କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସିଦ୍ଧମଠଠାରେ ଥିବା ମନୋଜ ମଜ୍ଞରୀ ଶିଶୁ ଭବନ ଦ୍ୱାରା ପରିଚାଳିତ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁଦାନପ୍ରାପ୍ତ ସ୍ବତନ୍ତ୍ର ବିଦ୍ୟାଳୟର ୫ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ଚଳିତ ବର୍ଷ ସ୍ଥାନୀୟ ମୋଚିବନ୍ଧ ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନେ ହେଲେ ପ୍ରଦୀପ ଗୋପ, ବିଦୁସ୍ମିତା ପାଢ଼ୀ, ସରୋଜ ଓରାମ, ଶ୍ରୁତି ସୋରେନ ଏବଂ କାର୍ତ୍ତିକ ମୁଣ୍ଡାୟା। ଏହି ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪ ଜଣ ଗ୍ରେଡ୍ ‘ସି’ ଓ ଜଣେ ଗ୍ରେଡ୍ ‘ଡି’ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଅନୁଷ୍ଠାନର ସୁପରିଟେଣ୍ଡେଣ୍ଟ ମନୋଜ କୁମାର ରଥ ଓ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ବଳଙ୍କ ସମେତ ସମସ୍ତ କର୍ମଚାରୀ ଛାତ୍ରୀଛାତ୍ରଙ୍କ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଦୃଷ୍ଟିବାଧିତ ପିଲାଙ୍କ ସଫଳତାରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।