ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମନୋରଞ୍ଜନ ପଣ୍ଡାଙ୍କୁ କେନ୍ଦ୍ରୀୟ ନୋଟାରୀ ପବ୍ଲିକ ଭାବେ ନୋଟାରୀ ଆଇନ ୧୯୫୨ ର ଧାରା – ୫୩ ଅନୁଯାୟୀ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜଣେ ନିରପେକ୍ଷ ଅଧିକାରୀ ଭାବେ ସମସ୍ତ ପ୍ରକାର ଆଫିଡାଭିଟ, ଦଲିଲ ପଞ୍ଜିକରଣ, ବିଭିନ୍ନ ନଥି ଗୁଡ଼ିକର ଆଟେଷ୍ଟାଡ଼ ପ୍ରଭୃତି କରିବା ପାଇଁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର କ୍ଷମତା ଅର୍ପଣ କରାଯାଇଛି। କାର୍ଯ୍ୟଭାର ଗ୍ରହଣ କରିଥିବା ଦିଗପହଣ୍ଡି ର ନୂତନ ନୋଟାରୀ ମନୋରଞ୍ଜନଙ୍କୁ ସ୍ଥାନୀୟ ଓକିଲ ସଂଘର କାର୍ଯ୍ୟକର୍ତ୍ତା ବୃନ୍ଦଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏବଂ ବ୍ରହ୍ମପୁର ଏମ.ପି ଡ଼. ପ୍ରଦୀପ ପାଣିଗ୍ରାହୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।