ଦୋହାରେ ଡିପ୍ଲୋମାସି

ଦୋହା/କାବୁଲ,୩।୯:ପଶ୍ଚିମ ଏସୀୟ ରାଷ୍ଟ୍ର କାତାରକୁ ସାମୁଦ୍ରିକ ଆକ୍ରମଣ ଓ ବିପତ୍ତିରୁ ରକ୍ଷା କରିବା ପାଇଁ ପାରସ୍ୟ ଉପସାଗର ଉପକୂଳରେ ଦୁଇହାତ ପ୍ରସାରିଛି ଦୋହା। ଆରବୀ ଶବ୍ଦ ‘ଦୋହାତ୍‌’ରୁ ରାଜଧାନୀ ଦୋହାର ନାମକରଣ ହୋଇଛି, ଯାହାର ତାତ୍ପର୍ଯ୍ୟ ହେଉଛି ଉପକୂଳ ଅଞ୍ଚଳକୁ ଦୁଇପଟୁ ଘେରିରହିବା। ୧୯୭୧ ସେପ୍ଟେମ୍ବର ୩ରେ ବ୍ରିଟିଶ୍‌ ଶାସକଙ୍କଠାରୁ ସ୍ବାଧୀନତା ଲାଭ କରିଥିବା କାତାର ଏବଂ ଏହାର ରାଜନୈତିକ ତଥା ଆର୍ଥିକ ରାଜଧାନୀ ଦୋହା ଏବେ ଚର୍ଚ୍ଚାରେ। କାରଣ ତାଲିବାନ୍‌ ସହ ବିଶ୍ୱ ସମୂଦାୟ ପାଇଁ କୂଟନୈତିକ ଯୋଗସୂତ୍ରର ମାଧ୍ୟମ ପାଲଟିଛି ଏହି ସହର।

୨୦୨୦ ଫେବୃୟାରୀ ୨୯ରେ ଆମେରିକାର ତତ୍କାଳୀନ ଟ୍ରମ୍ପ୍‌ ପ୍ରଶାସନ ଓ ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ ମଧ୍ୟରେ ଦୋହାରେ ଏକ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବା ପରେ ଏହି ସହର ଶିରୋନାମା ସାଉଁଟିଥିଲା। ରାଜିନାମା ଅନୁସାରେ ଆମେରିକା ୧୪ ମାସ ମଧ୍ୟରେ ଆଫଗାନିସ୍ତାନରେ ନିଜର ସବୁଠୁ ଲମ୍ବା ଯୁଦ୍ଧ ଶେଷ କରି ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବ ବୋଲି ଘୋଷଣା କରିଥିଲା। ଉଦ୍ଦେଶ୍ୟ ଥିଲା ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା। ତେବେ ଶାନ୍ତି ଆଲୋଚନା ଚାଲିଥିବାବେଳେ ବିଦେଶୀ ବଳ ନ ହଟିବା ଯାଏ କୌଣସି ସମ୍ମିଳନୀରେ ଭାଗ ନେବ ନାହିଁ ବୋଲି ତାଲିବାନ ରୋକ୍‌ଠୋକ୍‌ ଶୁଣାଇଥିଲା। ଶେଷରେ କଥା ଛିଣ୍ଡିଥିଲା ସେପ୍ଟେମ୍ବର ପୂର୍ବରୁ ଆମେରିକା ନେତୃତ୍ୱାଧୀନ ନାଟୋ ସାମରିକ ବଳ ନିଜ ନିଜ ଦେଶକୁ ଫେରିଯିବେ। ଅଗଷ୍ଟ ୩୧ ଡେଡ୍‌ଲାଇନ ପୂର୍ବରୁ ଆମେରିକା ୧,୨୩,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ସହ ନିଜର ଶେଷ ୬,୦୦୦ ସୈନ୍ୟଙ୍କୁ ଫେରାଇ ନେଇଥିଲା। ଏହାର ୧୫ ଦିନ ପୂର୍ବରୁ ତାଲିବାନ୍‌ ଆଫଗାନିସ୍ତାନକୁ ଦଖଲ କରିସାରିଥିଲା। ଏବେ ମଧ୍ୟ ଆଫଗାନିସ୍ତାନରେ ହଜାର ହଜାର ବିଦେଶୀ ଫସିରହିଛନ୍ତି। ସେଠାରେ ଥିବା ଆମେରିକାର ୨୦୦ ନାଗରିକଙ୍କ ମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅନୁବାଦକ ମଧ୍ୟ ଅଛନ୍ତି। ସେମାନଙ୍କୁ ଫେରାଇ ନେବା ଲାଗି ଆମେରିକା ଦୋହା ଜରିଆରେ କୂଟନୈତିକ ଉଦ୍ୟମ ଚଳାଇଛି। କାବୁଲ ଦୂତାବାସକୁ ମଧ୍ୟ ଦୋହାକୁ ସ୍ଥାନାନ୍ତର କରିବାକୁ ଯାଉଛି। ଦୋହାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ମଙ୍ଗଳବାର ତାଲିବାନ୍‌ ନେତା ଶେର ମହମ୍ମଦ ଅବ୍ବାସ ଷ୍ଟାନେକ୍‌ଜାଇଙ୍କୁ ଭେଟିଥିଲେ। ଆଫଗାନିସ୍ତାନ ମାଟିକୁ ତାଲିବାନ୍‌ ଆତଙ୍କବାଦ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବା ଅନୁଚିତ ବୋଲି କହିଥିଲେ। ଦୋହାସ୍ଥିତ ତାଲିବାନ୍‌ର ରାଜନୈତିକ ଅଫିସ ମୁଖ୍ୟ ଷ୍ଟାନେକ୍‌ଜାଇ ମିତ୍ତଲଙ୍କୁ ସମାଧାନର ପ୍ରତିଶ୍ରୁତି ଦେଇଥିଲେ।
ଇତିମଧ୍ୟରେ ବ୍ରିଟେନ ବହିର୍ବ୍ୟାପାର ସଚିବ ଡୋମିନିକ୍‌ ରାବ୍‌ ଗୁରୁବାର ଦୋହାରେ ପହଞ୍ଚତ୍ କାତାର ପ୍ରତିପକ୍ଷ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲରହମାନଙ୍କ ସହ ଆଲୋଚନା କରିଛନ୍ତି। ବ୍ରିଟେନ ନାଗରିକମାନଙ୍କୁ ଆଫଗାନିସ୍ତାନରୁ କିପରି ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ତାଲିବାନ ମଧ୍ୟ ଅନ୍ତର୍ଜାତୀୟ ସ୍ବୀକୃତି ଓ ଆର୍ଥିକ ସହାୟତା ଆଶାରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ କୂଟନୈତିକ ସମ୍ପର୍କ ଆରମ୍ଭ କରିଛି। ଏନେଇ ତାଲିବାନ୍‌ର ଏକ ପ୍ରତିନିଧି ଦଳ ନେଦରଲାଣ୍ଡ୍‌ସ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri