ଉତ୍ତରଦାୟିତ୍ୱକୁ ଅସ୍ବୀକାର

ଅରବିନ୍ଦ ସୁବ୍ରମଣ୍ୟନ

 

ବିଶ୍ୱ ଅର୍ଥନୈତିକ ମଞ୍ଚ (ଓ୍ବାଲର୍‌ଡ ଇକୋନୋମିକ ଫୋରମ)ର ବାର୍ଷିକ ସମ୍ମିଳନୀ ମୁଖ୍ୟତଃ ଡାଭୋସରେ ହୋଇ ଆସୁଛି। ଏଠାରେ ପ୍ରତିଷ୍ଠିତ ଶିକ୍ଷାବିତ ଏବଂ ଖ୍ୟାତନାମା ବ୍ୟକ୍ତିତ୍ୱ ଏକାଠି ହୋଇ ବିଶ୍ୱର ସ୍ଥିତି ସମ୍ପର୍କରେ ମତ ଦେଇଥାନ୍ତି। କିନ୍ତୁ ଏବେ ସେଭଳି ଆଲୋଚନାର ପ୍ରମୁଖ ସ୍ଥଳ ହୋଇଛି ମିଡିଆ । ସୋସିଆଲ ମିଡିିଆ ପ୍ରାୟୋଜିତ ନ୍ୟୁଜ୍‌ ନେଟ୍‌ଓ୍ବର୍କ ବସ୍ତୁତଃ ଆମକୁ ବିଶେଷଜ୍ଞଙ୍କ ମତ ଓ ମନ୍ତବ୍ୟରେ ବୁଡ଼ାଇ ଦେଉଛି। ଅତ୍ୟଧିକ ଅନୁପଯୋଗୀ ମତର ବନ୍ୟା ସୃଷ୍ଟି କରିବା ଦ୍ୱାରା ଉତ୍ତମ ସାର୍ବଜନୀନ ଆଲୋଚନାର ଜୀବନଶକ୍ତି କୁହାଯାଉଥିବା ବିଚାରଶୀଳ ବିଶ୍ଳେଷଣ ଏବଂ ଗୁରୁତ୍ୱପୂର୍ଣ୍ଣ ବିତର୍କ ଲାଗି କମ୍‌ ସୁଯୋଗ ରହୁଛି। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା କୋଭିଡ୍‌-୧୯ ମହାମାରୀରେ ।
ମହାମାରୀର ପୂରା ସମୟରେ ବିିଶେଷଜ୍ଞଙ୍କ ସର୍ବସମ୍ମତିରେ କିଭଳି ପରିବର୍ତ୍ତନ ହୋଇଥିଲା ତାହା ବିଚାର କରାଯାଉ। ଚାଇନା କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ଆପଣାଇଥିବା ରଣନୀତି ଅନ୍ୟ ଉଦାରବାଦୀ ଗଣତାନ୍ତ୍ରିକ ଦେଶଗୁଡ଼ିକ ଠାରୁ ଖୁବ୍‌ ଭଲ କାମ କରିଥିଲା। ତାହାର ଏକଚ୍ଛତ୍ରବାଦୀର ବିଫଳତା ପ୍ରକାଶ ପାଇବା ପୂର୍ବରୁ ଏହା କରିପାରିିଥିଲା। କିନ୍ତୁ ସେଠାରେ ନୀତିନିର୍ଦ୍ଧାରକମାନେ ସେମାନଙ୍କ ରଣନୀତିଠାରୁ ସମ୍ପୂର୍ଣ୍ଣ ଦୂରେଇଯିବା ଫଳରେ କିଛିମାସ ହେଲା ସଂକ୍ରମଣ ପ୍ରକାଶ ପାଇଛି, ଯେଉଁଥି ପାଇଁ ଆମେରିକାଠାରୁ ଚାଇନାରେ କିଛି ଅଧିକ କୋଭିଡ୍‌ଜନିତ ମୃତ୍ୟୁ ହେବାର ସମ୍ଭାବନା ରହିଛି। କୋଭିଡ ନିୟନ୍ତ୍ରଣରେ ସାମାଜିକ ବିଶ୍ୱାସ ସ୍ତର ଅଧିକ ଥିବା ଦେଶଗୁଡ଼ିକଠାରୁ ଆମେରିକା ଭଳି ଧ୍ରୁବୀକୃତ ସମାଜ ପୂରା ଖରାପ। ପରେ ସୁଇଡେନ ତା’ ଅର୍ଥନୀତିକୁ ବଞ୍ଚାଇବା ଲାଗି ଆମେରିକା ଭଳି କଟକଣା କୋହଳ କରିବା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା। ପ୍ରଥମରୁ କୋଭିଡ୍‌ ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ଅପେକ୍ଷାକୃତ ଭଲ କରିଥିଲା। କିନ୍ତୁ ସରକାରଙ୍କ କୁପରିଚାଳନା ଯୋଗୁ ଡେଲ୍‌ଟା ଭାରିଆଣ୍ଟ ସଂକ୍ରମଣରେ ଅତ୍ୟଧିକ ମୃତ୍ୟୁ ହେଲା। ପରେ ସଫଳ ଟିକାକରଣ ଯୋଗୁ ଗମ୍ଭୀରତା ସାମାନ୍ୟ କମିଲା
ଆମେରିକାର ମୁଦ୍ରାସ୍ଫୀତି ବିତର୍କକୁ ଆସିବା। ସେଠାରେ ମୁଦ୍ରାସ୍ଫୀତି ସ୍ଥିତିରେ କିଭଳି ସୁଧାର ଆସିବ ସେ ସମ୍ପର୍କିତ ମତକୁ ନେଇ ଦୁଇ ଗୋଷ୍ଠୀ ଦେଖାଗଲେ। କମ୍‌ ସୁଧ ହାରରେ ମୁଦ୍ରାସ୍ଫୀତି ହ୍ରାସ ପାଇବ ଓ ଶୀଘ୍ର ଦର କମିବ ବୋଲି କେତେକ ଆର୍ଥିକ ନୀତିନିର୍ଦ୍ଧାରକ ଯୁକ୍ତି ବାଢ଼ିଲେ। ତାହା ହେଲା କି? କିନ୍ତୁ ପରେ ଲଗାତର ଉଚ୍ଚ ସୁଧ ହାର ଦ୍ୱାରା ମୁଦ୍ରାସ୍ଫୀତିକୁ ରୋକିହେବ ବୋଲି ଦାବି କରୁଥିବା ଆର୍ଥିକ ନୀତିନିର୍ଦ୍ଧାରକମାନଙ୍କ କଥା ସତ ପ୍ର୍ରମାଣିତ ହେଲା।
ଏମାନେ ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ଅର୍ଥନୀତିରେ ବଡ଼ ମାନ୍ଦାବସ୍ଥା ସୁଧାରିବା ଲାଗି ଫେଡେରାଲ ରିଜର୍ଭ ନିକଟରେ ଦାବି କରିଥିଲେ। ଏବେ ଆମେରିକାର ଲେବର ମାର୍କେଟ ଉପରେ ଫେଡେରାଲ ରିଜର୍ଭ ଅଧିକ ବୋଝ ନ ଲଦି ମୁଦ୍ରାସ୍ଫୀତି କମାଇଛି। ଫଳରେ ଏବେ ମାନ୍ଦା ଅର୍ଥନୀତି ପୁଣି ଉପରକୁ ଉଠିବାରେ ଲାଗିଛି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ମୁଦ୍ରାସ୍ଫୀତି ବଢିଛି। ଆମେରିକା ଓ ଚାଇନା ମଧ୍ୟରେ ଶତ୍ରୁତା ବଢିବାରୁ ‘ପଲିକ୍ରାଇସିସ୍‌’ ଦେଖାଯାଇଛି। ଏବକାର ବିପର୍ଯ୍ୟୟଗୁଡ଼ିକର ସାମଗ୍ରିକ ପ୍ରଭାବକୁ ବର୍ଣ୍ଣନା କରିବା ଲାଗି ଫାଇନାନ୍ସିଆଲ ଟାଇମ୍ସ ଚଳିତ ବର୍ଷ ଏହି ଶବ୍ଦ ସାମ୍‌ନାକୁ ଆଣିଛି । କିନ୍ତୁ ତାହା ନ ଘଟି ଏବେ ବିଶ୍ୱ ଅର୍ଥ ବ୍ୟବସ୍ଥା ଖରାପ ସ୍ଥିତିରୁ ମୁକୁଳିବା ଲକ୍ଷ୍ୟ କରାଯାଉଛି। ଏହା ବ୍ୟତୀତ ଆସନ୍ତା ବର୍ଷ ଅଭିବୃଦ୍ଧି ପୁନର୍ବାର ବୃଦ୍ଧିପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆଶା ରଖିଛି। ଅର୍ଥନୀତିଜ୍ଞମାନେ ଏବେ ‘ପଲି-ରିକଭରି’ ଅର୍ଥାତ୍‌ ସ୍ଥାୟୀ ଭାବେ ଅର୍ଥନୀତିରେ ଉନ୍ନତି ଆସିବା କଥା କହୁଛନ୍ତି। ୨୦୨୦ରେ ୟୁରୋପରେ ବସନ୍ତ ଓ ଗ୍ରୀଷ୍ମର ଉଦ୍‌ବେଗଜନକ ସ୍ଥିତି ଓ ଅତ୍ୟଧିକ କୋଭିଡ୍‌ ସଙ୍କଟ ଯୋଗୁ ଆର୍ଥିକ ବ୍ୟାପାରରେ ଏକ ବିପରୀତ ସ୍ଥିତି ଉପୁଜିବ ବୋଲି ଯାହା ଆକଳନ କରାଯାଇଥିଲା ତାହା ଘଟିଲା ନାହିଁ। ବରଂ ଅନେକେ ଯାହା ବିଶ୍ୱାସ କରୁଥିଲେ ତା’ଠାରୁ ଅଧିକ ସହନୀୟ ଭାବେ ବିଶ୍ୱ ଅର୍ଥ ବ୍ୟବସ୍ଥା ଉଭା ହେଲା। ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ପ୍ରତିହତ କରିବା କାରଣରୁ ୟୁରୋପରେ ଶୀତଋତୁରେ ଶକ୍ତି ସଙ୍କଟ ଏକ ସତର୍କଘଣ୍ଟି ବୋଲି ବହୁ ବିଶ୍ଳେଷକ ମତ ରଖିଥିଲେ। କିନ୍ତୁ ଗ୍ରୀଷ୍ମରୁ ଗ୍ୟାସ୍‌ ମୂଲ୍ୟ ଧୀରେ ଧୀରେ କମିଚାଲିଛି। କିଛି ମାସ ପୂର୍ବରୁ ଅନେକ ବିଶ୍ଳେଷକ ଆକଳନ କରିଥିଲେ, ଚାଇନାର ଅର୍ଥ ବ୍ୟବସ୍ଥା ଭୁଶୁୁଡ଼ି ପଡ଼ିବ। କିନ୍ତୁ କିଛି ଦିନ ପରେ ସେହିମାନଙ୍କ ମଧ୍ୟରୁ ଅନେକେ ଦାବି କରୁଛନ୍ତି ଯେ ଚାଇନା ଏବେ ତା’ ଅର୍ଥ ବ୍ୟବସ୍ଥାକୁ ଫେରୁଛି।
ବିଶେଷଜ୍ଞଙ୍କ ମଧ୍ୟରେ ସର୍ବସମ୍ମତିରେ ଅସ୍ଥିରତା ବା ଅବିଶ୍ୱସନୀୟତାର ମୂଳରେ ରହିଛି ମିିଡିଆ ଜଗତ। ସେମାନେ ଗଭୀରକୁ ନ ଯାଇ ଭାବନାମତ୍କ ଭାବେ ନିଶ୍ଚିତତାର ସହ ହଠାତ୍‌ କୌଣସି ସ୍ଥିତି ଉପରେ ସିଦ୍ଧାନ୍ତ ପ୍ରକାଶ କରୁଛନ୍ତି । ଯେତେବେଳେ ବାସ୍ତବତା ଏସବୁ ସିଦ୍ଧାନ୍ତର ତ୍ରୁଟିକୁ ପଦାକୁ ଆଣୁଛି, ସେତେବେଳେ ବିଶେଷଜ୍ଞମାନେ ସେମାନେ ଦେଇଥିବା ମତ ବିଷୟରେ ଚିନ୍ତା କରୁନାହାନ୍ତି କି ଉତ୍ତରଦାୟିତ୍ୱକୁ ସ୍ବୀକାର କରୁନାହାନ୍ତି। ବରଂ ଦର୍ଶକ ଏବଂ ପାଠକଙ୍କୁ ଅତ୍ୟଧିକ ଆଘାତ ଦେଇ ସେମାନଙ୍କ ମତ ବଦଳାଇ ଅନ୍ୟ ଆଡକୁ ଚାଲିଯାଉଛନ୍ତି। ବିଶେଷଜ୍ଞଙ୍କ ମତ କିଛି କ୍ଷଣ ସ୍ଥାୟୀ ହେଉଥିଲେ ମଧ୍ୟ ଆମକୁ ନିଶ୍ଚିତ ହେବାକୁ ହେବ ଯେ, ସେମାନଙ୍କ ମତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଯେଉଁ ବିଶ୍ୱରେ ରହୁଛେ ବିଶେଷଜ୍ଞମାନେ ବି ସେଥିରେ ରହୁଛନ୍ତି। କିନ୍ତୁ ସେମାନଙ୍କ ତ୍ୱରିତ ଓ ଅବ୍ୟବସ୍ଥିତ ମତ ବ୍ୟକ୍ତିର ମାନସିକତାକୁ ପ୍ରଭାବିତ କରୁଥିଲେ ମଧ୍ୟ ସେମାନେ ଏହାକୁ ରୋକିପାରୁନାହାନ୍ତି। ଦେଖିବାକୁ ଗଲେ ଏକ ଦ୍ରୁତ ପରିବର୍ତ୍ତନଶୀଳ ପରିବେଶରେ ସମୟ ସାପେକ୍ଷ ବାସ୍ତବ ବିଶ୍ଳେଷଣ ଓ ଆକଳନ ଯୋଗାଇଦେବା ଦାୟିତ୍ୱ ଆଇଏମ୍‌ଏଫ୍‌ର। କିନ୍ତୁ ସବୁକିଛି ଭୁଲ୍‌ ହେବା କିମ୍ବା ଯାହା ଉପରେ ନଜର ରଖିବା କଥା ତାହା ନ କରି ଆଇଏମ୍‌ଏଫ୍‌ ଅନ୍ୟଆଡକୁ ଗତି କରିବା ନିଶ୍ଚିତ ଭାବେ ଏକ ସଙ୍କଟ। ସତ ମନେହେଉଥିବା ସବୁଠୁ ଖରାପ ଘଟଣାର ତ୍ୱରିତ ବିଶ୍ଳେଷଣ ପାଇଁ ନୀତିଗତ ଭାବେ ଏହା ଉତ୍ତରଦାୟୀ ହେବା ଉଚିତ।
ଏବକାର ସମୟରେ ବହୁ ସଂଖ୍ୟକ ଆମତ୍ବିଶ୍ୱାସୀ ବିଶେଷଜ୍ଞ ଅନେକ ବିଷୟରେ ଅତ୍ୟଧିକ ଆକଳନ କରୁଥିବା ବିଷୟକୁ କେହି ଅସ୍ବୀକାର କରିପାରିବେ ନାହିଁ। ହେଲେ ଏଠାରେ ଏବକାର ସମୟରେ ମୌଳିକ ଆର୍ଥିକ ସିଦ୍ଧାନ୍ତ ହିଁ ଅଧିକ ଉପଯୋଗୀ । ୨୪ ଘଣ୍ଟିଆ ନ୍ୟୁଜ୍‌ ପ୍ରକ୍ରିୟା ବିଶେଷଜ୍ଞ ମତ ପାଇଁ ବାଟ ଖୋଲିଛି। କିନ୍ତୁ ଏଥିରେ ଥିବା କିଛି ତ୍ରୁଟିକୁ ସୁଧାରିବା ଦରକାର। ୧୯୭୪ରେ ଫ୍ରିଡ୍ରିକ ଭନ୍‌ ହାୟେକ ନୋବେଲ ପୁରସ୍କାର ଗ୍ରହଣ କରିବା ସମୟରେ ପରାମର୍ଶ ଦେଇଥିଲେ ଯେ, କୌଣସି ବିଶେଷଜ୍ଞ ତତ୍‌କାଳ ମତ ଦେବା ପରେ ସେହି ଘଟଣାରେ ମୋ ସାଥୀମାନେ ସାଧାରଣରେ ତା’ ଉପରେ ମନ୍ତବ୍ୟ ଦେବାରୁ ଦୂରେଇ ରହୁଛନ୍ତି। ସେ କହିଥିଲେ ଯେ, ଆମେ ଏକ ନିର୍ଦ୍ଦିଷ୍ଟ ଉତ୍ତରଦାୟିତ୍ୱ ବହନ କରିବା ଉଚିତ। କିନ୍ତୁ ତାହା ହେଉନାହିଁ। ଏବେ ପ୍ରସାର କରାଯାଉଥିବା ସମସ୍ତ ମତ କ୍ଷେତ୍ରରେ ସମାନ ପ୍ରକାର ଉତ୍ତରଦାୟିତ୍ୱ ଗ୍ରହଣ କରାଯିବା ଦରକାର। ସାମାନ୍ୟ ସଂଯମତା ନ ଥିବାରୁ ସବୁବେଳେ ଦୃଷ୍ଟି ଆକର୍ଷଣ କରିବା ଲାଗି ଦିଆଯାଉଥିବା ତ୍ୱରିତ ମତସବୁ ମୁକ୍ତ ସମାଜର ସହଯୋଗ କରୁଥିବା ତଥ୍ୟଭିତ୍ତିକ ବିତର୍କର ଗୁରୁତ୍ୱକୁ ଶେଷ କରିଦେଉଛି।
-ସିନିୟର ଫେଲୋ,ବ୍ରାଉନ୍‌ ୟୁନିଭର୍ସିଟି

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri