୧୫ ବର୍ଷ ବଡ଼ ଅଭିନେତାଙ୍କୁ ପ୍ରେମରେ ପଡିଥିଲେ ଡିମ୍ପଲ୍‌; ବିବାହ ପରେ ମାନି ନଥିଲେ ଏହି ସର୍ତ୍ତ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୁନିଭାଇ କାପାଡିଆଙ୍କୁ ଫିଲ୍ମ ଷ୍ଟାରମାନଙ୍କ ମଧ୍ୟରେ ସମୟ ବିତାଉଥିଲେ। ସେ ପ୍ରାୟତଃ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କୁ ପାର୍ଟି ଦେଉଥିଲେ। ଏହିପରି ଏକ ପାର୍ଟିରେ ରାଜ କପୁର ଡିମ୍ପଲ କାପାଡିଆଙ୍କୁ ଦେଖି ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ମନସ୍ଥ କରିଥିଲେ। ପରେ ରାଜ କପୁର ତାଙ୍କ ପୁଅ ରିଷି କପୁରଙ୍କ ସହ ଡିମ୍ପଲ କାପାଡିଆଙ୍କୁ ବଲିଉଡ୍‌ ଡେବ୍ୟୁ କରିବାକୁ ସୁଯୋଗ ଦେଇଥିଲେ। ସେତେବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ଏବଂ ରାଜେଶ ଖାନ୍ନା ସେହି ଯୁଗର ସୁପରଷ୍ଟାର ଥିଲେ। ଫିଲ୍ମ ବବି (୧୯୭୩) ରିଲିଜ ପୂର୍ବରୁ ଡିମ୍ପଲ ରାଜେଶ ଖାନ୍ନାଙ୍କୁ ଭେଟି ସାରିଥିଲେ। ସେମାନଙ୍କର ସାକ୍ଷାତ ଶୀଘ୍ର ବନ୍ଧୁତ୍ୱରେ ପରିଣତ ହେଲା। ଧୀରେ ଧୀରେ, ସେମାନଙ୍କ ମଧ୍ୟରେ ପ୍ରେମ ବ ସମ୍ପର୍କ ବଢିବାକୁ ଲାଗିଲା।
ରାଜେଶ ଏବଂ ଡିମ୍ପଲଙ୍କ ପ୍ରେମ ବିଷୟରେ ସବୁଆଡେ ଚର୍ଚ୍ଚା ହେଲା। ରାଜେଶ ଖାନ୍ନା ଥରେ ଡିମ୍ପଲଙ୍କୁ ସମୁଦ୍ର କୂଳକୁ ନେଇ ସେଠାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଡିମ୍ପଲ ତାଙ୍କ ପ୍ରେମରେ ଏବେ ବୁଡି ଯାଇଥିଲେ ଯେ ଆଉ ବିଳମ୍ବ ନ କରି ବିବାହକୁ ହଁ କହିଦେଇଥିଲେ। ରାଜେଶ ଖାନ୍ନା ତାଙ୍କଠାରୁ ୧୫ ବର୍ଷ ବଡ ହୋଇଥିବା କଥା ସେ ମନରେ ଚିନ୍ତା କରି ନ ଥିଲେ।
ରାଜେଶ ଖାନ୍ନା ଚାହୁଁ ନ ଥିଲେ ଯେ ଡିମ୍ପଲ ବିବାହ ପରେ ଫିଲ୍ମରେ କାମ କରନ୍ତୁ। ତେଣୁ ବିବାହ ପରେ ସେ ଡିମ୍ପଲଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ଆଉ ଫିଲ୍ମରେ କାମ କରିବେ ନାହିଁ। କିନ୍ତୁ ଡିମ୍ପଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଆରମ୍ଭ ହେଲା। ଏହାପରେ ଡିମ୍ପଲ ରାଜେଶ ଖାନ୍ନାଙ୍କ ଘରୁ ଛାଡି ଦେଇଥିଲେ ଏବଂ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରର ଅଂଶବିଶେଷ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀକାଙ୍କ ସ୍କଟ ପିନ୍ଧା ପସନ୍ଦ ନ ଥିଲା ଏହି ସୁପରଷ୍ଟାରଙ୍କୁ

ମୁମ୍ବାଇ: ବଲିଉଡ୍‌ ଦୁନିଆର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆଜି ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଅଭିନୟ ଆଜିବି ଜୀବନ୍ତ ହୋଇ ରହିଛି...

ମାଧୁରୀଙ୍କ ସହ ସମ୍ପର୍କକୁ ଗୁଜବ ବୋଲି କହିଥିଲେ ସଞ୍ଜୁବାବା, ହେଲେ ଏହି କାରଣରୁ ମାଗିଥିଲେ କ୍ଷମା

ବମ୍ବେ: ନବେ ଦଶକରେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍‌’, ‘ଖଳନାୟକ’ ଭଳି...

ଜନ୍ମଦିନରେ ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଉର୍ବଶୀ ରୌତେଲା ଇତିମଧ୍ୟରେ ୨୭ ବର୍ଷର ହୋଇଯାଇଛନ୍ତି। ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ ଉର୍ବଶୀ ଜନ୍ମଦିନରେ...

ହୋମ କ୍ୱାରାଣ୍ଟାଇନରେ ରଣବୀର

ମୁମ୍ବାଇ,୯ ।୩: ବଲିଉଡ୍ ନାୟକ ରଣବୀର କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରଣବୀରଙ୍କ ମା’ ତଥା ବଲିଉଡ୍ ଅଭିନେତ୍ରୀ ନିତୁ କପୁର...

ପରଦାରେ ସାଧାସିଧା, ହେଲେ ବାସ୍ତବ ଜୀବନରେ ବେଶ୍‌ ହଟ୍‌ ଇମଲୀଙ୍କ ଅନ୍‌ସ୍କ୍ରିନ୍‌ ମା’; ହ୍ରିତିକଙ୍କ ସହ…

ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍‌ ବୋଲ୍ଡ ଏବଂ ଷ୍ଟାଇଲିସ୍‌। ଆମେ କଥା ହେଉଛୁ ଷ୍ଟାର...

ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ

ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ...

ପ୍ରେମିକାଙ୍କ ପାଇଁ ସ୍ତ୍ରୀଙ୍କୁ ନାମ ବଦଳାଇବାକୁ କହିଥିଲେ ଏହି ଅଭିନେତା, ରାଗିଯାଇ ସ୍ତ୍ରୀ କହିଲେ…

ଅଭିନେତା କବୀର ବେଦୀ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ତାଙ୍କ ଜୀବନୀ ‘ଷ୍ଟୋରିଜ୍‌ ଆଇ ମଷ୍ଟ...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

Advertisement
Seven Jackpot


Archives

Model This Week