ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବା, ରୋଗୀ ହଟହଟା

ଲୋଇସିଂହା,୨୧।୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିରହିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଟଣା ଉପଖଣ୍ଡର ଏକ ପୁରୁଣା ଆମ୍ବୁଲାନ୍ସ (ଓଡି୦୩ଏନ୭୪୧୩)କୁ ଏଠାରେ ଯୋଗାଇ ଦିଆଯାଇଛି। ଉକ୍ତ ଆମ୍ବୁଲାନ୍ସର ଅବସ୍ଥା ମଧ୍ୟ ତଦ୍ରୁପ। ବ୍ୟାଟେରି କାମ କରୁ ନ ଥିବାରୁ ଗାଡି ଷ୍ଟାଟ ହେଉ ନାହିଁ। ଏକ ଫଟା ଷ୍ଟେପନି ଚକା ଗାଡିରେ ପଡିଛି। ଫଳରେ ରୋଗୀ ସେବାରେ ଆସୁନାହିଁ ଆମ୍ବୁଲାନ୍ସ। ଏହାବ୍ୟତୀତ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ସୁଚାରୂରୂପେ ମିଳୁନାହିଁ। ଫଳରେ ଶୁକ୍ରବାର ଲୋଇସିଂହା-ପଦ୍ମପୁର ରାସ୍ତାର କରକଚିଆ ନିକଟରେ ଘଟିଥିବା ଦୁର୍ଘଟଣାରେ ଆହତଙ୍କୁ ଆମ୍ବୁଲାନ୍ସ ସେବା ମିଳି ନ ଥିବା ଅଭିଯୋଗ ହୋଇଛି। ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ଉକ୍ତ ଡାକ୍ତରଖାନା ପ୍ରତି ଜନପ୍ରତିନିଧି ଓ ଜିଲା ସ୍ବାସ୍ଥ୍ୟ ବିଭାଗ ଚରମ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଲୋଇସିଂହା ବ୍ଲକ ସମେତ ଆଗଲପୁର ବ୍ଲକ ଓ ପଡୋଶୀ ବରଗଡ ଜିଲାର ଗାଇସିଲାଟ ଏବଂ ସୁବର୍ଣ୍ଣପୁର ଜିଲାର ତରଭା ବ୍ଲକର ଅଧିକାଂଶ ଗାଁର ଲୋକେ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ୨ ବର୍ଷରୁ ଅଧିକ ସମୟ ହେବ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନାହାନ୍ତି। ଫଳରେ ଏଠାକାର ପ୍ରସୂତି ଓ ଗର୍ଭବତୀମାନଙ୍କୁ ୨୦ କିମି ଦୂର ବଲାଙ୍ଗୀର ଯିବାକୁ ପଡୁଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ବରଗଡ-ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ। ୨୬ ନଂ ଜାତୀୟ ରାଜପଥ, ଲୋଇସିଂହା-ପଦ୍ମପୁର, ବୁର୍ଡା ଛକ-ସୋନପୁର, ସାଲେଭଟା-ଆଗଲପୁର ଆଦି ରାସ୍ତାରେ ନିୟମିତ ଭାବେ ଦୁର୍ଘଟଣାମାନ ଘଟୁଛି। ଦୁର୍ଘଟଣାରେ ଆହତ ଏବଂ ଡାକ୍ତରଖାନାରେ ଭର୍ତ୍ତି ଗୁରୁତର ରୋଗୀଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଉଛି। ସ୍ଥାନାନ୍ତର ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ଲୋଇସିଂହା ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୁଶଙ୍ଗ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଏହାକୁ ଅବସ୍ଥାପିତ କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭଡାରେ ଯାଉଥିବା ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଛି। ୧୦୮ କୁ ଜରୁରୀ ଫୋନ କଲେ କୁଶଙ୍ଗ, ବଲାଙ୍ଗୀର କିମ୍ବା ସୁବର୍ଣ୍ଣପୁର ଜିଲା ଲଛିପୁର ଡାକ୍ତରଖନାରୁ ଆମ୍ବୁଲାନ୍ସ ପଠାଇବା ବ୍ୟବସ୍ଥା କରାଯାଇଥାଏ। ତେବେ ୨୦ରୁ ୪୦କିମି ଦୂରରୁ ଆମ୍ବୁଲାନ୍ସ ଆସୁଥିବାରୁ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ଗତ ଶୁକ୍ରବାର କରକଚିଆରେ ବୋଲେରୋ ଧକ୍କାରେ ୩ ବାଇକ ଆରୋହୀ ଗରୁତର ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮କୁ ଯୋଗାଯୋଗ କରି ନିରାଶ ହୋଇଥିଲେ। ଘଣ୍ଟାଏ ପରେ ଡାକ୍ତରଖାନାରେ ଆମ୍ବୁଲାନ୍ସ ପହଞ୍ଚଥିଲା। ଏତିକି ବେଳକୁ ୩ ଆହତଙ୍କ ମୃତ୍ୟୁ ହୋଇ ସାରିଥିଲା। ଏପରିକି ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ନେବାକୁ ଗାଡି ଉପଲବ୍ଧ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏକ ବାଟେରି ଭଡାରେ ଆଣି ପାଟାଣାଗଡ ଉପଖଣ୍ଡରୁ ଆସିଥିବା ଆମ୍ବୁଲାନ୍ସରେ ଲଗାଇବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବିଶେଷଜ୍ଞ ଡାକ୍ତର ଅଭାବ, ଆମ୍ବୁଲାନ୍ସ ସେବା ମିଳୁ ନ ଥିବାବେଳେ ସ୍ଥାନୀୟ ଡାକ୍ତରଖାନକୁ ୫ଟିରେ ରୂପାନ୍ତରଣ କାହା ସ୍ବାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ଦାୟିତ୍ୱରେ ଭାରପ୍ରାପ୍ତ ଅଧିକାରୀ ଡା ଶେଖର ପଧାନଙ୍କୁ ତାଙ୍କ ମୋବାଇଲ ନଂ ୯୪୩୯୯୮୭୩୪୨ରେ ଯୋଗଯୋଗ କରାଯାଇଥିଲା। ହେଲେ ସୁଇଚ ଅପ ବତାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri