Posted inଜାତୀୟ

ସ୍ବଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ: ସବୁଠୁ ଅପରିଷ୍କାର ଏହି ସହର

ନୂଆଦିଲ୍ଲୀ,୨୨ା୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ବଚ୍ଛତା ପରିମାପକରେ ସହର ଏବଂ ରାଜ୍ୟର ର଼୍ୟାଙ୍କ ପ୍ରକାଶ ପାଇଛି। ୨୦୨୦ ସିଟି ସର୍ଭେରେ ଝାଡ଼ଖଣ୍ଡ ୧୦୦ରୁ କମ୍‌ ସ୍ଥାନୀୟ ସହରୀ ସଂସ୍ଥା ଥିବା ରାଜ୍ୟଗୁଡ଼ିକରେ ସ୍ବଚ୍ଛତା ଦୃଷ୍ଟିରୁ ସବୁଠାରୁ ସ୍ବଚ୍ଛ ରାଜ୍ୟ ଭାବରେ ପରିଗଣିତ ହୋଇଛି । କେରଳ ସବୁଠୁ ଅପରିଷ୍କାର। ଏହି ବର୍ଗରେ ଅନ୍ତର୍ଭୁକ୍ତ ୧୫ଟି ରାଜ୍ୟ ମଧ୍ୟରୁ ଏହାର ସଂଖ୍ୟା ଶେଷରେ ଥିଲା।

ସ୍ବଚ୍ଛତା ସିଟି ସର୍ଭେରେ କେରଳ ୬୬୧.୨୬ ସ୍କୋର କରିଥିବା ବେଳେ ଝାଡ଼ଖଣ୍ଡର ସ୍କୋର ହେଉଛି ୨୩୨୫.୪୨। ଏହି ବର୍ଗରେ ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ସିକିମ୍‌, ଆସାମ, ହିମାଚଳପ୍ରଦେଶ, ଗୋଆ, ତେଲେଙ୍ଗାନା, ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମିଜୋରାମ, ମେଘାଳୟ ଏବଂ କେରଳ ସାମିଲ ହୋଇଥିଲେ।

ଏଥି ସହିତ ୧୦୦ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଥିବା ଛତିଶଗଡ଼ ପ୍ରଥମ ସ୍ଥାନ ଅଧିକାର କରିଛି। ଯାହାର ସ୍କୋର ହେଉଛି ୩୨୯୩.୫୬। ଏହି ବର୍ଗରେ ବିହାର ହେଉଛି ସବୁଠାରୁ ଅପରିଷ୍କାର ରାଜ୍ୟ। ଏହାର ସ୍କୋର ରହିଛି ୭୬୦.୪୦।

ଏହି ବର୍ଗରେ ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ଏବଂ ବିହାର ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗ ଏବଂ ଲଦାଖର ରାଜ୍ୟଗୁଡ଼ିକ ଏହି ସର୍ଭେରେ ଅନ୍ତର୍ଭୁକ୍ତ ନୁହନ୍ତି। ବର୍ତ୍ତମାନ ଦେଶରେ ୨୮ଟି ରାଜ୍ୟ ଅଛି।

କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ  ସ୍ବଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଲଗାତର ଚତୁର୍ଥ ବର୍ଷ ପାଇଁ ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ହୋଇପାରିଛି। ଦ୍ୱିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଏବଂ ତୃତୀୟ ସ୍ଥାନରେ ମୁମ୍ବାଇର ନାଭି ରହିଛି। ଏଥିସହିତ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପାଟନା ହେଉଛି ବିହାରର ରାଜଧାନୀ। ଯାହାକି ଦେଶର ସବୁଠୁ ଅପରିଷ୍କାର ସହର।

ଏହି ସର୍ଭେ ରିପୋର୍ଟରେ ୪୨୪୨ଟି ସହର ଅନ୍ତର୍ଭୁକ୍ତ ହୋଇଥିଲା। ଯେଉଁଥିରେ ୧.୯ କୋଟି ଲୋକଙ୍କ ମତାମତ ନିଆଯାଇଥିଲା। ଏଥିରେ ୫ ଲକ୍ଷରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ତଥ୍ୟ ପ୍ରମାଣ ସହ ସଂଗ୍ରହ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri