ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ‘ମେଡ୍‌ ଇନ୍‌ ଇଣ୍ଡିଆ’ ଚିପ୍‌ ପ୍ରସ୍ତୁତ ହେବ ବୋଲି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଗୁଜରାଟର ଧୋଲେରାସ୍ଥିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଫାବ ପ୍ଲାଣ୍ଟ ଅଧୀନରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ତାଇୱାନର ପାୱାରଚିପ ସେମିକଣ୍ଡକ୍ଟର ଉତ୍ପାଦନ ନିଗମ (ପିଏସ୍‌ଏମ୍‌ସି)ର ସହଯୋଗରେ ବିକଶିତ ହେଉଛି। କେନ୍ଦ୍ର ବଜେଟ ୨୦୨୫ ଉପରେ ଆଲୋଚନା ବେଳେ ଆଇଟି ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ଚିପ ନିର୍ଦ୍ଧାରିତ ସମୟର ଏକ ବର୍ଷ ପୂର୍ବରୁ ଉପଲବ୍ଧ ହେବ। ୨୦୨୪ ମାର୍ଚ୍ଚରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ଏବଂ ୨୦୨୬ ଶେଷ ସୁଦ୍ଧା ଉପତ୍ାଦନ ଆରମ୍ଭ ହେବ ବୋଲି ଆକଳନ କରାଯାଉଥିଲା। ମାତ୍ର ବର୍ତ୍ତମାନ ଦ୍ରୁତ ଗତିରେ କାମ ଚାଲିଥିବାବେଳେ ଏହି ଚିପ ୨୦୨୫ରେ ହିଁ ବଜାରକୁ ଆସିବ ବୋଲି ଆଶା କରାଯାଉଛି । ଟାଟା ଗ୍ରୁପ ଏହି ପ୍ରକଳ୍ପରେ ୯୧,୦୦୦ କୋଟି ଟଙ୍କା ବିନିଯୋଗ କରିଛି ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଧୋଲେରାରେ ୧୬୦ ଏକର ଜମି ଅଧିଗ୍ରହଣ କରିଛି। ଏହି ପ୍ରକଳ୍ପକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୭୦% ସବସିଡି ଦିଆଯାଉଛି, ଯାହା ଏହାକୁ ଭାରତର ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍‌ କରିବାକୁ ଯୋଜନା କରାଯାଇଛି। ଏହା ସହିତ ଏହି ପ୍ରକଳ୍ପ ପ୍ରାୟ ୨୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସେମିକଣ୍ଡକ୍ଟର ଟେକ୍ନୋଲୋଜିରେ ନବସୃଜନ ବୃଦ୍ଧି ପାଇଁ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସସି)କୁ ସରକାର ୩୩୪ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଟେଲିକମ ଏବଂ ଶକ୍ତି କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଲିୟମ ନାଇଟ୍ରାଇଡ (ଜିଏଏନ୍‌) ଆଧାରିତ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଉପରେ ଗବେଷଣା ପାଇଁ ଏହି ପାଣ୍ଠି ଦିଆଯାଉଛି। ଆଇଆଇଏସସି ଦେଶର ପ୍ରଥମ ଇ-ମୋଡ ଜିଏଏନ୍‌ ପାୱାର ଟ୍ରାନ୍‌ଜିଷ୍ଟରକୁ ବିକଶିତ କରିଛି, ଯାହା ବିଶ୍ୱବ୍ୟାପୀ ସର୍ବୋତ୍ତମ ଟେକ୍ନୋଲୋଜି ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ। ନିକଟରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ୧୩,୧୬୨ କୋଟି ଟଙ୍କା ବିନିଯୋଗ ହୋଇଛି ଏବଂ ଆଗକୁ ଆହୁରି ଅଧିକ ପୁଞ୍ଜି ବିନିଯୋଗ ଆଶା କରାଯାଉଛି। ସରକାର ବର୍ତ୍ତମାନ ୨୩୪ ବିଶ୍ୱବିଦ୍ୟାଳୟକୁ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଡିଜାଇନ ଉପକରଣ ଯୋଗାଉଛନ୍ତି। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ୧.୦ କୁ ସଂପୂର୍ଣ୍ଣ କରିବା ପାଇଁ ଆଇଟି ମନ୍ତ୍ରଣାଳୟ ଶିଳ୍ପ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି। ମୋହାଲସ୍ଥିତ ସେମିକଣ୍ଡକ୍ଟର ଲାବର ଆଧୁନିକୀକରଣ ପରେ ସରକାର ଆଇଏସଏମ୍‌ ୨.୦ ପାଇଁ ଯୋଜନା ଚୂଡାନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?