ଆଷ୍ଟ୍ରାଜେନିକାକୁ ଅବିଶ୍ୱାସ

ଜେନେଭା, ୧୭ା୩: ଭାରତର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ଟିକାର ବ୍ୟବହାର ଉପରେ ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ୟୁରୋପିଆନ ୟୁନିୟନର ଅନେକ ଦେଶ ସୋମବାର ଅସ୍ଥାୟୀ ଭାବେ ରୋକ ଲଗାଇଛନ୍ତି। ଏହି ଟିକା ନେବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧୁଥିବା ଆଶଙ୍କାରେ ଉକ୍ତ ଦେଶଗୁଡ଼ିକ ଏହି ଟିକାକରଣ ବନ୍ଦ କରାଇଛନ୍ତି। ତେବେ ଆଷ୍ଟ୍ରାଜେନିକା ନିରାପଦ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସମେତ ୟୁରୋପର ମେଡିସିନ୍‌ ନିରୀକ୍ଷଣ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି।
ୟୁନିୟନର ପ୍ରମୁଖ ୩ ଦେଶ ଜର୍ମାନୀ, ଇଟାଲୀ ଏବଂ ଫ୍ରାନ୍ସ ପରେ ସ୍ପେନ, ପର୍ତ୍ତୁଗାଲ, ସ୍ଲୋଭେନିଆ ଏବଂ ଲାଟ୍‌ଭିଆ ମଧ୍ୟ ଆଷ୍ଟ୍ରାଜେନିକା ବ୍ୟବହାର ଉପରେ ରୋକ ଲଗାଇଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ଫ୍ରାନ୍ସ ଆଷ୍ଟ୍ରାଜେନିକା ଟିକାକରଣ ଅଟକାଇଥିବାବେଳେ ସ୍ପେନ ୨ ସପ୍ତାହ ପାଇଁ ଏହା ଉପରେ ରୋକ ଲଗାଇଛି। ରକ୍ତ ଜମାଟ ବାନ୍ଧୁଥିବା ନେଇ ରିପୋର୍ଟ ଆସିବା ପରେ ଜର୍ମାନୀ ମଧ୍ୟ ସମାନ ପଦକ୍ଷେପ ନେଇଛି। କେବଳ ୟୁରୋପ ନୁହେଁ, ଇଣ୍ଡୋନେସିଆ ମଧ୍ୟ ଅନ୍ୟ ଟିକା ତୁଳନାରେ ଶସ୍ତାରେ ଉପଲବ୍ଧ ଆଷ୍ଟ୍ରାଜେନିକା ଭାକ୍ସିନ ବିଳମ୍ବରେ ପ୍ରଦାନ କରାଯିବାକୁ ଘୋଷଣା କରିଛି। ଏହା ପୂର୍ବରୁ ଆୟର୍ଲାଣ୍ଡ ଏହି ଟିକା ଉପରେ ରୋକ ଲଗାଇବାକୁ କହିଥିଲା।
ଟିକାକରଣ ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓ କହିଛି। ଆଷ୍ଟ୍ରାଜେନିକା ସୁରକ୍ଷିତ ଏବଂ ଦେଶଗୁଡ଼ିକ ଟିକାକରଣ ବନ୍ଦ ନ କରାଇବାକୁ ଡବ୍ଲ୍ୟୁଏଚ୍‌ଓର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ପରାମର୍ଶ ଦେଇଛନ୍ତି। କେବଳ ବ୍ରିଟେନ ୧ କୋଟି ୧୦ ଲକ୍ଷ ଡୋଜ ଆଷ୍ଟ୍ରାଜେନିକା ଟିକା ବ୍ୟବହାର କରିଥିଲେ ମଧ୍ୟ ସେଠାରେ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇ ନ ଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଅନ୍ୟପକ୍ଷରେ ୟୁରୋପିଆନ ୟୁନିୟନର ମେଡିସିନ୍‌ ଏଜେନ୍ସି ଏହା ଉପରେ ବିଶେଷଜ୍ଞଙ୍କ ସମୀକ୍ଷାକୁ ନେଇ ଗୁରୁବାର ଏକ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି।

ଭାରି ପଡ଼ିବ ବ୍ରାଜିଲ

ଦ୍ରୁତ କରୋନା ସଂକ୍ରମଣ ଯୋଗୁ ସର୍ବାଧିକ ସଂକ୍ରମିତ ଦେଶ ମଧ୍ୟରେ ଭାରତକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଏଭଳି ଭୟଙ୍କର ସ୍ଥିତି ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବ୍ୟାପକ ପ୍ରଭାବିତ କରିଛି। ବ୍ରାଜିଲରେ ମହମାରୀର ଏଭଳି ସ୍ଥିତି ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆବଶ୍ୟକ ପଦକ୍ଷେପ ନ ନିଆଗଲେ ବ୍ରାଜିଲ ପୃଥିବୀର ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ବିପଦମୁହଁକୁ ଠେଲିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ବ୍ରାଜିଲ ସରକାର ସଂକ୍ରମଣ ରୋକିବାକୁ ଯୋଜନା କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି।
ସଂକ୍ରମଣକୁ ରାଷ୍ଟ୍ରପତି ଜାଏର ବୋଲସନାରୋଙ୍କ ଅଣଦେଖା ଓ ଏହାକୁ ରୋକିବାକୁ ଜାତୀୟସ୍ତରରେ ଯୋଜନା ପ୍ରସ୍ତୁତ କରିବାରେ ତାଙ୍କ ବିଫଳତାକୁ ଦାୟୀ କରାଯାଉଛି। ଦେଶରେ ଲକ୍‌ଡାଉନ୍‌, କର୍ଫ୍ୟୁ କଟକଣା ଲାଗୁ ନ କରିବାକୁ ବୋଲସନାରୋ ଜିଦ୍‌ ଧରିଛନ୍ତି। ଲକ୍‌ଡାଉନ ହେଲେ ଏହା ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେବା ସହ ଗରିବ ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ବୋଲସନାରୋ କହିଛନ୍ତି। ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ୧୨୦,୯୨୫,୩୫୭ ସଂକ୍ରମିତ ହୋଇଥିବାବେଳେ ୨,୬୭୫୦୦୯ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧,୫୨୫,୪୭୭ ସଂକ୍ରମିତ ଏବଂ ୨୭୯,୬୦୨ ମୃତକ କେବଳ ବ୍ରାଜିଲର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri