ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ ଡଙ୍ଗରକୁ ବୁଲିବାକୁ ଯାଉଥିବା ସମୟରେ ପଲକାପୁଟ ଗ୍ରାମର ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ନେଇ ପୀଡିତାଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share