ପୁଣି ଗୋଳିଆ ପାଣି ଯୋଗାଣ

ଯାଜପୁର ରୋଡ,୧୯ା୮(ଡି.ଏନ.ଏ.): ଯାଜପୁର ଜିଲାର ଖାଲି ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଶେଷକରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ ହେଉଛି। ଜଳଯୋଗାଣ ଦାୟିତ୍ୱରେ ଥିବା ୱାଟକୋ (ୱାଟର କାର୍ପୋରେଶନ ଅଫ୍‌ ଓଡ଼ିଶା) କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଉଛି ବୋଲି ମତପ୍ରକାଶ ପାଇଛି। ଗରିବ ସାଧାରଣ ଲୋକ ସେହି ପାଣି ପିଇ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିବା ଆଶଙ୍କା ସୃଷ୍ଟି କରିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଯେତେ ଅଭିଯୋଗ ହେଉଥିଲେ ହେଁ ୱାଟକୋ କର୍ତ୍ତୃପକ୍ଷଙ୍କ ମାନବିକତାରେ କୌଣସି ପରିବର୍ତ୍ତନ ହେଉନାହିଁ ବୋଲି ଅଭିଯୋଗ ହୋଇଛି।
ଅଗଷ୍ଟ ମାସର ଏଇ ୧୮ ଦିନ ମଧ୍ୟରେ ପ୍ରାୟ ୧୦ ଦିନ ଗୋଳିଆ ପାଣି ଯୋଗାଣ ହେଉଥିବା ସହରବାସୀ ପ୍ରକାଶ କରିଛନ୍ତି। ଗୁରୁବାର ସକାଳୁ ସହରର କୋପଣ୍ଡ, ମୁଣ୍ଡୋମାଳ ମହତାବନଗର ଆଦି ଅଞ୍ଚଳରେ ଧୂସର ରଙ୍ଗର ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ୱାଟ୍‌କୋର ବ୍ୟାସନଗର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତାନୁଗତିକ ଭାବେ ସମସ୍ୟାର ସମାଧାନ ହେବ ବୋଲି ତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ଏପରିକି ହ୍ବାଟ୍ସଆପ ଯୋଗେ ୱାଟ୍‌କୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତିଙ୍କୁ କାଦୁଅ ମିଶା ପାଣିର ଫଟୋ ଚିତ୍ର ପଠାଇ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା। ନିମ୍ନମାନର ପାଇପ ଏବଂ ନିର୍ମାଣ ସାମଗ୍ରୀ ବ୍ୟବହାର କରି ୱାଟ୍‌କୋ କର୍ତ୍ତୃପକ୍ଷ ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଆସୁଥିବା ଅନୁଦାନର ସିଂହଭାଗ ଅର୍ଥ ଆତ୍ମସାତ୍‌ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବ୍ୟାସନଗର ପୌରାଞ୍ଚଳରେ ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ (ୟୁଆଇଡିଏସଏମଟି) ଯୋଜନାରେ ୧୪.୫୧କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି। ଏହି ପ୍ଲାଣ୍ଟ ଜରିଆରେ ପୌାଞ୍ଚଳର ୨୬ଟି ଜଳଯୋଗାଣ ହେଉଥିବା ବିଭାଗ ପକ୍ଷରୁ ଦାବି କରାଯାଉଛି। ହେଲେ ବାସ୍ତବରେ କହ୍ନେଇପୁର, ଚାନ୍ଦମା, କାଚହୁଡିସାହି, ଡାହିସାହି, ରମ୍ପାସ, ସାତକାଣିଆଁ, ସୋବରା, ଡିଗିସାହି, ଧବଳଗିରି ଆଦି ୱାର୍ଡବାସୀ ଏହି ଯୋଜନାରୁ ଏବେ ବି ପାଣି ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷେ ଜଳଯୋଗାଣ ହେଉଥିଲେ ହେଁ କାଦୁଅ ପାଣି ଯୋଗାଣ ସହରବାସୀଙ୍କ ଅତିଷ୍ଠ କରିଛି। ଏ ସଂକ୍ରାନ୍ତରେ ୱାଟ୍‌କୋର ବ୍ୟାସନଗର କନିଷ୍ଠ ଯନ୍ତ୍ରୀ ପୁହାଣ ବାବୁଙ୍କୁ ପଚାରିବାରୁ ସେ କହିଛନ୍ତି, କୋପଣ୍ଡ ଓ ଗୋଶାଳା ନିକଟରେ କୋଉଁଠି ତ୍ରୁଟି ରହିଛି। ଏହାର ସ୍ଥାୟୀ ସମାଧାନ କରିବାକୁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri