Categories: ଖେଳ

ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ସହ ତୁଳନା କଲା ଆଇସିସି

ନୂଆଦିଲ୍ଲୀ,୬।୨: ଟିମ୍‌ ଇଣ୍ଡିଆ ରେକର୍ଡ ୫ମ ଥର ପାଇଁ ହାତେଇଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଇତିହାସରେ ସବୁଠୁ ସଫଳତମ ଦଳ ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଟ୍ରଫି ଜିତିଥିଲା। ଆଣ୍ଟିଗୁଆର ସାର୍‌ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଆୟୋଜିତ ଇଂଲଣ୍ଡ ବିପକ୍ଷ ଫାଇନାଲକୁ ୪ ଉଇକେଟରେ ଜିତି ଭାରତୀୟ ଦଳ ଏହି ସଫଳତା ପାଇଛି। ଭାରତୀୟ ଉଇକେଟକିପର ଦୀନେଶ ବାନା ଲଙ୍ଗ ଅନ୍‌ ଅଞ୍ଚଳରେ ଛକା ଲଗାଇ ଟିମ୍‌ ଇଣ୍ଡିଆକୁ ୫ମ ଟାଇଟଲ ଦେଇଥିଲା। ତାଙ୍କ ଶଟ୍‌କୁ ସୋସିଆଲ ମିଡିଆରେ ଅନେକ କ୍ରିକେଟ ପ୍ରଶଂସକ ଶ୍ରୀଲଙ୍କା ବିପକ୍ଷ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଲଗାଇଥିବା ଛକା ସହ ଚୁଳନା କରିଛନ୍ତି। ଏପରିକି ଆଇସିସି ମଧ୍ୟ ବାନାଙ୍କ ଶଟ୍‌କୁ ଧୋନୀଙ୍କ ଛକା ସହ ତୁଳନା କରିଛି, ଯାହାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି।

“ଆମେ ପୂର୍ବରୁ କେଉଁଠାରେ ଏଭଳି ସମାପ୍ତି ଦେଖିଥିଲୁ” ବୋଲି କ୍ୟାପଶନରେ ଉଲ୍ଲେଖ କରାଯାଇଛି।

Share