ। ତାଙ୍କର ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ବାୟୁରେ ଥିବା ଅସମତୁଲ ଚାର୍ଜଯୁକ୍ତ କଣିକା ଅର୍ଥାତ୍‌ ଆୟନନର ପରିମାଣ ନିର୍ଦ୍ଧାରଣ କରିବା, ଏଥିରେ ସଫଳ ହେବା ସକାଶେ ସେ ନିଜ ଉଦ୍ୟମରେ ଗୋଟିଏ ଉନ୍ନତମାନର ସମ୍ବେଦନଶୀଳ ଇଲେକ୍ଟ୍ରୋମିଟର ନିର୍ମାଣ କଲେ। ଏହି ଉପକରଣ ବ୍ୟବହାର କରି ଭୂପୃଷ୍ଠର ବିଭିନ୍ନ ସ୍ଥାନରେ ଆୟନର ସଂଖ୍ୟା ନିରୂପଣ କଲେ। ତାଙ୍କ ନିର୍ବାଚିତ ସ୍ଥାନମାନଙ୍କ ମଧ୍ୟରେ ପର୍ବତ ଆରୋହଣକାରୀଙ୍କ ପସନ୍ଦଯୋଗ୍ୟ ସୁଇଜରଲାଣ୍ଡର ବହୁ ଉଚ୍ଚରେ ଅବସ୍ଥିତ ଜେରମାଟ ଅନ୍ତର୍ଭୁକ୍ତ ଥିଲା। ଜାଗା ଅଲଗା ହେଲେ ଆୟନନର ପରିମାଣ କେମିତି ପରିବର୍ତ୍ତିତ ହୁଏ, ତାହା ଜାଣିବା ପାଇଁ ସେ ଉତ୍ସୁକ ଥିଲେ। ସେ ଫ୍ରାନ୍ସର ରାଜଧାନୀରେ ଅବସ୍ଥିତ ଆଇଫଲ ଟାଓ୍ବାରରେ ମଧ୍ୟ ପରୀକ୍ଷା କଲେ। ଲୌହ ନିର୍ମିତ ଏହି ଟାଓ୍ବାରର ଉଚ୍ଚତା ଥିଲା ୩୨୪ ମିଟର। ଇଲେକ୍ଟ୍ରୋମିଟର ଦ୍ୱାରା ଆୟନନର ପରିଚୟନ ଟାଓ୍ବାରର ନିମ୍ନ ଭାଗ ଓ ସର୍ବୋଚ୍ଚ ସ୍ଥଳରେ କଲେ।
ଉଲଫ ପ୍ରଥମେ ଅନୁମାନ କରିଥିଲେ ଯେ, ବାୟୁମଣ୍ଡଳର ଆୟନନ ଉଚ୍ଚକୁ ଗଲେ ହ୍ରାସ ପାଇବ। ସେ ଲଗାତର ଚାରି ଦିନ ଧରି ଏଗାରଟାରୁ ସନ୍ଧ୍ୟା ପାଞ୍ଚଟା ଯାଏ ପରିଚୟକ (ଡିଟେକ୍ଟର) ବିଶ୍ଳେଷଣ କଲେ। ଭୂପୃଷ୍ଠଠାରୁ ଉଚ୍ଚରେ ପହଞ୍ଚତ୍ଲେ ଅବଶ୍ୟ ଆୟନନ କମୁଥାଏ, କିନ୍ତୁ ଯେଉଁ ପରିମାଣରେ ହ୍ରାସ ପାଇବା କଥା, ତାହା ପୁଷ୍ଟ ହେଲା ନାହିଁ। ତାଙ୍କ ମନରେ ସନ୍ଦେହ ଜାତ ହେଲା ଯେ ସମ୍ଭବତଃ ପୃଥିବୀରେ ଥିବା ତେଜସ୍କ୍ରିୟ ବସ୍ତୁ ଆୟନନ ପାଇଁ ଏକମାତ୍ର କାରଣ ହୋଇ ନ ପାରେ। ସବୁ ପ୍ରକାର ସମ୍ଭାବନା ଦୂର କରିବା ଉଦ୍ଦେଶ୍ୟରେ ସେ ଆଇଫଲ ଟାଓ୍ବାରରେ ନିର୍ମାଣ ସାମଗ୍ରୀ ଭାବେ ବ୍ୟବହୃତ ଲୁହାଗୁଡ଼ିକୁ ପରୀକ୍ଷା କଲେ। କାରଣ କାଳେ ତାହା ତେଜସ୍କ୍ରିୟ ହୋଇ ହୁଏତ ତେଜସ୍କ୍ରିୟତାରୁ ଅତିରିକ୍ତ ଆୟନ ଜାତ କରୁଥିବ। (କ୍ରମଶଃ…)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବାଲୋଂ, ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ : ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?