ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବା, ରୋଗୀ ହଟହଟା

ଲୋଇସିଂହା,୨୧।୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିରହିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଟଣା ଉପଖଣ୍ଡର ଏକ ପୁରୁଣା ଆମ୍ବୁଲାନ୍ସ (ଓଡି୦୩ଏନ୭୪୧୩)କୁ ଏଠାରେ ଯୋଗାଇ ଦିଆଯାଇଛି। ଉକ୍ତ ଆମ୍ବୁଲାନ୍ସର ଅବସ୍ଥା ମଧ୍ୟ ତଦ୍ରୁପ। ବ୍ୟାଟେରି କାମ କରୁ ନ ଥିବାରୁ ଗାଡି ଷ୍ଟାଟ ହେଉ ନାହିଁ। ଏକ ଫଟା ଷ୍ଟେପନି ଚକା ଗାଡିରେ ପଡିଛି। ଫଳରେ ରୋଗୀ ସେବାରେ ଆସୁନାହିଁ ଆମ୍ବୁଲାନ୍ସ। ଏହାବ୍ୟତୀତ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ସୁଚାରୂରୂପେ ମିଳୁନାହିଁ। ଫଳରେ ଶୁକ୍ରବାର ଲୋଇସିଂହା-ପଦ୍ମପୁର ରାସ୍ତାର କରକଚିଆ ନିକଟରେ ଘଟିଥିବା ଦୁର୍ଘଟଣାରେ ଆହତଙ୍କୁ ଆମ୍ବୁଲାନ୍ସ ସେବା ମିଳି ନ ଥିବା ଅଭିଯୋଗ ହୋଇଛି। ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ଉକ୍ତ ଡାକ୍ତରଖାନା ପ୍ରତି ଜନପ୍ରତିନିଧି ଓ ଜିଲା ସ୍ବାସ୍ଥ୍ୟ ବିଭାଗ ଚରମ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଲୋଇସିଂହା ବ୍ଲକ ସମେତ ଆଗଲପୁର ବ୍ଲକ ଓ ପଡୋଶୀ ବରଗଡ ଜିଲାର ଗାଇସିଲାଟ ଏବଂ ସୁବର୍ଣ୍ଣପୁର ଜିଲାର ତରଭା ବ୍ଲକର ଅଧିକାଂଶ ଗାଁର ଲୋକେ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ୨ ବର୍ଷରୁ ଅଧିକ ସମୟ ହେବ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନାହାନ୍ତି। ଫଳରେ ଏଠାକାର ପ୍ରସୂତି ଓ ଗର୍ଭବତୀମାନଙ୍କୁ ୨୦ କିମି ଦୂର ବଲାଙ୍ଗୀର ଯିବାକୁ ପଡୁଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ବରଗଡ-ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ। ୨୬ ନଂ ଜାତୀୟ ରାଜପଥ, ଲୋଇସିଂହା-ପଦ୍ମପୁର, ବୁର୍ଡା ଛକ-ସୋନପୁର, ସାଲେଭଟା-ଆଗଲପୁର ଆଦି ରାସ୍ତାରେ ନିୟମିତ ଭାବେ ଦୁର୍ଘଟଣାମାନ ଘଟୁଛି। ଦୁର୍ଘଟଣାରେ ଆହତ ଏବଂ ଡାକ୍ତରଖାନାରେ ଭର୍ତ୍ତି ଗୁରୁତର ରୋଗୀଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଉଛି। ସ୍ଥାନାନ୍ତର ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ଲୋଇସିଂହା ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୁଶଙ୍ଗ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଏହାକୁ ଅବସ୍ଥାପିତ କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭଡାରେ ଯାଉଥିବା ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଛି। ୧୦୮ କୁ ଜରୁରୀ ଫୋନ କଲେ କୁଶଙ୍ଗ, ବଲାଙ୍ଗୀର କିମ୍ବା ସୁବର୍ଣ୍ଣପୁର ଜିଲା ଲଛିପୁର ଡାକ୍ତରଖନାରୁ ଆମ୍ବୁଲାନ୍ସ ପଠାଇବା ବ୍ୟବସ୍ଥା କରାଯାଇଥାଏ। ତେବେ ୨୦ରୁ ୪୦କିମି ଦୂରରୁ ଆମ୍ବୁଲାନ୍ସ ଆସୁଥିବାରୁ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ଗତ ଶୁକ୍ରବାର କରକଚିଆରେ ବୋଲେରୋ ଧକ୍କାରେ ୩ ବାଇକ ଆରୋହୀ ଗରୁତର ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮କୁ ଯୋଗାଯୋଗ କରି ନିରାଶ ହୋଇଥିଲେ। ଘଣ୍ଟାଏ ପରେ ଡାକ୍ତରଖାନାରେ ଆମ୍ବୁଲାନ୍ସ ପହଞ୍ଚଥିଲା। ଏତିକି ବେଳକୁ ୩ ଆହତଙ୍କ ମୃତ୍ୟୁ ହୋଇ ସାରିଥିଲା। ଏପରିକି ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ନେବାକୁ ଗାଡି ଉପଲବ୍ଧ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏକ ବାଟେରି ଭଡାରେ ଆଣି ପାଟାଣାଗଡ ଉପଖଣ୍ଡରୁ ଆସିଥିବା ଆମ୍ବୁଲାନ୍ସରେ ଲଗାଇବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବିଶେଷଜ୍ଞ ଡାକ୍ତର ଅଭାବ, ଆମ୍ବୁଲାନ୍ସ ସେବା ମିଳୁ ନ ଥିବାବେଳେ ସ୍ଥାନୀୟ ଡାକ୍ତରଖାନକୁ ୫ଟିରେ ରୂପାନ୍ତରଣ କାହା ସ୍ବାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ଦାୟିତ୍ୱରେ ଭାରପ୍ରାପ୍ତ ଅଧିକାରୀ ଡା ଶେଖର ପଧାନଙ୍କୁ ତାଙ୍କ ମୋବାଇଲ ନଂ ୯୪୩୯୯୮୭୩୪୨ରେ ଯୋଗଯୋଗ କରାଯାଇଥିଲା। ହେଲେ ସୁଇଚ ଅପ ବତାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri