ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଏମିତି ଅନେକ ସମସ୍ୟା ଘେରରେ ଏଠାକାର ଭବିଷ୍ୟତ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସଦରସ୍ଥିତ କୋଷାବରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଗୁରୁବାର ସକାଳ ୧୦ଟା ୩୦ ମିନିଟ ହୋଇଥିଲେ ସୁଦ୍ଧା ବିଦ୍ୟାଳୟରେ କୌଣସି ଶିକ୍ଷକ ପହଞ୍ଚି ନ ଥିଲେ। ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ଅପେକ୍ଷା କରିବା ପରେ ଶେଷରେ ପାଚେରି କଡ଼ରେ ଥିବା ଏକ ଭଙ୍ଗା ରାସ୍ତା ଦେଇ ବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ। ଦୀର୍ଘ ସମୟ ପରେ ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ ବିଦ୍ୟାଳୟରେ ପହଞ୍ଚିଥିଲେ।

ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ, ଗାଡ଼ି ଖରାପ ଯୋଗୁ ଆଜି ବିଳମ୍ବ ହେଲା ବୋଲି ସେ ସଫେଇ ଦେଇଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷକମାନେ ନିୟମିତ ଭାବେ ଠିକ ସମୟରେ ବିଦ୍ୟାଳୟକୁ ଆସନ୍ତି ନାହିଁ। କେବଳ ସମୟାନୁବର୍ତ୍ତିତା ନୁହେଁ, ମଧ୍ୟାହ୍ନ ଭୋଜନ (MDM) ପରିଚାଳନାରେ ମଧ୍ୟ ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୯ ଜଣ ଛାତ୍ରୀଛାତ୍ର ପଢୁଥିବାବେଳେ ଗତ ୧୫ ଦିନ ହେଲା ସରକାରୀ ସଂସ୍ଥା ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇ ନାହିଁ। ପିଲାଙ୍କୁ ଭୋକିଲା ନ ରଖିବା ପାଇଁ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକମାନେ ବିଭିନ୍ନ ଦୋକାନରୁ ଧାର ଉଧାର କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଛନ୍ତି।

ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି, ତେଣୁ ବାଧ୍ୟ ହୋଇ ଧାର ଚାଉଳରେ ପିଲାଙ୍କୁ ଖାଇବାକୁ ଦେଉଛୁ ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ବ୍ଲକର ଅନ୍ୟ କେତେକ ସ୍କୁଲରେ ଅବସ୍ଥା ଆହୁରି ଶୋଚନୀୟ। କେଉଁଠି ପିଲାମାନେ ନିଜେ ଖାଇବା ବାଢ଼ି ଖାଉଛନ୍ତି ତ କେଉଁଠି କୋଠା ଅଭାବରୁ ଗଛମୂଳେ କିମ୍ବା କମ୍ୟୁନିଟି ହଲ୍‌ରେ ପାଠପଢା ଚାଲିଛି। ଦାୟିତ୍ୱରେ ଥିବା CRCC ମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବାବେଳେ ନିଜେ ବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ମଧ୍ୟ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏହି ବିପର୍ଯ୍ୟସ୍ତ ସ୍ଥିତିରେ ସଂସ୍କାର ଆଣିବା ପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri