
ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍ ପେଟ୍ରୋଲିୟମ ଆଣ୍ଡ ନାଚୁରାଲ ଗ୍ୟାସ୍ ବା ଏମ୍ଓପିଏନଜି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୫’ର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ତୈଳ ମନ୍ତ୍ରଣାଳୟ ତତ୍ତ୍ୱାବଧାନ ଏବଂ ତୈଳ ଉଦ୍ୟୋଗ ଦ୍ୱାରା ଆୟୋଜିତ ଏକ ଇନ୍ଧନ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆଇଓସିଏଲର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଜିଏମ୍ ଲ୍ୟୁବସ ଏସ୍ ଲକ୍ଷ୍ମଣ ପେରୁମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ସଂଯୋଜକ ଓଡ଼ିଶା ତୈଳ ଶିଳ୍ପ ଏବଂ ଆଇଓସିଏଲର ରାଜ୍ୟ ମୁଖ୍ୟ ତଥା ସିଜିଏମ କମଲ ଶୀଲ, ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର (ଓଡ଼ିଶୀ ମ୍ୟୁଜିକ/ସଙ୍ଗୀତ) ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମୁଖ୍ୟ ଡ. ସଙ୍ଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ବର୍ତ୍ତମାନ ସମୟରେ ମାନବ ଜାତି ବଞ୍ଚିବା ପ୍ରକୃତି ଏବଂ ସୁସ୍ଥ ପରିବେଶ ଉପରେ ନିର୍ଭର କରିଥାଏ। ଏପରିକି ବିଶ୍ୱ ତାପମାତ୍ରା ପ୍ରଭାବକୁ ହ୍ରାସ କରିବା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର ପ୍ରଥମେ ହ୍ରାସ କରାଯିବା ଉଚିତ ଏବଂ ପର୍ଯ୍ୟାୟକ୍ରମେ ଏହାକୁ ବନ୍ଦ କରାଯିବା ଦରକାର। ଏହି ଦୃଷ୍ଟିକୋଣରୁ ମାନବ ଜାତି ବିକଳ୍ପ ଶକ୍ତିର ଉପଯୋଗ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ଉଲ୍ଲେଖଯୋଗ୍ୟ, ସକ୍ଷମ-୨୦୨୫ ହେଉଛି, ପେଟ୍ରୋଲିୟମଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ (ଏମଓପିଏନଜି)ର ତତ୍ତ୍ୱାବଧାନରେ ତୈଳ ଉଦ୍ୟୋଗ ଦ୍ୱାରା ପରିଚାଳିତ ଏକ ଇନ୍ଧନ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ। ୨୦୨୫ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ‘ସକ୍ଷମ-୨୦୨୫ ପାଇଁ ଟ୍ୟାଗ ଲାଇନ୍ ହେଉଛି, ସବୁଜ ଏବଂ ସ୍ବଚ୍ଛ ଶକ୍ତି ମାଧ୍ୟମରେ ସ୍ବଚ୍ଛ ପରିବେଶ’। ପରିଶେଷର ଗେଲ୍ର ଡିଜିଏମ୍ (ସମନ୍ବୟ) ନିଗମାନନ୍ଦ ମିଶ୍ରା ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।