ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର

ଅମର ପଟ୍ଟନାୟକ

ମହାମାରୀ ଦ୍ୱିତୀୟ ଲହରରେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ୍‌-ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏ ନେଇ ନିକଟରେ ମାଡ୍ରାସ ଏବଂ କଲିକତା ହାଇକୋର୍ଟ ନିର୍ବାଚନ କମିଶନର (ଇସି)ଙ୍କୁ କଡ଼ା ସମାଲୋଚନା କରିଥିଲେ। ଗତବର୍ଷ ପ୍ରଥମ ଲହର ବେଳେ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ ପରେ ନିର୍ବାଚନ କମିଶନର କୋଭିଡ୍‌-୧୯ ସମୟରେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ଗାଇଡ୍‌ଲାଇନ ଜାରି କରିଥିଲେ। ତଥାପି, ଇସିଙ୍କ ଗାଇଡ୍‌ଲାଇନ କେବଳ ସାମୂହିକ ସମାରୋହର ସଂଖ୍ୟା କମାଉଛି, ଯେତେବେଳେ ଏବେ ଏକ ପ୍ରତ୍ୟକ୍ଷ ନିର୍ବାଚନ ପ୍ରଚାରର ମୌଳିକ ସଂରଚନାକୁ ବଜାୟ ରଖିଛି। ଆମ ମଧ୍ୟରୁ ଅନେକେ ଜାଣିଥିବେ ଯେ, ଏହି କଟକଣା ଠିକ୍‌ ଭାବେ ପାଳନ କରିବା କିମ୍ବା ପ୍ରଭାବଶାଳୀ ଭାବେ ନିରୀକ୍ଷଣ କରିବା ଅସମ୍ଭବ।
ଭବିଷ୍ୟତରେ ଉତ୍ତମ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ସାମ୍ପ୍ରତିକ ସ୍ଥିତିକୁ ପ୍ରଭାବିତ କରିବା ସକାଶେ ଅନେକ ଉପାୟ ଅଛି। ପ୍ରଥମତଃ ଅନ୍‌ଲାଇନ୍‌ ଏବଂ ସୋସିଆଲ ମିଡିଆ, ଓ୍ବେବ୍‌ ଆଧାରିତ ପ୍ରସାରଣ, ଓ୍ବେବ୍‌କାଷ୍ଟ ଏବଂ ଓ୍ବେବିନାର୍‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ଲକ୍‌ଡାଉନ୍‌ ଅନେକ ସମ୍ଭାବନା ଆଣିଦେଇଥିଲା। ୨୦୧୪ରେ ୧୦%ରୁ କମ୍‌ ଭୋଟର ଏବଂ ୨୦୧୯ରେ ୩୦%ରୁ ଅଧିକ ଭୋଟର ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଏ। କିନ୍ତୁ ଅଗଷ୍ଟ ୨୦୨୦ରେ ଦୁଇଟି ଘଟଣା ପରିବର୍ତ୍ତନଶୀଳ ଭାବରେ ଉଭା ହୋଇଥିଲା। କଂଗ୍ରେସର ସ୍ପିକ୍‌ଅପ୍‌ ଅଭିଯାନରେ ଦଳର କର୍ମୀ ଏବଂ ନେତାମାନେ ସେମାନଙ୍କ ଫେସ୍‌ବୁକ୍‌, ଟୁଇଟର, ଇନ୍‌ଷ୍ଟାଗ୍ରାମ ଏବଂ ୟୁଟୁବ୍‌ ଆକାଉଣ୍ଟ ମାଧ୍ୟମରେ ବାର୍ତ୍ତା ପଠାଇଥିଲେ। ଏପରି କି ଭାଜପା ପ୍ରତ୍ୟେକ ରାଜ୍ୟରେ ନିଜର ଜନ ସମ୍ବାଦ ଭର୍ଚୁଆଲ ରାଲି ଆରମ୍ଭ କରିଥିଲା, ଯେଉଁଥିରେ ଦଳର ପ୍ରାୟ ୫ ଲକ୍ଷ କର୍ମୀ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଲାଇଭ୍‌ ଏବଂ ନମୋ ଆପ୍‌ରେ ସେମାନଙ୍କ ନେତାଙ୍କ ଭାଷଣ ଶୁଣିବେ। ଏହି ଅନ୍‌ଲାଇନ୍‌ ରାଲିଗୁଡ଼ିକ କେନ୍ଦ୍ରୀୟ ସ୍ଥାନରୁ ବୁଥ୍‌ସ୍ତରକୁ ଖୁବ୍‌ଶୀଘ୍ର ପହଞ୍ଚତ୍ବାରେ ସକ୍ଷମ ହୋଇଥିବା ବେଳେ ପ୍ରତ୍ୟକ୍ଷ ରୂପେ ଏହା ସମ୍ଭବ ହୋଇ ନ ଥାନ୍ତା। ଆମେ ଭଲ ଭାବରେ ଚିନ୍ତା କରିପାରିବା ଯେ, ଏହିଭଳି ଅନ୍‌ଲାଇନ୍‌ ଆୟୋଜନ ଦ୍ୱାରା ପ୍ରାର୍ଥୀମାନଙ୍କ ପ୍ରଚାର ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ।
ଦ୍ୱିତୀୟତଃ ଇ-ଭୋଟିଂ ପାଇଁ ଟେକ୍ନୋଲୋଜିର ବ୍ୟବହାର ସହିତ ମତଦାନ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ଏବେ ପ୍ରକୃଷ୍ଟ ସମୟ। ଏହି ମହାମାରୀ ସମୟରେ ବୁଥ୍‌କୁ ଯାଇ ଗୋଟିଏ ଇଲେକ୍‌ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ସମାନ ବଟନ ଦବାଇବା ବିଶେଷଜ୍ଞଙ୍କ ମତରେ ଉଚିତ ନୁହେଁ। ଏହାବ୍ୟତୀତ ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଜନ କରିବା ବି ବହୁତ ବ୍ୟୟବହୁଳ। ଏଥିପାଇଁ ନିର୍ବାଚନ କମିଶନ କିମ୍ବା ସରକାରଙ୍କ ପକ୍ଷରୁ ପ୍ରାୟ ୩୦-୪୦ ଲକ୍ଷ ମେଡିକାଲ କର୍ମଚାରୀ ନିଯୁକ୍ତି, କୀଟାଣୁନାଶକ ସାମଗ୍ରୀ କ୍ରୟ କରିବା ଏବଂ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବୁଥ୍‌ରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଚିକିସତ୍ା ସାମଗ୍ରୀ ଆବଶ୍ୟକ ହେବ। ଏପରି କି ମତଦାନ ସୁରକ୍ଷାବାହିନୀର ସମ୍ପୃକ୍ତିକୁ ଆମନ୍ତ୍ରଣ କରିଥାଏ, ଯାହାର ରହଣି, ଗତିବିଧି ଓ ନିୟୋଜନ ଖର୍ଚ୍ଚ ମଧ୍ୟ ବହୁତ ଅଧିକ। ଅନ୍ୟପକ୍ଷରେ ଇ-ଭୋଟିଂ ପଦ୍ଧତିର ସୁରକ୍ଷା ବିଷୟରେ ପ୍ରଶ୍ନ ଉଠେ। କିନ୍ତୁ ଯେତେବେଳେ କୋଟି କୋଟି ଭାରତୀୟଙ୍କ ଆର୍ଥିକ ତଥ୍ୟ ଦୃଢ଼ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସୁରକ୍ଷିତ ଭାବରେ ରଖାଯାଇପାରୁଛି, ଆଧାର-ଲିଙ୍କ୍‌ ହୋଇଥିବା, ବ୍ୟକ୍ତିଗତ-ଭୋଟର-ନିର୍ଦ୍ଦିଷ୍ଟ, ଅଣ-ସ୍ଥାନାନ୍ତରଯୋଗ୍ୟ ଲିଙ୍କ୍‌ ବ୍ୟବହାର କରି ଏବଂ ଘରେ କିମ୍ବା ଜନସେବା କେନ୍ଦ୍ରରୁ (ମୁଖ୍ୟତଃ ଗ୍ରାମୀଣ ଭୋଟର ପାଇଁ) ଇ-ଭୋଟ୍‌ ପାଇଁ ସମାନ ସମ୍ଭାବନା ରହିପାରେ। କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ବ୍ଲକ୍‌ ଚେନ୍‌ ଆଧାରିତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଏହା ସମ୍ଭବ। ଯଦି ଏଭଳି ହୁଏ ସିଷ୍ଟମରେ ହେବାକୁ ଥିବା ସଞ୍ଚୟକୁ କଳ୍ପନା କରାଯାଇପାରେ। ଇଷ୍ଟୋନିଆ ଗତ ବର୍ଷର ସଂସଦୀୟ ନିର୍ବାଚନରେ ଦେଶର ପ୍ରାୟ ୪୭% ଭୋଟରଙ୍କୁ ମତଦାନ କରାଇ ଇ-ମତଦାନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିଛି। ଡିଜିଟାଲ ଭୋଟିଂ ସହିତ ସମାନ୍ତରାଳ ଭାବେ ପେପର ବ୍ୟାଲେଟ୍‌ ଯୋଗେ ଭୋଟ ଦେବା ଅଧିକାର ସୁନିଶ୍ଚିତ କଲାବେଳେ ଏହା ଭୋଟରଙ୍କ ଗୋପନୀୟତାକୁ ମଧ୍ୟ ରକ୍ଷାକରେ। ତେଣୁ ଏହା ଅନୁକରଣଯୋଗ୍ୟ।
ତୃତୀୟତଃ, ସଂସଦ କିମ୍ବା ବିଧାନସଭା ଭଳି ଏକ ବୃହତ୍‌ ସ୍ଥାନରେ ସାଂସଦ ଏବଂ ବିଧାୟକଙ୍କ ଉପସ୍ଥିତି ବୈଠକର ଆଧାରକୁ ପରିବର୍ତ୍ତନ କରିବା ଉଚିତ। ନିର୍ବାଚିତ ପ୍ରତିନିଧିମାନେ ପ୍ରାୟତଃ ଅନ୍‌ଲାଇନ ମାଧ୍ୟମରେ ସାକ୍ଷାତ କରିପାରିବେ। ଏହାଦ୍ୱାରା ଅନେକ ଖର୍ଚ୍ଚକାଟ କରାଯାଇପାରିବ। ସେହିଭଳି, କମିଟି ବୈଠକ ମଧ୍ୟ ପ୍ରାୟତଃ ଗୋପନୀୟତା ବିଷୟରେ ଚିନ୍ତା ନ କରି ଅନୁଷ୍ଠିତ ହୋଇପାରେ, ଯାହା ଉପଯୁକ୍ତ ସୂଚନା ପ୍ରଯୁକ୍ତି ସୁରକ୍ଷା (IT Security) ଏବଂ ଫାୟାରୱାଲ (fire walls) ଗ୍ରହଣ ଦ୍ୱାରା ନିଶ୍ଚିତ ହୋଇପାରିବ।
ଏହାଦ୍ୱାରା ଦେଶ ଯେ କେବଳ ଗଣତନ୍ତ୍ରର ପର୍ବକୁ ଯାଉଥିବା ଅନେକ ଅଣ-ଉପତ୍ାଦକ ଖର୍ଚ୍ଚକୁ ସଞ୍ଚୟ କରିପାରିବ ତା’ ନୁହେଁ, ବରଂ ସାମ୍ପ୍ରତିକ ମହାମାରୀ ପରି ବିପର୍ଯ୍ୟୟ ସମୟରେ ଲୋକମାନଙ୍କର ପ୍ରକୃତ ତ୍ରାଣକର୍ତ୍ତା ଭାବରେ କାର୍ଯ୍ୟ କରିବ। କାରଣ ଅନ୍‌ଲାଇନ ପଦ୍ଧତି ମାଧ୍ୟମରେ ସବୁ ପରିସ୍ଥିତିରେ ଲୋକଙ୍କ ସହିତ ସମ୍ପର୍କ ରଖି ହେବ। ପ୍ରତ୍ୟକ୍ଷ ଭାବେ ସମ୍ପର୍କ ରଖିବା ବ୍ୟତୀତ ଅନ୍‌ଲାଇନ ପଦ୍ଧତି ମାଧ୍ୟମରେ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଇପାରିବ। ବର୍ତ୍ତମାନ ସଂସଦରେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ମଧ୍ୟ ଆମେ ସକ୍ଷମ ନୁହଁ।
ନିର୍ବାଚନ ପାଇଁ ଆବଣ୍ଟିତ ଜାତୀୟ ବଜେଟକୁ ସ୍ବାସ୍ଥ୍ୟ ସୁବିଧାରେ ସୁଧାର ଆଣିବା ଏବଂ ଭୋଟରଙ୍କ ପକେଟ ଚାପ କମାଇବାରେ ବିନିଯୋଗ କରାଯାଇପାରିବ। ଏକ ଅଧ୍ୟୟନ ଅନୁଯାୟୀ, ଗୋଟିଏ ଭୋଟ ପାଇଁ ଭାରତୀୟ ନିର୍ବାଚନ ଖର୍ଚ୍ଚ ୮ ଡଲାର, ଯାହାକି କୌଣସି ଦିନରେ ୬୦% ଭାରତୀୟଙ୍କ ବଞ୍ଚତ୍ବା ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର ତିନି ଗୁଣ। ତେଣୁ ଆମକୁ ଉଭୟ ଭୋଟ ମୂଲ୍ୟ ଏବଂ ଜୀବନ ମୂଲ୍ୟକୁ ବୁଝିବା ଆବଶ୍ୟକ।
– ଲେଖକ ବିଜେଡି ସାଂସଦ (ରାଜ୍ୟ ସଭା)


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri