ଦିଗ୍‌ଦର୍ଶକ ନାଡାଲ

ସ୍ପେନ୍‌ର ରାଫାଲ ନାଡାଲ ୩୦ ଜାନୁୟାରୀ ୨୦୨୨ରେ ୨୧ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଜିତି ଟେନିସ୍‌ କ୍ଷେତ୍ରରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ଙ୍କ ସହ ସଂଘର୍ଷପୂର୍ଣ୍ଣ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲରେ ଦୁଇ ସେଟ୍‌ ପଛରେ ଥିବା ନାଡାଲ ଯେଭଳି ଭାବେ ଟାଇଟଲ ଜିତିଲେ ତାହା ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥିସହିତ ତାଙ୍କ ନାମରେ ସର୍ବକାଳୀନ ଗ୍ରାଣ୍ଡ୍‌ସ୍ଲାମ ବିଜେତା ଆଖ୍ୟା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ସୁଇଜରଲାଣ୍ଡ୍‌ ଟେନିସ୍‌ ଖେଳାଳି ରୋଜର ଫେଡରର୍‌ ୨୦ଟି ଲେଖାଏ ଗ୍ରାଣ୍ଡ୍‌ସ୍ଲାମ୍‌ ଜିତିଛନ୍ତି। ତେବେ ନାଡାଲଙ୍କ ଏହି ସର୍ବକାଳୀନ ରେକର୍ଡ ସ୍ଥାପନ ପଛରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳିବାରୁ ବାଦ୍‌ ପଡ଼ିଥିବା ଜୋକୋଭିଚ୍‌ଙ୍କ ବିଷୟ ଆଲୋଚନା ପରିସରକୁ ଆସିଛି। ୨୦୨୧ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିବା ଜୋକୋଭିଚ୍‌ଙ୍କୁ ଚଳିତ ସିଜନ୍‌ରେ ଖେଳିବାକୁ ଅନୁମତି ମିଳିଥିଲେ ଫଳାଫଳ ହୁଏତ ଅନ୍ୟ କିଛି ହୋଇଥାଆନ୍ତା। ଏଠାରେ ମନେ ପକାଇଦିଆଯାଇପାରେ ଯେ, ଜୋକୋଭିଚ୍‌ କୋଭିଡ୍‌ ଟିକା ନେଇ ନ ଥିବାରୁ ଅଷ୍ଟ୍ରେଲିଆ ସରକାର ତାଙ୍କୁ ଖେଳିବାକୁ ଅନୁମତି ଦେଇ ନ ଥିଲେ। କେବଳ ସେତିକି ନୁହେଁ, ତାଙ୍କ ବିରୋଧରେ କୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହା ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ପାଲଟିଥିଲା। ଶେଷରେ ଜୋକୋଭିଚ୍‌ ବିଫଳ ମନୋରଥ ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଆମେ ଏହି ସ୍ତମ୍ଭରେ ଜାନୁୟାରୀ ୧୦ରେ ‘ଜୋକୋଭିଚ୍‌ ବନାମ ଅଷ୍ଟ୍ରେଲିଆ’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ସେଥିରେ ଉଲ୍ଲେଖ କରିଥିଲୁ ଯେ, କିଛି ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରୀୟ ଟେନିସ୍‌ ଖେଳାଳିଙ୍କ ମଧ୍ୟରୁ ଜୋକୋଭିଚ୍‌ ଅନ୍ୟତମ। ତେଣୁ ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ମଧ୍ୟ ଜୋକୋଭିଚ୍‌ଙ୍କ ଜିତିବାର ଅଧିକ ସମ୍ଭାବନା ରହିଥିଲା। କିନ୍ତୁ ସ୍ଥିତି ଆମ୍ବିଳିଆ କରିଦିଆଯିବା ପଛରେ ବିରାଟ ମସୁଧା କରାଯାଇଥାଇପାରେ। ଉଲ୍ଲେଖଯୋଗ୍ୟ ଯେ, ଯଦି ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳିବାର ସୁଯୋଗ ଦିଆଯାଇଥାଆନ୍ତା ଓ ସେ ଜିତିଥାଆନ୍ତେ, ତାହା ହେଲେ ନାଡାଲଙ୍କ ସ୍ଥାନରେ ତାଙ୍କ ନାମ ୨୧ତମ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ଭାବେ ତାଲିକାରେ ଶୋଭା ପାଇଥାଆନ୍ତା।
ଏବେ ନାଡାଲଙ୍କ କ୍ରୀଡ଼ାନୈପୁଣ୍ୟକୁ ଦେଖିଲେ ସେ ଜଣେ ମହାନ୍‌ ଖେଳାଳିର ସବୁ ଗୁଣ ଧାରଣ କରିଥିବା ବୁଝାପଡ଼ିଯାଉଛି। ୨୦୨୧ ଅଷ୍ଟ୍ରେଲିଆନ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରେ ଆଘାତପ୍ରାପ୍ତ ହେବା ପରେ ସେବେଠାରୁ ନାଡାଲଙ୍କୁ କୌଣସି ଟେନିସ୍‌ କୋର୍ଟରେ ଦେଖିବାକୁ ମିଳି ନ ଥିଲା। ଶାରୀରିକ ଭାବେ ସୁସ୍ଥ ହେବା ପରେ ୨୦୨୨ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ୍‌ ଜିଣିବା ତାଙ୍କ ଦୃଢ଼ ମନୋବଳର ପରିଚୟ ଦେଉଛି। ୩୫ ବର୍ଷୀୟ ନାଡାଲଙ୍କ ପ୍ରଦର୍ଶନ ଜଣାଇଦେଇଛି ଯେ, କ୍ରୀଡ଼ା କ୍ଷେତ୍ରରେ ବୟସ ବାଧକ ନୁହେଁ। ନାଡାଲଙ୍କ ଅଧ୍ୟବସାୟ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ଦୀପଶିଖା ପାଲଟିଯାଇଛି। କେବଳ କ୍ରୀଡ଼ା ନୁହେଁ, କୌଣସି କାର୍ଯ୍ୟ ଲାଗି ନିରନ୍ତର ପ୍ରୟାସ ରହିଲେ ସଫଳତା ସୁନିଶ୍ଚିତ ମିଳିଥାଏ ବୋଲି ନାଡାଲ ଯେଉଁ ରାସ୍ତା ଦେଖାଇଦେଲେ ତାହା ପ୍ରତ୍ୟେକ ବ୍ୟକ୍ତି ପ୍ରତିକ୍ଷେତ୍ରରେ ଉପଯୋଗ କରି ସଫଳତା ପାଇପାରିବେ। କଠିନ ପରିଶ୍ରମ ଓ ଠିକ୍‌ କୌଶଳ ଆପଣାଇଲେ ସିଦ୍ଧି ନିଶ୍ଚିତ ଆସିପାରିବ। ଗତବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ନାଡାଲ ଖେଳରୁ ମାନସିକ ସ୍ତରରେ ବିଚ୍ୟୁତ ହୋଇ ନ ଥିଲେ। ଏଥିରୁ ବୁଝିବା ଦରକାର ଯେ, ଜୀବନପଥରେ ବାଧାବିଘ୍ନ ଆସିଲେ ତାହାର ମୁକାବିଲା ଲାଗି ନିଜକୁ ଦୃଢ଼ କରିପାରିଲେ ଜଣେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ରାଜନୀତି, ବ୍ୟବସାୟ, ଶିକ୍ଷା, ଗବେଷଣା ଓ ସର୍ଜନାତ୍ମକ କାର୍ଯ୍ୟ ଆଦିରେ ଯେଉଁମାନେ ଶୀର୍ଷ ସ୍ତରରେ ପହଞ୍ଚତ୍ଛନ୍ତି ସେମାନଙ୍କୁ କଠିନ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଛି। ପାଶ୍ଚାତ୍ୟରେ ଏହାର ବହୁ ଦୃଷ୍ଟାନ୍ତ ରହିଛି। ସେହି ତୁଳନାରେ ଭାରତରେ ଲୋକମାନେ ଅଳ୍ପରେ ସନ୍ତୁଷ୍ଟ ହୋଇଯାଉଥିବାରୁ ଏଠାରେ ବିଶ୍ୱସ୍ତରୀୟ ସେଭଳି ସଫଳ ବ୍ୟକ୍ତି ସୃଷ୍ଟି ହୋଇପାରୁ ନାହାନ୍ତି। ନିଜ କାର୍ଯ୍ୟରେ ଉତ୍କର୍ଷ ଲଭିବା ଲାଗି ତାହାକୁ ଚ୍ୟାଲେଞ୍ଜ ଭାବେ ନେଇପାରିଲେ ପ୍ରକ୍ରିୟା ସୁଗମ ହୋଇଥାଏ। ନାଡାଲ ଆଘାତ ହେବା ପରେ ଯଦି ଭାବିଥାଆନ୍ତେ ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ଜିତିସାରିଛି ଓ ତେଣୁ ଅଧିକ ସମୟ ବିଶ୍ରାମ ନେଲେ ଚଳିବ, ତାହା ହେଲେ ସେ ଆଜି ବିଶ୍ୱରେକର୍ଡ କରିବାରେ ସକ୍ଷମ ହୋଇ ନ ଥାଆନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri