ଭିନ୍ନକ୍ଷମ ଚାଷୀ ଶୋଷିତ, ନିର୍ଯାତିତ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାର ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଧାନ ସଂଗ୍ରହ ତଥା ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ପାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଭଳି ଅଭିଯୋଗ ହେଉଥିଲେ ହେଁ ବିଭାଗୀୟ ଜିଲା ମୁଖ୍ୟ ଏଆରସିଏସ୍‌ ହାତ ଟେକି ଦେଉଛନ୍ତି। ଏପରିକି ଭିନ୍ନକ୍ଷମ ଚାଷୀଙ୍କୁ ମଧ୍ୟ ହଇରାଣ କରିବାରେ ସମ୍ପାଦକମାନେ ସଙ୍କୋଚ କରୁନାହାନ୍ତି। ଏଭଳିସ୍ଥିତିରେ ଏଆର୍‌ସିଏସ୍‌ ଏବଂ ସମ୍ପାଦକମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଜିଲାର ରେଖିଦେଈପୁର ପାକ୍ସରେ ଭିନ୍ନକ୍ଷମ ଚାଷୀ ରଞ୍ଜନ କୁମାର ପରିଡ଼ା ଋଣ ଟଙ୍କା ପରିଶୋଧ କରିବା ପରେ ବି ତାଙ୍କୁ ଧକ୍କା ମାରି ତଡ଼ି ଦେବା ଭଳି ଅଭିଯୋଗ ହୋଇଛି। ସେହିପରି ଚାଷୀ କପିଳେଶ୍ୱର ପ୍ରଧାନ ଧାନ ଦେଇ ୩ ମାସ ହେବ ତାଙ୍କ ପ୍ରାପ୍ୟ ପାଇନାହାନ୍ତି। ଏହିକ୍ରମରେ ରାଜ୍ୟ ସେବା ସମବାୟ ସମିତିର ଯୁଗ୍ମ ନିବନ୍ଧକ ଏବଂ ଯାଜପୁର ଜିଲା ଯୋଗାଣ ଅଧିକାରୀ ଏଆର୍‌ସିଏସ୍‌ଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଅଭାବୀ ବିକ୍ରି ପରିସ୍ଥିତିରେ ସୁଧାର ଆଣିବା ନେଇ ସରକାର ପାକ୍ସରେ ଧାନ ବିକ୍ରି ବ୍ୟବସ୍ଥା କରିଛନ୍ତି। କିନ୍ତୁ ଗତ ପ୍ରାୟ ୮ ବର୍ଷ ହେବ ପାକ୍ସରେ ଚାଷୀ ଧାନ ଦେଇ ପ୍ରାପ୍ୟ ନ ପାଇବା, ଟୋକନ ପାଇ ମଧ୍ୟ ଧାନ ବିକ୍ରି ନ ହେବା, ନକଲି ଚାଷୀ ଓ ଟୋକନ ପ୍ରସ୍ତୁତ କରାଯାଇ ଧାନ ବିକ୍ରି ଭଳି ଗୁରୁତର ଅଭିଯୋଗ ହୋଇଆସୁଛି। ହେଲେ ସରକାରୀ ଅଧିକାରୀମାନେ କୌଣସି ପ୍ରକାର ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସମ୍ପାଦକମାନଙ୍କ ମନମାନି ବୃଦ୍ଧି ପାଉଛି। ସରକାରଙ୍କ ଖାଦ୍ୟ ନୀତି ଅନୁସାରେ ଚାଷୀଙ୍କଠାରୁ ପାକ୍ସ ଜରିଆରେ ଧାନ ସଂଗ୍ରହ ହେବ। ପାକ୍ସରୁ ଧାନ ମିଲର୍ସଙ୍କ ନିକଟକୁ ଯିବ ଏବଂ ସେହି ଅନୁପାତରେ ଚାଉଳ ଦାଖଲ କରିବ। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ଏବଂ ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରେ ପ୍ରାପ୍ୟ ପ୍ରଦାନ କରାଯିବ ସେ ନେଇ ସରକାର ନିର୍ଦ୍ଦେଶନାମା କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହାର ଓଲଟା ହେଉଛି। ଅନେକ ପାକ୍ସରେ ଧାନ ସଂଗ୍ରହ ହେଉ ନ ଥିବାବେଳେ ଚାଷୀଙ୍କୁ ସିଧାସଳଖ ମିଲ୍‌ରେ ଧାନ ଦେବାକୁ କୁହାଯାଉଛି। ଅଭିଯୋଗ ଅନୁସାରେ ଧର୍ମଶାଳା ବ୍ଲକ ରାଧାକାନ୍ତପୁର ଗ୍ରାମର ଚାଷୀ କପିଳେଶ୍ୱର ପ୍ରଧାନ ରେଖିଦେଈପୁର ପାକ୍ସରେ ୪୫.୩୯ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ହେଲେ ୩ ମାସ ହେଲା ପରେ ବି ସେ ଧାନର ପ୍ରାପ୍ୟ ୯୨,୫୯୫.୬୦ ଟଙ୍କା ପାଇନାହାନ୍ତି। ଏନେଇ ସେ ବାରମ୍ବାର ପାକ୍ସରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ କରାଯାଉନାହଁି। ଭୁଲ୍‌ ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରାଯାଇଥିବାରୁ ତାଙ୍କ ଆକାଉଣ୍ଟକୁ ପ୍ରାପ୍ୟ ଆସିଲା ନାହିଁ।
ଅନ୍ୟ ଏକ ଅଭିଯୋଗ ଅନୁସାରେ ରେଖିଦେଈପୁର ପାକ୍ସ ସମ୍ପାଦକ ଅକ୍ଷୟ କୁମାର ବେହେରା ଋଣ ପରିଶୋଧ ପାଇଁ ଭିନ୍ନକ୍ଷମ ଚାଷୀ ରଞ୍ଜନ କୁମାର ପରିଡ଼ାଙ୍କ ସ୍ତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଅସୁଲି କରିଥିଲେ। କିନ୍ତୁ ଏହାର ରସିଦ ମାଗିବାରୁ ସେ ଟଙ୍କା ନେଇ ନ ଥିବା ସମ୍ପାଦକ କହିଥିଲେ। ଏହାସହ ଧାନ ବିକ୍ରି କରିବାକୁ କାଗଜପତ୍ର ଦେଇଥିଲେ ହେଁ ଉଦ୍ଦେଶ୍ୟମୂଳକ ଭାବେ ପଞ୍ଜୀକରଣ କରି ନ ଥିଲେ। ଫଳରେ ସେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଲେ। ଏହାପରେ ସେ ଏଆର୍‌ସିଏସ୍‌ଙ୍କ ଦ୍ୱାରସ୍ଥ ହେଲେ। ରେଖିଦେଈପୁର ପାକ୍ସରେ ଏଆରସିଏସ୍‌ଙ୍କ ଉପସ୍ଥିତିରେ ଅଭିଯୋଗର ତଦନ୍ତ ହେଲା। ଚାଷୀ ପରିଡ଼ା ଏବଂ ତାଙ୍କ ସ୍ତ୍ରୀ ଦୁହେଁ ତଦନ୍ତରେ ଭାଗ ନେଇଥିଲେ। କିନ୍ତୁ ତଦନ୍ତ କ’ଣ ହେବ ତାଙ୍କୁ ସେଠାରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହି ଦୁଇଟି କେବଳ ଉଦାହରଣ ମାତ୍ର, ଯାଜପୁର ଜିଲାରେ ଏଭଳି ଏକାଧିକ ଚାଷୀ ଶୋଷଣ ନୀତି ଚାଲିଥିଲେ ହେଁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଭିନ୍ନକ୍ଷମ ଚାଷୀ ମିଥ୍ୟା ଅଭିଯୋଗ କରିଥିଲେ। ଏହାର ତଦନ୍ତ ହୋଇ ସାରିଛି, ଶୀଘ୍ର ରିପୋର୍ଟ ପ୍ରକାଶ ପାଇବ। ଏହାପରେ ରିପୋର୍ଟ ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି କପିଳେଶ୍ୱର ପ୍ରଧାନଙ୍କ ମାମଲା ଉପରେ ବିଚାର କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri