ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆଣ୍ଡାମାନ ନିକୋବର ରାଜ୍ୟ ସନ୍ତରଣ ସଂଘ ଓ ଆଣ୍ଡମାନ ନିକୋବର ରାଜ୍ୟ ଅଲିମ୍ପିକ ସଂଘର ମିଳିତ ତତ୍ତ୍ୱାବଧାନରେ ଗତ ୨୫ ଓ ୨୬ ତାରିଖ ଦୁଇଦିନ ବ୍ୟାପୀ ଓପନ୍ ଷ୍ଟେଟ ସନ୍ତରଣ ଚାମ୍ପିୟନସିପ୍ ଓ ଜାତୀୟ ଚୟନ ଟ୍ରାଏଲ ଅନୁଷ୍ଠିତ ହୋଇଥିଲା ସେଥିରୁ ଯୋଗେନ୍ଦ୍ର ଅଂଶଗ୍ରହଣ କରି ୫୦ ମିଟର ବେଷ୍ଟଷ୍ଟ୍ରୋକରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଯୋଗେନ୍ଦ୍ରଙ୍କ ଏଇ ସଫଳତା ପାଇଁ ସମଗ୍ର ରାଜ୍ୟ ଓ ଗଞ୍ଜାମ ଜିଲା ଗର୍ବିତ ବୋଲି ଗ୍ରାମବାସୀ କହିଛନ୍ତି । ଯୋଗେନ୍ଦ୍ରଙ୍କ ଏହି ସଫଳତା ପ୍ରଚାରିତ ହେବା ତାଙ୍କୁ ଶୁଭେତ୍ସାର ସୁଅ ଛୁଟୁଛି । ତାଙ୍କର ଏହି ସଫଳତା ପଛରେ ମାତା ପିତା ଓ ଗ୍ରାମର ବୟୋଜ୍ୟେଷ୍ଠମାନଙ୍କ ଆଶୀର୍ବାଦ ଥିବା ଯୋଗେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।